ETV Bharat / bharat

President Election: କେରଳରୁ ସମସ୍ତ ଭୋଟ ସିହ୍ନାଙ୍କ ସପକ୍ଷରେ ଯିବ

ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ । ତେବେ ଏହି ନିର୍ବାଚନରେ କେରଳ ଏକମାତ୍ର ରାଜ୍ୟ ହେବ ଯେଉଁଠୁ ସମସ୍ତ ଭୋଟ ମିଳିତ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଯଶୋୱନ୍ତ ସିହ୍ନାଙ୍କ ସପକ୍ଷରେ ଯିବ । ଅଧିକ ପଢ଼ନ୍ତୁ

author img

By

Published : Jun 30, 2022, 7:01 AM IST

President Election: ରାଷ୍ଟ୍ରପତି ନିର୍ବାଚନରେ କେରଳରୁ ସମସ୍ତ ଭୋଟ ସିହ୍ନାଙ୍କ ସପକ୍ଷରେ ଯିବ

ଥିରୁଅନନ୍ତପୁରମ: ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ । ତେବେ ଏହି ନିର୍ବାଚନରେ କେରଳ ଏକମାତ୍ର ରାଜ୍ୟ ହେବ ଯେଉଁଠୁ ସମସ୍ତ ଭୋଟ ମିଳିତ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଯଶୋୱନ୍ତ ସିହ୍ନାଙ୍କ ସପକ୍ଷରେ ଯିବ । ଏଠାରେ ବିଜେପି କିମ୍ବା ବିଜେପି ସମର୍ଥିତ ଦଳର କୌଣସି ବିଧାୟକ ନଥିବାରୁ ସମସ୍ତ ଭୋଟ ସିହ୍ନାଙ୍କ ସପକ୍ଷରେ ଯିବ ।

ରାଷ୍ଟ୍ରପତି ନିର୍ବାଚନରେ ଲେଫ୍ଟ ଡେମୋକ୍ରାଟିକ୍‌ ଫ୍ରଣ୍ଟ ଓ ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌ର କେରଳରେ ୪୧ ଜଣ ବିଧାୟକ ରହିଛନ୍ତି । ସେହିଭଳି ଲୋକସଭା କଥା କହିଲେ କଂଗ୍ରେସ ପକ୍ଷରୁ ଏଠାରେ ୧୯ ଜଣ ସାସଂଦ ଥିବା ବେଳେ ଲେଫ୍ଟ ଡେମୋକ୍ରାଟିକ୍‌ ଫ୍ରଣ୍ଟର ଜଣେ ସାସଂଦ ରହିଛନ୍ତି । ରାଜ୍ୟସଭା ସାସଂଦଙ୍କ କଥା କହିଲେ ଏଠାରେ ଲେଫ୍ଟ ଡେମୋକ୍ରାଟିକ୍‌ ଫ୍ରଣ୍ଟର ୭ ଜଣ ସାଂସଦ ରହିଥିବା ବେଳେ କଂଗ୍ରେସର ଦୁଇ ଜଣ ସାଂସଦ ରହିଛନ୍ତି । ସମସ୍ତ ୨୯ ସାଂସଦ ଯଶୋୱନ୍ତ ସିହ୍ନାଙ୍କୁ ଭୋଟ ଦେବେ । ଦ୍ରୌପଦୀ ମୁର୍ମୁଙ୍କୁ ଏଠାରୁ କୌଣସି ସମର୍ଥନ ମିଳିବ ନାହିଁ ।

୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ଏଠାରୁ ରାମନାଥ କୋବିନ୍ଦଙ୍କୁ କେରଳର ବିଜେପି ବିଧାୟକ ରାଜଗୋପାଳ ଏକ ମାତ୍ର ସଦସ୍ୟ ଭାବରେ ଭୋଟ ଦେଇଥିଲେ । ଏଠାରେ ଜଣେ ନେତା ମହାରାଷ୍ଟ୍ରରୁ ସାସଂଦ ହୋଇଥିବା ଆଉ ଜଣେ ରାଜସ୍ଥାନରୁ ସାସଂଦ ହୋଇଛନ୍ତି । ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଅନ୍ୟ କୌଣସି ରାଜ୍ୟରେ ସମସ୍ତ ଭୋଟ କୌଣସି ନିର୍ଦ୍ଦିଷ୍ଟ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ପାଇଁ ଯିବନାହିଁ । ଏ କ୍ଷେତ୍ରରେ କେରଳ ଏକ ମାତ୍ର ରାଜ୍ୟ ଭାବରେ ସମସ୍ତ ଭୋଟ ଯଶୋୱନ୍ତ ସିହ୍ନା ପାଇବାକୁ ଯାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.