ETV Bharat / bharat

ନିପା ଭାଇରସ୍: ମୃତ ବାଳକ ସଂସ୍ପର୍ଶରେ ଆସିଥିବା ୨୦ ଜଣଙ୍କ ରିପୋର୍ଟ ନେଗେଟିଭ - ନିପା ଭୂତାଣୁ ଅପଡେଟ

ନିପା ଭାଇରସ ସଂକ୍ରମଣ ମାମଲାରେ କେରଳକୁ ସାମାନ୍ୟ ଆଶ୍ବସ୍ତି । 12 ବର୍ଷୀୟ ନାବାଳକର ମୃତ୍ୟୁ ହେବା ପରେ ସଂସ୍ପର୍ଶରେ ଆସିଥିବା ଅନ୍ୟ 20 ବ୍ୟକ୍ତିଙ୍କ ନମୁନା ରିପୋର୍ଟ ନେଗେଟିଭ। ଅଧିକ ପଢନ୍ତୁ...

କେରଳକୁ ଆଶ୍ବସ୍ତି , ସନ୍ଧିଗ୍ଧ ନିପା ଭୂତାଣୁର ଆଉ 20 ନମୂନା ନେଗେଟିଭ

author img

By

Published : Sep 8, 2021, 5:13 PM IST

ଥିରୁଅନନ୍ତପୁରମ: ନିପା ଭାଇରସ ସଂକ୍ରମଣ ମାମଲାରେ କେରଳକୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ନିପା ଭୂତାଣୁ ସଂକ୍ରମଣରେ ପ୍ରାଣ ହରାଇଥିବା 12 ବର୍ଷୀୟ ନାବାଳକର ମୃତ୍ୟୁ ହେବାପରେ ସଂସ୍ପର୍ଶରେ ଆସିଥିବା ଅନ୍ୟ 20 ବ୍ୟକ୍ତିଙ୍କ ନମୁନା ନେଗେଟିଭ ଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ପ୍ରଥମେ 15 ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ନମୁନା ସଂଗ୍ରହ କରାଯାଇ ପୁନେ ପଠାଯାଇଥିଲା। ସେହିପରି ଅନ୍ୟ 5 ନମୁନା କେରଳରେ ପରୀକ୍ଷା କରାଯାଇଥିଲା । ତେବେ ଆଶ୍ବସ୍ତିର ବିଷୟ ସମସ୍ତ ନମୁନା ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ମୋଟ 30 ନମୁନା ପରୀକ୍ଷା କରାଯାଇ ସାରିଲାଣି।

ବର୍ତ୍ତମାନ ସୁଦ୍ଧା ମଧ୍ୟ ସଂସ୍ପର୍ଶରେ ଆସିଥିବା ଅନ୍ୟ 68 ଜଣ ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି । ତେବେ ଏମାନଙ୍କୁ କୋଝିକୋଡେ ମେଡିକାଲ କଲେଜର ସ୍ବତନ୍ତ୍ର ସେଲରେ ରଖାଯାଇଛି । ଏମାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି ଓ ଏମାନଙ୍କ ଠାରେ ଭୂତାଣୁ ସମ୍ପର୍କିତ କୌଣସି ଲକ୍ଷଣ ପ୍ରକାଶ ପାଇ ନାହିଁ । ସଙ୍ଗରୋଧରେ ଥିବା ସମସ୍ତଙ୍କୁ ନିରୀକ୍ଷଣ କରୁଛି ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ। ଏନେଇ କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଗର୍ଗ ସୂଚନା ଦେଇଛନ୍ତି ।

ସେହିପରି ନିପା ଭାଇରସ ଟିହ୍ନଟ ହୋଇଥିବା ସ୍ଥାନରେ ପ୍ରାଣୀମାନଙ୍କ ଠାରୁ ମଧ୍ୟ ନମୂନା ସଂଗ୍ରହ ଜାରି ରଖିଛି ରାଜ୍ୟ ପଶୁ ସମ୍ପଦ ବିଭାଗ । ଖୁବଶୀଘ୍ର ଭୋପାଳସ୍ଥିତ ଭାଇରୋଲୋଜି ସଂସ୍ଥାନରୁ ଏକ ଟିମ କେରଳ ଗସ୍ତ କରିବା ସହ ବାଦୁଡି ଓ ଅନ୍ୟ କିଛି ପ୍ରାଣୀଙ୍କ ଠାରୁ ନମୂନା ସଂଗ୍ରହ କରିବ।

ଗତ ରବିବାର କେରଳରେ ଜଣେ 12 ବର୍ଷୀୟ ନାବାଳକ ନିପା ଭୂତାଣୁରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲା । ତେବେ ଏନେଇ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ବେଶ ତତ୍ପରତା ପ୍ରକାଶ କରିଥିଲେ। ମୃତ ନାବାଳକ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଟିହ୍ନଟ କରାଯିବା ସହ ତୁରନ୍ତ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇ ନିରୀକ୍ଷଣ ଆରମ୍ଭ କରାଯାଇଥିଲା । ତେବେ ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ 30 ନମୂନା ପରୀକ୍ଷା କରାଯାଇଥିବାବେଳେ ସମସ୍ତ ରିପୋର୍ଟ ନେଗେଟିଭ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.