ETV Bharat / bharat

ପ୍ରେମକୁ ବିରୋଧ କଲେ ପରିବାର, ପ୍ରେମିକର ହାତ କାଟିଦେଲେ ପ୍ରେମିକା - ପ୍ରେମିକର ଭ୍ୟାନ୍ କାଟିଲା ପ୍ରେମିକା

କେରଳ କୋଝିକଡରେ ୧୫ ବର୍ଷୀୟା ନାବାଳିକା ପ୍ରେମିକା ଓ ପ୍ରେମିକ ଉଭୟ ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଇଆସୁଥିଲେ । ପରିବାର ବର୍ଗ ସେମାନଙ୍କ ସମ୍ପର୍କକୁ ସ୍ବୀକାର ନ କରିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଅଧିକ ପଢନ୍ତୁ

ପ୍ରେମକୁ ବିରୋଧ କଲେ ପରିବାର, ଫିଲ୍ମ ଷ୍ଟାଇଲରେ ପ୍ରେମିକର ଭ୍ୟାନ୍ କାଟି ନିଜ ଭ୍ୟାନ କାଟିଲେ ପ୍ରେମିକା

author img

By

Published : Nov 1, 2022, 8:48 AM IST

କେରଳ: ପ୍ରେମକୁ ସ୍ବୀକାର କରିଲେ ନାହିଁ ପରିବାର ବର୍ଗ । ଫଳରେ ଏକା ସାଙ୍ଗରେ ଜୀବନ ବିତାଇ ନ ପାରିବାରୁ ଏକା ସାଙ୍ଗରେ ମରିବାକୁ ନିଷ୍ପତ୍ତି ନେଲେ ପ୍ରେମୀ ଯୁଗଳ । ଏନେଇ ଫିଲ୍ମ ଷ୍ଟାଇଲରେ ପ୍ରେମିକା ଜଣକ ନିଜ ପ୍ରେମିକର ଭ୍ୟାନ କାଟିବା ପରେ ନିଜର ଭେନ୍ କାଟିଦେଇଛନ୍ତି । ପ୍ରେମର ଏଭଳି କରୁଣ ପରିଣତି ଦେଖିବାକୁ ମିଳିଛି କେରଳ କୋଝିକୋଡରେ ।

ପ୍ରେମ ଶାଶ୍ବତ, ପ୍ରେମ ଚିରନ୍ତନ ଆଉ କେତେବେଳେ ପ୍ରେମ ଅନ୍ଧ । ପ୍ରେମ ଆଗରେ ସବୁକିଛି ହାର ମାନିଛି । ପ୍ରେମ ପାଇଁ ନିଜ ଜୀବନ ହାରିଥିବା ଘଟଣା ଗଣମାଧ୍ୟମରେ ଅନେକ ପ୍ରକାଶ ପାଇଛି । କିଏ ପ୍ରେମରେ ବିଫଳ ହୋଇ ଜୀବନ ହାରିଛି ତ କେତେବେଳେ ପ୍ରେମରେ ପରିବାର ବିରୋଧୀ ହେଲେ ପ୍ରେମୀଯୁଗଳ ଏକାସାଙ୍ଗରେ ଜୀବନ ହାରୁଛନ୍ତି । କେରଳ କୋଝିକଡରେ ୧୫ ବର୍ଷୀୟା ନାବାଳିକା ପ୍ରେମିକା ଓ ପ୍ରେମିକ ଉଭୟ ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଇଆସୁଥିଲେ । ପରେ ଉଭୟଙ୍କ ପରିବାରବର୍ଗ ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲେ । ଉଭୟଙ୍କ ପରିବାର ବର୍ଗ ଏନେଇ ସେମାନଙ୍କୁ ପ୍ରେମରେ ବିରୋଧ କରିବା ସହିତ ଗାଳିଗୁଲଜ ମଧ୍ୟ କରିଥିଲେ । ଏହା ସହିତ କେହି କାହା ସହିତ ଦେଖା ନକରିବାକୁ ସମ୍ପୂର୍ଣ୍ଣ ବାରଣ କରିଥିଲେ ।

ପରେ ପ୍ରେମୀ ଯୁଗଳ ପରିବାର କଥାକୁ ଖାତିର କରିନଥିଲେ । ପରିବାର ବର୍ଗ ସେମାନଙ୍କ ପ୍ରେମକୁ ବିରୋଧ କରିବାରୁ ସେମାନେ ନେଇଥିଲେ ଚରମ ନିଷ୍ପତ୍ତି । ଏନେଇ କେରଳ କୋଝିକଡ ଥମାରସେରୀ ବସ୍ ଷ୍ଟାଣ୍ଡରେ ଆଜି (ସୋମବାର) ପ୍ରେମୀଯୁଗଳଙ୍କ ହାଇପ୍ରୋଫାଇଲ ଡ୍ରାମା ଦେଖିବାକୁ ମିଳିଥିଲା । ପ୍ରେମିକ ଓ ପ୍ରେମିକା ଥମାରସେରୀ ବସ୍ ଷ୍ଟାଣ୍ଡ ନିକଟରେ ପରସ୍ପରକୁ ସାକ୍ଷାତ କରିଥିଲେ । ହଠାତ୍ ପ୍ରେମିକା ଜଣକ ନିଜ ବ୍ୟାଗରୁ ବ୍ଲେଡ ବାହାର କରି ନିଜ ପ୍ରେମିକର ଭ୍ୟାନ କାଟିଦେଇଥିଲେ । ଏହା ପରେ ନିଜ ଭ୍ୟାନ୍ କାଟି ଦେଇଥିଲେ ।

ବସ୍ ଷ୍ଟାଣ୍ଡରେ ଥିବା ଲୋକମାନେ ହଠାତ୍ କିଛି ବୁଝିପାରିନଥିଲେ । ସଙ୍ଗେ ସଙ୍ଗେ ସେମାନଙ୍କ ପାଖକୁ ଆସି ଭିଡ ଜମାଇଥିଲେ । ପ୍ରେମୀ ଯୁଗଳଙ୍କ ଭ୍ୟାନ କଟାହୋଇଥିବା ବେଳେ ପ୍ରବଳ ରକ୍ତସ୍ରାବ ହେଉଥିବା ଦେଖିବାକୁ ପାଇଥିଲେ । ଏନେଇ ପୋଲିସକୁ ଖବର ଦେବା ସହିତ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପୋଲିସ୍ ସୂଚନା ଅନୁସାରେ ବର୍ତ୍ତମାନ ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେପଟେ ପ୍ରେମୀ ଯୁଗଳ ପରିବାର ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.