ETV Bharat / bharat

ଆପ୍‌ରେ ଅଛି କି ଫାଟ ? ବହୁମତ ସାବ୍ୟସ୍ତ ପାଇଁ ଆସ୍ଥା ପ୍ରସ୍ତାବ ଆଣିବେ କେଜ୍ରିଓ୍ୱାଲ - ଆସ୍ଥା ପ୍ରସ୍ତାବ ଆଣିବେ ଅରବିନ୍ଦ କେଜ୍ରିୱାଲ

ଆସ୍ଥା ପ୍ରସ୍ତାବ ଆଣିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦଳରେ କୌଣସି ମତଭେଦ ନାହିଁ ତାହା ଦର୍ଶାଇବାକୁ ଚାହୁଁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

ଭ୍ରମ ଦୂର କରିବେ କେଜ୍ରିୱାଲ, ବିଶ୍ବାସମତ ପାଇଁ ଆଣିବେ ଅନାସ୍ଥା ପ୍ରସ୍ତାବ

author img

By

Published : Aug 26, 2022, 10:27 PM IST

Updated : Aug 27, 2022, 3:26 PM IST

ନୂଆଦିଲ୍ଲୀ: ସୋମବାର ବିଧାନସଭାରରେ ଆସ୍ଥା ପ୍ରସ୍ତାବ ଆଣିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦଳରେ କୌଣସି ମତଭେଦ ନାହିଁ । ସମସ୍ତ ବିଧାୟକ ଦଳ ସହ ରହିଛନ୍ତି ବୋଲି ବିଶ୍ବାସମତ ପାଇଁ ଏହି ପ୍ରସ୍ତାବ ଆଣିବେ ଅରବିନ୍ଦ କେଜ୍ରିୱାଲ । ଏଥିପାଇଁ ଦିଲ୍ଲୀ ବିଧାନସଭା କାର୍ଯ୍ୟଦିବସ ଗୋଟିଏ ଦିନ ସ୍ବତନ୍ତ୍ର ଭାବରେ ବୃଦ୍ଧି କରାଯାଇଛି ।

ଶୁକ୍ରବରା ଦିଲ୍ଲୀ ବିଧାନସଭାରେ ଭାଷଣ ଦେବାବେଳେ ବିରୋଧୀ ବିଜେପି ଉପରେ ବର୍ଷିଛନ୍ତି ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି ଦିଲ୍ଲୀରେ ଅପରେସନ ଲୋଟସ ଅପରେସନ କିଚଡ଼ରେ ପରିବର୍ତ୍ତନ ହୋଇଛି । ସୋମବାର ଆସିବାକୁ ଥିବା ବିଶ୍ବାସମତରେ ଏହା ସାବ୍ୟସ୍ତ ହେବ । ବର୍ତ୍ତମାନ ଦିଲ୍ଲୀରେ ଆପ୍‌ ସରକାରକୁ ନେଇ ଗୁଜବ ସୃଷ୍ଟି ହୋଇଛି । ସବୁ କିଛି ଠିକ୍‌ ଅଛି । ଏହାକୁ ସାବ୍ୟସ୍ତ କରିବା ପାଇଁ ଆସ୍ଥା ପ୍ରସ୍ତାବ ଆଣିବେ ଅରବିନ୍ଦ କେଜ୍ରିୱାଲ ।

ଏହାକୁ ନେଇ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, "ବିଜେପି ଅନେକ ବିଧାୟକଙ୍କୁ ବିଜେପି ନିଜ ସପକ୍ଷରେ କରି ନେଇଥିବା ଚର୍ଚ୍ଚା ହେଉଥିଲା । ଏଥିପାଇଁ ମୋ ପାଖକୁ ଅନେକ ଫୋନ୍‌ କଲ୍‌ ଆସିଛି । ସବୁକିଛି ଠିକ୍‌ ଅଛି ନା ନାହିଁ ତାହା ଜାଣିବାକୁ ଚାହିଁଛନ୍ତି ଲୋକେ । ଏଥିପାଇଁ ମୁଁ ସୋମବାର ବିଧାନସଭାରେ ଆସ୍ଥା ପ୍ରସ୍ତାବ ଆଣିବାକୁ ଚାହୁଁଛି । ଲୋକଙ୍କୁ ଦେଖାଇବାକୁ ଚାହୁଁଛି ଯେ, ଜଣେ ବି ବିଧାୟକ ଆମକୁ ଛାଡ଼ି ଯାଇନାହାନ୍ତି । ବିଜେପିର ଅପରେସନ ଲୋଟସ ଏଠାରେ କିଚଡ଼ ସାବ୍ୟସ୍ତ ହେବ ।"

କେନ୍ଦ୍ରରେ ବିଜେପି ସମସ୍ତ ଟଙ୍କା ୨୭୭ ବିଧାୟକଙ୍କୁ କିଣିବାରେ ଖର୍ଚ୍ଚ କରିଛି । ଜଣଙ୍କୁ ୨୦ କୋଟି ଟଙ୍କା ଦେଲେ ବି ୫ ହଜାର ୫ଶହ କୋଟି ଟଙ୍କା ହେଉଛି । ଏଣୁ ଦେଶରେ ମୁଦ୍ରାସ୍ପିତି ବୃଦ୍ଧି ପାଇଛି । ଏହି ଟଙ୍କା ସାଧାରଣ ଲୋକଙ୍କ ପକେଟରୁ ଖର୍ଚ୍ଚ ହେଉଛି ବୋଲି ଅଭିଯୋଗ କରିଛନ୍ତି ଅରବିନ୍ଦ କେଜ୍ରିୱାଲ ।

ସିବିଆଇ ଓ ଇଡିର କାର୍ଯ୍ୟାନୁଷ୍ଠାନକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି, "ଆଗକୁ ଗୁଜୁରାଟ ନିର୍ବାଚନ ଥିବାରୁ କେନ୍ଦ୍ରୀୟ ଏଜେନ୍ସି ଦ୍ବାରା ଆପ୍‌ ବିଧାୟକ, ନେତା ମନ୍ତ୍ରୀଙ୍କୁ ମିଥ୍ୟା ମାମଲାରେ ଫସା ଯାଉଛି । ଏଥିରେ କୌଣସି ସତ୍ୟତା ନାହିଁ । ସିସୋଦିଆଙ୍କ ଘରେ ୧୪ ଘଣ୍ଟା ଧରି ଚଢ଼ାଉ ହୋଇଥିଲା । ଗୋଟିଏ ଟଙ୍କା ପାଇଲେ ନାହିଁ । ନା ଟଙ୍କା ମିଳିଲା, ନା ଗହଣା ମିଳିଲା । ଏହାଏକ ଯୋଜନାବଦ୍ଧ ଚଢ଼ାଉଥିଲା । ଯେଉଁଥିରେ ଫେଲ୍‌ ମାରିଛି ବିଜେପି ।"

Last Updated : Aug 27, 2022, 3:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.