ETV Bharat / bharat

ଆଜି ଉତ୍ତରାଖଣ୍ତ ଯିବେ ଅରବିନ୍ଦ କେଜ୍ରିଓ୍ବାଲ

author img

By

Published : Sep 19, 2021, 12:14 PM IST

ଆସନ୍ତାବର୍ଷ ଉତ୍ତରାଖଣ୍ତ ବିଧାନସଭା ନିର୍ବାଚନ । ଏନେଇ ଏବେଠୁ ରଣନୀତି ପ୍ରସ୍ତୁତ ପାଇଁ ଆଜି ଉତ୍ତରାଖଣ୍ତ ଗସ୍ତ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ...

ଆଜି ଉତ୍ତରାଖଣ୍ତ ଯିବେ ଅରବିନ୍ଦ କେଜ୍ରିଓ୍ବାଲ
ଆଜି ଉତ୍ତରାଖଣ୍ତ ଯିବେ ଅରବିନ୍ଦ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: 2022ରେ ଉତ୍ତରାଖଣ୍ତ ବିଧାନସଭା ନିର୍ବାଚନ । ଏବେଠୁ ସରଗରମ ହେଲାଣୀ ନିର୍ବାଚନୀ ତାତି । ଦେବଭୂମିରେ ଗଡ ଜିତିବାକୁ କସରସ ଆରମ୍ଭ କଲାଣୀ ଆମ ଆଦମି ପାର୍ଟ । ଏନେଇ ଆଜି ଉତ୍ତରାଖଣ୍ତ ଗସ୍ତ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀରୁ ସିଧାସଳଖ ଉତ୍ତରାଖଣ୍ତର ହଲଦ୍ବାନିରେ ସେ ଆସି ପହଞ୍ଚିବେ । ପରେ କୁମାଓ୍ବାନ ଅଞ୍ଚଳ ଗସ୍ତ କରିବେ । ସେଠାରେ ସାଧାରଣ ସଭା କରି କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ । ଦଳ ତୃଣମୂଳ ସ୍ତରରୁ କିଭଳି ସୁଦୃଢ ହୋଇ ପାରିବ । ସେନେଇ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବେ ।

ଆସନ୍ତାବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । AAP ଏଠାରେ ବିଜେପି ସହ କଡା ଟକ୍କର ଦେବ । ବିକାଶ ପ୍ରସଙ୍ଗ ଉଠାଇ ନିର୍ବାଚନ ଲଢିବ । ଏପରିକି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମଧ୍ଯ ଦଳ ଘୋଷଣା କରିସାରିଛି । ଅବସରପ୍ରାପ୍ତ କର୍ଣ୍ଣେଲ ଅଜୟ କୋଥିଆଲଙ୍କୁ ଆପ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମଧ୍ୟ କରିସାରିଛି । 2017ରେ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଉତ୍ତରାଖଣ୍ତ ବିଧାନସଭା ୭୦ ଆସନରୁ ବିଜେପି 56 ଟି ଆସନ ଜିତିଥିବା ବେଳେ କଂଗ୍ରେସ 11 ଟି ସିଟ ହାସଲ କରିଥିଲା । ବିଜେପିର ଭୋଟ୍ 46.51 ପ୍ରତିଶତ ଥିଲା ବେଳେ କଂଗ୍ରେସ 33.49 ପ୍ରତିଶତ ଭୋଟ୍ ପାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.