ETV Bharat / bharat

Delhi LG Vs CM: LGଙ୍କ ଆଦେଶଙ୍କୁ ସିଧାସଳଖ ଗ୍ରହଣ କରନ୍ତୁ ନାହିଁ ସରକାରୀ ଅଧିକାରୀ: କେଜ୍ରିୱାଲ

author img

By

Published : Feb 24, 2023, 8:39 PM IST

ପୁଣି ତେଜିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳଙ୍କ ବିବାଦ । ଉପରାଜ୍ୟପାଳଙ୍କ କୌଣସି ବି ଆଦେଶକୁ ସିଧାସଳଖ ନ ମାନିବାକୁ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେଜ୍ରିୱାଲ । ଏ ନେଇ ପ୍ରଥମେ ମନ୍ତ୍ରୀଙ୍କୁ ଯୋଗାଯୋଗ କରିବାକୁ ସେ କହିଛନ୍ତି । ଅଧିକ ପଢନ୍ତୁ

Delhi LG Vs CM
Delhi LG Vs CM

ନୂଆଦିଲ୍ଲୀ: ଧୀରେ ଧୀରେ ସୀମା ଅତିକ୍ରମ କରିବାରେ ଲାଗିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ଭି.କେ ସକ୍ସସେନାଙ୍କ ମଧ୍ୟରେ ବିବାଦ । ଏବେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନିଜ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ କେହି ଉପରାଜ୍ୟପାଳଙ୍କ ଆଦେଶକୁ ସିଧାସଳଖ ଗ୍ରହଣ କରିବା ବନ୍ଦ କରନ୍ତୁ । ମୁଖ୍ୟମନ୍ତ୍ରୀ ଏପରି ନିର୍ଦ୍ଦେଶ ଦେବା ପରେ ସମସ୍ତ ମନ୍ତ୍ରୀମାନେ ନିଜ ନିଜ ବିଭାଗକୁ ମଧ୍ୟ ଏ ନେଇ ପତ୍ର ଲେଖିଛନ୍ତି ।

ଗତ କିଛି ମାସ ଧରି ଦିଲ୍ଲୀ ଉପରାଜ୍ୟପାଳ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିର ସମସ୍ତ ଫାଇଲଗୁଡ଼ିକୁ ବିଭାଗରୁ ମଗାଉଥିଲେ । ସମସ୍ତ ଫାଇଲକୁ ତଦାରଖ କରିବା ପରେ ଏହାକୁ ମଞ୍ଜୁରୀ ଦେଉଥିଲେ । ଏଥିଲାଗି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏପରି ନ କରିବାକୁ ଉପରାଜ୍ୟପାଳଙ୍କୁ ପତ୍ର ମଧ୍ୟ ଲେଖିଥିଲେ । ମାତ୍ର ଉପରାଜ୍ୟପାଳ କେଜ୍ରିୱାଲଙ୍କ ଅନୁରୋଧର ରକ୍ଷା ନକରି ବିଭିନ୍ନ ବିଭାଗରୁ ଫାଇଲଗୁଡ଼ିକୁ ମଗାଉଥିଲେ । ଏହାପରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗକୁ ଉପରାଜ୍ୟପାଳଙ୍କ ଏପରି ଆଦେଶକୁ ନ ମାନିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏପରି କିଛି ଆଦେଶ ଆସିଲେ ପ୍ରଥମେ ଉକ୍ତ ବିଭାଗର ମନ୍ତ୍ରୀଙ୍କ ସହିତ ଯୋଗାଯୋଗ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି ।

ଏହା ବି ପଢନ୍ତୁ-ମନିଲଣ୍ଡରିଂ ମାମଲାରେ ଏୟାରଓ୍ବେଜ ପୂର୍ବତନ ମୁଖ୍ୟ ନରେଶ ଗୋଏଲ ଓ ପତ୍ନୀଙ୍କୁ ଆଶ୍ବସ୍ତି

ସେପଟେ ଟ୍ରାଞ୍ଜାକ୍ସନ ଅଫ ବିଜେନସ ରୁଲ (TBR) ନିମୟକୁ କଡ଼ାକଡ଼ି ପାଳନ କରିବା ଲାଗି ମନ୍ତ୍ରୀମାନେ ନିଜ ନିଜ ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉପରାଜ୍ୟପାଳଙ୍କ ପକ୍ଷରୁ କୌଣସି ଆଦେଶ ଆସିଲେ ଏ ନେଇ ପ୍ରଥମେ ମନ୍ତ୍ରୀମାନଙ୍କ ସହିତ ଯୋଗାଯୋଗ କରନ୍ତୁ । ଦିଲ୍ଲୀ ସରକାର କହିଛନ୍ତି ଯେ ଉପରାଜ୍ୟପାଳ ସମ୍ବିଧାନ ଓ ସୁପ୍ରିମକୋର୍ଟଙ୍କ ଆଦେଶକୁ ଉଲ୍ଲଘଂନ କରି ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଆଦେଶ ଦେବା ପରିବର୍ତ୍ତେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ସିଧାସଳଖ ଆଦେଶ ଦେଉଛନ୍ତି । ଏଭଳି କ୍ଷେତ୍ରରେ ଉପରାଜ୍ୟପାଳଙ୍କ ନିୟମକୁ ମାନିବା TBR ନିୟମର ଉଲ୍ଲଘଂନ ବୋଲି କହିଛନ୍ତି କେଜ୍ରିୱାଲ ।

ଗତକାଲି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଉପରାଜ୍ୟପାଳଙ୍କୁ ପତ୍ର ଲେଖିଥିଲେ । ଏହି ପତ୍ରରେ ସେ ୨୦୨୧ TBR ନିୟମ ମାନି ନିଷ୍ପତ୍ତି ନେବା ଲାଗି ଉପରାଜ୍ୟପାଳଙ୍କୁ କହିଥିଲେ । ଅନ୍ୟପଟେ ଦିଲ୍ଲୀ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିଜେପି ଅରାଜକତା ବୋଲି କହିଛି । ଦିଲ୍ଲୀ ବିଜେପି ଅଭିଯୋଗ କରିଛି ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାରୀ ଅଧିକାରୀଙ୍କୁ ଏପରି ନିର୍ଦ୍ଦେଶ ଦେଇ ଭ୍ରଷ୍ଟାଚାର ଓ କୁଶାସନ ଆରମ୍ଭ କରିଛନ୍ତି । ଯେହେତୁ ଦିଲ୍ଲୀ ଏକ କେନ୍ଦ୍ରଶାସିତ ଅଞ୍ଚଳ । ଯେଉଁଠି ବିଭିନ୍ନ ସେବା ଲାଗି ଉପରାଜ୍ୟପାଳଙ୍କୁ ସମସ୍ତ ସରକାରୀ ପ୍ରକଳ୍ପକୁ ତଦାରଖ କରିବାର ଅଧିକାର ରହିଛି । ଉପରାଜ୍ୟପାଳ ସିଧାସଳଖ ଅଧିକାରୀଙ୍କ ବୈଠକ ମଧ୍ୟ ଡାକିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.