ETV Bharat / bharat

ଲଗାଣ ବର୍ଷାରେ ବେହାଲ ଉତ୍ତରାଖଣ୍ଡ, ସ୍ଥଗିତ ହେଲା କେଦାରନାଥ ଯାତ୍ରା

author img

By

Published : Jun 25, 2023, 10:30 PM IST

ଲଗାତାର ବର୍ଷା କାରଣରୁ ପ୍ରଭାବିତ ହେଲା କେଦାରନାଥ ଯାତ୍ରା । ଖରାପ ପାଗକୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ ସ୍ଥଗିତ କରାଯାଇଛି । ଅଧିକ ପଢ଼ନ୍ତୁ

kedarnath yatra stoped
ସ୍ଥଗିତ ହେଲା କେଦାରନାଥ ଯାତ୍ରା

ଡେରାଡୁନ: ମୌସୁମୀ ପ୍ରଭାବରେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି । ଲଗାତାର ବର୍ଷା କାରଣରୁ କେଦାରନାଥ ଯାତ୍ରା ପ୍ରଭାବିତ ହୋଇଛି । ଖରାପ ପାଗ ଓ ରାସ୍ତାକୁ ଦୃଷ୍ଟିରେ ରଖି ଯାତ୍ରାକୁ ସ୍ଥଗିତ କରାଯାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରୁଦ୍ରପ୍ରୟାଗ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରାକୁ ସ୍ଥଗିତ ରଖାଯାଇଛି ।

ସାରା ଦେଶରେ ମୌସୁମୀ ଜନିତ ବର୍ଷା ଲାଗି ରହିଛି । ଏହି କ୍ରମରେ ଉତ୍ତରାଖଣ୍ଡର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି । ବୁଧବାର ସକାଳୁ କେଦାରନାଥ ଧାମ ସମେତ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ଭାରତୀୟ ପାଣିପାଗ ସୂଚନା ଅନୁଯାୟୀ ଆସନ୍ତା କିଛି ଦିନ ଯାଏ ଉତ୍ତରାଖଣ୍ଡରେ ବର୍ଷା ଲାଗି ରହିବ । ତେଣୁ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ପାଗରେ ପରିବର୍ତ୍ତନ ହେଲେ ପୁଣିଥରେ ଯାତ୍ରା ଆରମ୍ଭ ହେବ ବୋଲି ରୁଦ୍ରପ୍ରୟାଗ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ରାଜ୍ୟରେ ଲଗାଣ ବର୍ଷା ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କଣ୍ଟ୍ରୋଲ ରୁମରେ ସ୍ଥିତି ଯାଞ୍ଚ କରିଛନ୍ତି । ବିପର୍ଯ୍ୟୟ ପ୍ରଶମନ ବିଭାଗ ସହାୟତାରେ ଖବର ନେଇଛନ୍ତି । କୋଣ୍ଟ୍ରୋଲ ରୁମରୁ ବର୍ତ୍ତମାନର ପାଣିପାଗ ସ୍ଥିତି, ବିଭିନ୍ନ ଜିଲ୍ଲାର ବର୍ଷା ସ୍ଥିତି, ବର୍ଷା ଯୋଗୁଁ ଦେଖାଦେଇଖିବା ଜଳବନ୍ଦୀ ସମସ୍ୟା ଓ କ୍ଷୟକ୍ଷତି ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ, "ଆଗାମୀ ଦିନରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ଏଭଳି ସ୍ଥିତିରେ ସମସ୍ତ ଜିଲ୍ଲା ସହ ଯୋଗାଯୋଗ ବଜାୟ ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାହା ଫଳରେ କୌଣସି ପ୍ରକାର ଜରୁରୀକାଳୀନ ପରିସ୍ଥିତିକୁ ଏଡ଼ାଇ ଦିଆଯାଇପାରିବ । ଏଥିପାଇଁ ବିପର୍ଯୟ ପ୍ରଶମନ ବିଭାଗ ଏବଂ ଉଦ୍ଧାରକାରୀ ଟିମ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।"

ଅଧିକ ପଢ଼ନ୍ତୁ: କେଦାରନାଥରେ ପୁଣି ବଦଳିଲା ପାଗ, ମେ ୨୫ ଯାଏଁ ପଞ୍ଜିକରଣ ବନ୍ଦ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି । ଡେରାଡୁନ, ନୈନୀତାଲ, ଚମ୍ପାୱତ, ପିଥୌରାଗଡ଼, ବାଗେଶ୍ବର ସମେତ କେତେକ ଜିଲ୍ଲା ପାଇଁ ସତର୍କ ସୂଚନା ଦିଆଯାଇଛି । ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ କେଦାରନାଥରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.