ETV Bharat / bharat

ଶୀତଋତୁରେ ବନ୍ଦ ରହିବ କେଦାରନାଥଙ୍କ ଧାମ, ୬ ମାସ ସମାଧି ନେବେ ବାବା - ୬ ମାସ ସମାଧୀ ନେବେ ବାବା କେଦାରନାଥ

ଶୀତଋତୁ ଯୋଗୁଁ ବନ୍ଦ ରହିବ ବାବା କେଦାରନାଥଙ୍କ ଧାମ । ଅକ୍ଟୋବର ୨୭ ତାରିଖରୁ ବାବାଙ୍କ ମନ୍ଦିର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଏହି କ୍ରମରେ ଯମୁନେତ୍ରୀ ଧାମ ମଧ୍ୟ ବନ୍ଦ ହେବ । ଅଧିକ ପଢ଼ନ୍ତୁ

kedarnath-and-yamunotri-dham-kapat-will-be-closed-for-winter
ଶୀତଋତୁରେ ବନ୍ଦ ରହିବ କେଦାରନାଥଙ୍କ ଧାମ, ୬ ମାସ ସମାଧି ନେବେ ବାବା
author img

By

Published : Oct 26, 2022, 11:02 PM IST

ଡେରାଡୁନ: ଶୀତଋତୁ ଯୋଗୁଁ ବନ୍ଦ ରହିବ ବାବା କେଦାରନାଥଙ୍କ ଧାମ । ଅକ୍ଟୋବର ୨୭ ତାରିଖରୁ ବାବାଙ୍କ ମନ୍ଦିର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଅନ୍ୟୁନ ବର୍ଷକରେ ୬ ମାସ ପାଇଁ ବାବାଙ୍କ ଧାମ ବନ୍ଦ ରହିଥାଏ । ତେବେ ପୁନଃ କେବେ ଏହି ଧାମ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ତାହାକୁ ନେଇ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ । ଚଳିତ ବର୍ଷ ମେ ମାସରେ ଶ୍ରଦ୍ଧାଳୁଙ୍କ ପାଇଁ କେଦାରନାଥ ଧାମ ଖୋଲିଥିଲା ।

ଏଥିପାଇଁ ବାବାଙ୍କ ବିଗ୍ରହକୁ ଆଜି ମନ୍ଦିର ଗର୍ଭଗୃହରୁ ବାହାର କରି ରୀତିନୀତି ସହ ସଭାମଣ୍ଡପରେ ବିରାଜମାନ କରାଯାଇଛି । ଅକ୍ଟୋବର ସକାଳ ୮.୩୦ ମିନିଟ୍‌ରେ ବାବାଙ୍କ ମନ୍ଦିର ପହଡ଼ ପଡ଼ିବ । ଏଥିପାଇଁ ଆଜି ବାଜାବାଦ୍ୟ ସହ ବାବାଙ୍କ ପଞ୍ଚମୁଖୀ ବିଗ୍ରହକୁ ସଭାମଣ୍ଡପକୁ ଅଣାଯାଇଛି । ଏହାପରେ ଏକ ବିରାଟ ପଟୁଆରରେ ବାବାଙ୍କ ବିଗ୍ରହକୁ ଔଁକାରେଶ୍ବର ମନ୍ଦିରକୁ ଅଣାଯିବ । ଏଠାରେ ଶୀତ ୬ ମାସ କାଳ ଭକ୍ତଙ୍କୁ ଦର୍ଶନ ଦେବେ ବାବା ।

ନୀତି ଅନୁଯାୟୀ ବାବାଙ୍କୁ ଭସ୍ମ, ଫଳ, ଘିଅ ଓ ଅନ୍ନ ଲାଗି କରାଯାଇଥିଲା । ଏହାପରେ ବାବା ୬ ମାସ ପାଇଁ ସମାଧି ନେବାନେଇ ବିଶ୍ବାସ ରହିଛି । ସକାଳ ୮ଟା ବେଳେ ସଭା ମଣ୍ଡପରୁ ବିରାଟ ପଟୁଆରରରେ ବାହାରିବା ପରେ ପ୍ରଥମ ଚରଣରେ ରାମପୁରରେ ବିଶ୍ରାମ କରିବେ ବାବା । ଏହାପରେ ଅକ୍ଟୋବର ୨୮ ତାରିଖରେ ବାବାଙ୍କ ପାଲିଙ୍କି ଫାଟାରେ ପହଞ୍ଚିବ । ସେଠାରେ ରାତ୍ରୀଯାପନ କରିବେ ବାବା । ଏହାପରେ ଅକ୍ଟୋବର ୨୯ ତାରିଖରେ ଗୁପ୍ତକାଶୀ ବାଟ ଦେଇ ବାବା ଔଁକାରେଶ୍ବର ମନ୍ଦିରରେ ପହଞ୍ଚିବେ ।

ବାବାଙ୍କ ଧାମ ବନ୍ଦ ରହିବା ବେଳେ ସ୍ଥାନୀୟ ନଗର ପଞ୍ଚାୟତକୁ ମନ୍ଦିର ପରିମଳ ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତା ସହିତ ସୁଳଭ ଇଣ୍ଟରନ୍ୟାସନାଲ୍‌ ସଂଗଠନ ମଧ୍ୟ ଏହି ଦାୟିତ୍ବରେ ରହିବ । ଅକ୍ଟୋବର ୨୭ ତାରିଖରେ ବାବା କେଦାରାନାଥ ଧାମ ବନ୍ଦ ହେବା ନେଇ ସମସ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଏହି କ୍ରମରେ ଯମୁନେତ୍ରୀ ଧାମ ମଧ୍ୟ ବନ୍ଦ ହେବ । ଶୀତଋତୁରେ ଯମୁନେତ୍ରୀ ଦେବୀଙ୍କ ଦେବୀଙ୍କ ପୂଜା ଖରସାଲୀ ଗ୍ରାମରେ କରାଯିବ । ଗୁରୁବାର ମଧ୍ୟାହ୍ନ ୧୨.୦୯ ମିନିଟରେ ଯମୁନେତ୍ରୀ ଧାମ ବନ୍ଦ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.