ETV Bharat / bharat

ଘାଟିରେ ସଂଖ୍ୟାଲଘୁଙ୍କୁ ହତ୍ୟା ଘଟଣା, ପୋଲିସ କବ୍ଜାରେ ୪ ଶହ ସନ୍ଦିଗ୍ଧ

author img

By

Published : Oct 10, 2021, 10:20 PM IST

ଘାଟିରେ ସଂଖ୍ୟାଲଘୁ ହତ୍ୟାକାଣ୍ଡ ଘଟଣାରେ ଗିରଫ ହେଲେଣି ପ୍ରାୟ ୪ଶହ ସନ୍ଦିଗ୍ଧ । ସ୍ଥିତି ଉପରେ କଡା ନଜର ରଖିବାକୁ ସ୍ଥାନୀୟ ପୋଲିସ ଓ ସୁରକ୍ଷାବଳକୁ କେନ୍ଦ୍ର ଗୃହମନ୍ତ୍ରଣାଳୟର ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଘାଟିରେ ସଂଖ୍ୟାଲଘୁଙ୍କୁ ହତ୍ୟା ଘଟଣା, ପୋଲିସ କବ୍ଜାରେ ୪ ଶହ ସନ୍ଦୀଗ୍ଧ

ଶ୍ରୀନଗର: ଘାଟିରେ ସଂଖ୍ୟାଲଘୁଙ୍କ ହତ୍ୟା ପରେ ଆକ୍ସନ ମୋଡରେ କେନ୍ଦ୍ର ଗୃହମନ୍ତ୍ରଣାଳୟ । ଘଟଣାରେ ସମ୍ପୃକ୍ତି ସନ୍ଦେହରେ ସ୍ଥାନୀୟ ପୋଲିସ ଓ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିଂ ମିଳିତ ଭାବେ ୪୦୦ରୁ ଊର୍ଦ୍ଧ୍ବ ସନ୍ଦିଗ୍ଧଙ୍କୁ ଗିରଫ କରିଥିବା ସୂଚନା ରହିଛି । ସେହିପରି କାଶ୍ମୀରର ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ ୪୦ ଶିକ୍ଷକଙ୍କୁ ପଚରା ଉଚରା ପାଇଁ NIA ସମନ ମଧ୍ୟ ଜାରି କରିଥିବା ସୂଚନା ରହିଛି । ଗତ ସପ୍ତାହରେ ଘାଟିରେ ହୋଇଥିବା 4 ସଂଖ୍ୟାଲଘୁଙ୍କ ସମେତ ସାଧାରଣ ନାଗରିକଙ୍କ ହତ୍ୟାକାଣ୍ଡର ତଦନ୍ତ ଭାର ଜାତୀୟ ତଦନ୍ତକାରୀ ସଂସ୍ଥା NIAକୁ ହସ୍ତାନ୍ତର କରାଯାଇଛି ।

ଖବର ଅନୁଯାୟୀ, ଘାଟିର ବିଭିନ୍ନ ଜିଲ୍ଲାରୁ ପୋଲିସ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି 400ରୁ ଅଧିକ ସନ୍ଦିଗ୍ଧଙ୍କୁ ଗିରଫ କରି ଗତ ସପ୍ତାହର ଏକାଧିକ ହତ୍ୟାକାଣ୍ଡ ସମ୍ପର୍କରେ ପଚରାଉଚରା ଜାରି ରଖିଛି । ପୋଲିସ ହେପାଜତକୁ ଆସିଥିବା ଅଧିକାଂଶ ସନ୍ଦିଗ୍ଧ ଆତଙ୍କୀ ଗୋଷ୍ଠୀ ‘ଜମାତ-ଏ-ଇସାଲାମି’ ଓ ‘ତେହେରିକ-ଇ-ହୁରିୟତ’ ସହ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ ସମ୍ପୃକ୍ତ ଥିବା ପ୍ରାଥମିକ ଭାବେ ଜଣାପଡିଛି । ଗତ ସପ୍ତାହରେ ଶ୍ରୀନଗର ସହରରେ ୪ ଜଣ ହିନ୍ଦୁ ଏବଂ ଶିଖଙ୍କ ସମେତ ମୋଟ ୭ଜଣଙ୍କୁ ହତ୍ୟା କରାଯାଇଥିଲା। ମୃତକଙ୍କ ମଧ୍ୟରେ ୨ଜଣ ସରକାରୀ ଶିକ୍ଷକ ଦୀପକ ଚାନ୍ଦ, ସ୍ପିନ୍ଦର କୌର ଥିବାବେଳେ ପ୍ରଖ୍ୟାତ ଫାର୍ମାସିଷ୍ଟ ମାଖାନ ଲାଲ ବନ୍ଦୁର, ବାନ୍ଦିପୋରାର ମହମ୍ମଦ ଶାଫି ଲୋନ ଏବଂ ସ୍ଥାନୀୟ ବ୍ୟବସାୟୀ ବରିନ୍ଦର ପାସୱାନ ରହିଛନ୍ତି ।

ଏହି ହତ୍ୟାକାଣ୍ଡ ଘଟିବା ପରେ ଘାଟିର ସଂଖ୍ୟାଲଘୁ କାଶ୍ମୀର ପଣ୍ଡିତ ସେମାନଙ୍କ ବଞ୍ଚିବାର ଅଧିକାର ନେଇ ସରକାରକୁ ପ୍ରଶ୍ନ କରିବା ସହ ଦେଶର ରାଜଧାନୀ ଦିଲ୍ଲୀର ଯନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର । ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା (NIA)ର ବରିଷ୍ଠ ଅଧିକାରୀଙ୍କୁ ଘାଟିକୁ ପଠାଯିବା ସହ ତଦନ୍ତ ଓ ଗିରଫଦାରି ମଧ୍ୟ ଆରମ୍ଭ ହୋଇଛି ।

ଘାଟିର ସ୍ଥିତି ଉପରେ ନଜର ରଖିବା ସହ କୌଣସି ହିଂସାତ୍ମକ କାର୍ଯ୍ୟକଳାପ ବା କୌଣସି ସାମ୍ପ୍ରଦାୟିକ ହତ୍ୟାକୁ କେହି ଗୋଷ୍ଠୀ ସ୍ବୀକାର କଲେ ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ଓ ସୁରକ୍ଷାବଳକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହମନ୍ତ୍ରଣାଳୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.