ETV Bharat / bharat

ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ କାଶୀ ବିଶ୍ବନାଥ କରିଡରକୁ ମୁସଲିମ ପକ୍ଷ ଦେବ 1700 ଫୁଟ ଜମି

author img

By

Published : Jul 23, 2021, 7:45 PM IST

ଶ୍ରାବଣ ମାସ ପୂର୍ବରୁ ହିନ୍ଦୁ ପକ୍ଷଙ୍କୁ କାଶୀରେ ମନ୍ଦିର ଓ ମସଜିଦ ବିବାଦରେ ପଡିପାରେ ପୂର୍ଣ୍ଣଛେଦ । ଜ୍ଞାନବ୍ୟାପୀ ମସଜିଦ ସହ ସଂଲଗ୍ନ ଜମି ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବା ପାଇଁ ମୁସଲମାନ ପକ୍ଷ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ କାଶୀ ବିଶ୍ବନାଥ କରିଡରକୁ ମୁସଲିମ ପକ୍ଷ ଦେବ 1700 ଫୁଟ ଜମି
ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ କାଶୀ ବିଶ୍ବନାଥ କରିଡରକୁ ମୁସଲିମ ପକ୍ଷ ଦେବ 1700 ଫୁଟ ଜମି

ବାରାଣାସୀ: କାଶୀ ବିଶ୍ବନାଥ ମନ୍ଦିର ଓ ଜ୍ଞାନବ୍ୟାପୀ ମସଜିଦ ବିବାଦ ମଧ୍ୟରେ ଭାଇଚାରାର ବଡ ପଦକ୍ଷେପ । ଶ୍ରାବଣ ମାସ ପୂର୍ବରୁ ହିନ୍ଦୁ ପକ୍ଷଙ୍କୁ କାଶୀରେ ମନ୍ଦିର ଓ ମସଜିଦ ବିବାଦରେ ପଡିପାରେ ପୂର୍ଣ୍ଣଛେଦ । ଜ୍ଞାନବ୍ୟାପୀ ମସଜିଦ ସହ ସଂଲଗ୍ନ ଜମି ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବା ପାଇଁ ମୁସଲମାନ ପକ୍ଷ ନିଷ୍ପତ୍ତି ନେଇଛି ।

ଏହି ନିଷ୍ପତ୍ତି ପରେ ଏବେ କାଶୀ ବିଶ୍ବନାଥ କରିଡରକୁ ମିଳିବ 1700 ଫୁଟ ଜମି । ଏହି ଜମି ଉପରେ ନିର୍ମାଣ ହୋଇଥିଲା କଣ୍ଟ୍ରୋଲ ରୁମ । ଏହା ବଦଳରେ ମୁସଲମାନ ପକ୍ଷକୁ 1000 ଫୁଟ ଜମି ଦେବା ପାଇଁ ନିଷ୍ପତ୍ତି ନେଇଛି ହିନ୍ଦୁ ପକ୍ଷ । ବର୍ତ୍ତମାନ ଜ୍ଞାନବ୍ୟାପୀ ମସଜିଦ ବିବାଦ କୋର୍ଟରେ ବିଚାରାଧିନ ରହିଛି ।

ଦୀର୍ଘ ଦିନ ଧରି ମସଜିଦକୁ ନେଇ ବିବାଦ ଲାଗି ରହିଥିଲା। ହିନ୍ଦୁ ପକ୍ଷ କହିଛି ଯେ 1664 ମସିହାରେ କାଶୀ ବିଶ୍ୱନାଥ ମନ୍ଦିରକୁ ମୋଗଲ ଶାସକ ଔରଙ୍ଗଜେବ ନଷ୍ଟ କରିଦେଇଥିଲେ । ତା’ପରେ ଏହାର ଅବଶିଷ୍ଟାଂଶରୁ ଏକ ମସଜିଦ ନିର୍ମାଣ କରାଯାଇଥିଲା, ଯାହା ମନ୍ଦିର ଜମିର ଏକ ଅଂଶରେ ଥିବା ଜ୍ଞାନବ୍ୟାପୀ ମସଜିଦ ଭାବରେ ଜଣାଶୁଣା ।

ସର୍ବପ୍ରଥମେ 1991 ମସିହାରେ ବାରାଣାସୀ ସିଭିଲ କୋର୍ଟରେ ସ୍ବ.ୟଂଭୁ ଜ୍ୟୋତିର୍ଲିଙ୍ଗ ଭଗବାନ ବିଶେଶ୍ବର ଙ୍କ ପକ୍ଷରୁ ଜ୍ଞାନବ୍ୟାପୀରେ ପୂଜାର୍ଚ୍ଚନା ପାଇଁ ଅନୁମତି ଆବେଦନ କରି ଏକ ଯାଚିକା ଦାଖଲ କରାଯାଇଥିଲା । ସେବେଠାରୁ ମସଜିଦ ବିବାଦ ଘେରକୁ ଆସିଛି । ତିନିଜଣ ପଣ୍ଡିତଙ୍କ ଦ୍ୱାରା ଏହି ପିଟିସନ ଦାଖଲ କରାଯାଇଥିଲା। ଏହା ପରେ 2019ରେ ଆଇନଜୀବୀ ବିଜୟ ଶଙ୍କର ରସ୍ତୋଗି ସିଭିଲ କୋର୍ଟରେ ଆବେଦନ କରିଥିଲେ। ଆବେଦନରେ ଉଲ୍ଲେଖ ରହିଥିଲା ଯେ ଜ୍ଞାନବ୍ୟାପୀ ମସଜିଦ ପରିସରରେ ଏକ ସର୍ଭେ କରାଯିବା ଉଚିତ ଯାହା ଦ୍ବାରା ଏହି ବିଷୟରେ ସତ୍ୟ ପଦାକୁ ଆସିପାରିବ।

ବାରାଣାସୀ କୋର୍ଟରେ ଚାଲିଥିବା ମସଜିଦ ବିବାଦ ମାମଲାରେ କୋର୍ଟ ବାହାରେ ବଡ ପଦକ୍ଷେପ ନିଆଯାଇଛି । ମସଜିଦ ପକ୍ଷରୁ ଆଇନଜୀବୀମାନେ ମସଜିଦ ନିକଟରେ ଥିବା ଜମି ମନ୍ଦିର ପ୍ରଶାସନକୁ ଦେବାକୁ ଲିଖିତ ଭାବେ ରାଜି ହୋଇଛନ୍ତି। ମନ୍ଦିର ପ୍ରଶାସନ ମଧ୍ୟ ମସଜିଦ ପାର୍ଶ୍ୱରେ ସମାନ ପରିମାଣର ଜମି ଦେବ। ତେବେ 1991 ପରଠାରୁ ଚାଲିଥିବା ମାମଲାର ଶୁଣାଣି ବାରାଣାସୀ କୋର୍ଟରେ ଚାଲିଛି।

ମସଜିଦ ପାର୍ଶ୍ୱ ଯେଉଁ ଜମି ଦେବାକୁ ରାଜି ହୋଇଛି, ତାହା ଏକ ହଜାର ଫୁଟରୁ ଅଧିକ । ଏହି ଜମି ସମ୍ପୁର୍ଣ୍ଣ ଭାବରେ ମସଜିଦ ସହିତ ସଂଲଗ୍ନ । ବର୍ତ୍ତମାନ ଏହି ଜମି ଉପରେ ମନ୍ଦିର ପ୍ରଶାସନର କଣ୍ଟ୍ରୋଲ ରୁମ ନିର୍ମାଣ କରାଯାଇଛି, ଯାହାକୁ ସ୍ଥାନାନ୍ତର କରାଯିବ। ଯଦିଓ ଏହି ଜମି ପୂର୍ବରୁ ପ୍ରଶାସନର ଅଧୀନରେ ଥିଲା, କିନ୍ତୁ ଆଇନ ଅନୁଯାୟୀ, କରିଡରର କାର୍ଯ୍ୟକୁ ଆଗକୁ ବଢାଇବା ପାଇଁ ମସଜିଦ ପକ୍ଷର ଅନୁମୋଦନ ଆବଶ୍ୟକ ଥିଲା। ବର୍ତ୍ତମାନ ଏହାକୁ ଅନୁମୋଦନ ଦିଆଯାଇଛି ।

ଏଥି ସହିତ ମନ୍ଦିର ପ୍ରଶାସନ ମସଜିଦ ପାର୍ଶ୍ୱରେ ପ୍ରାୟ ସମାନ ପରିମାଣର ଜମି ଦେବ। କାଶୀ ବିଶ୍ୱନାଥ କରିଡର ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡ୍ରିମ ପ୍ରୋଜେକ୍ଟ । ୟୁପି ସିଏମ ଯୋଗୀ ଆଦିତ୍ୟନାଥ ପ୍ରତି ମାସରେ କାଶୀ ପରିଦର୍ଶନ କରି ଏହି ପ୍ରକଳ୍ପର ଯାଞ୍ଚ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.