ETV Bharat / bharat

ବୃଦ୍ଧି ପାଇବା କାଶୀ ଧାମର ଆଧ୍ୟାତ୍ମିକତା: ପ୍ରଧାନମନ୍ତ୍ରୀ

ଆସନ୍ତାକାଲି କାଶୀ ବିଶ୍ବନାଥ ଧାମ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଟ୍ବିଟ କରି ମୋଦି କହିଲେ ଆହୁରି ବୃଦ୍ଧି ପାଇବ କାଶୀ ଧାମର ଆଧ୍ୟାତ୍ମିକତା । ଅଧିକ ପଢନ୍ତୁ

ଆସନ୍ତାକାଲି କାଶୀ ବିଶ୍ବନାଥ ଧାମ ପ୍ରକଳ୍ପ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

author img

By

Published : Dec 12, 2021, 9:20 PM IST

ନୂଆଦିଲ୍ଲୀ: ଆସନ୍ତାକାଲି(ସୋମବାର) ଉଦଘାଟିତ ହେବ ଉତ୍ତର ପ୍ରଦେଶର ପ୍ରସିଦ୍ଧ କାଶୀ ବିଶ୍ବନାଥ ଧାମ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ । ଏହି ପ୍ରକଳ୍ପକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ତେବେ ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ ପୂର୍ବରୁ ବେଶ ଉତ୍ସାହିତ ଥିବା ତାଙ୍କର ଏକ ଟ୍ବିଟରେ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସୋମବାର ଉଦ୍ଘାଟିତ ହେବାକୁ ଥିବା ପ୍ରକଳ୍ପ କାଶୀପୀଠର ଆଧ୍ୟାତ୍ମିକତାକୁ ଆହୁରି ବୃଦ୍ଧି କରିବ ।

  • Tomorrow, 13th December is a landmark day. At a special programme in Kashi, the Shri Kashi Vishwanath Dham project will be inaugurated. This will add to Kashi's spiritual vibrancy. I would urge you all to join tomorrow's programme. https://t.co/DvTrEKfSzk pic.twitter.com/p2zGMZNv2U

    — Narendra Modi (@narendramodi) December 12, 2021 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (ସୋମବାର) ଠାରୁ ନିଜ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀକୁ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି । ଏହି ଗସ୍ତରେ ସେ କାଶୀ ବିଶ୍ବନାଥ ଧାମ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ କରିବେ । ଏହି ପ୍ରଥମ ପର୍ଯ୍ୟାୟ ଭିତ୍ତିଭୂମି ବିକାଶରେ ପ୍ରାୟ 339 କୋଟି ଟଙ୍କା ବ୍ୟୟ ହୋଇଛି ।

ଆସନ୍ତାକାଲି କାଶୀ ବିଶ୍ବନାଥ ଧାମ ପ୍ରକଳ୍ପ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ଆସନ୍ତାକାଲି କାଶୀ ବିଶ୍ବନାଥ ଧାମ ପ୍ରକଳ୍ପ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ଆସନ୍ତାକାଲି ଗସ୍ତ ପୂର୍ବରୁ ପ୍ରଧାମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଆସନ୍ତାକାଲି (13 ଡିସେମ୍ବର) ଏକ ଗୁରୁତ୍ବପୂର୍ଣ୍ଣ ଦିନ । କାଶୀରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ କାଶୀ ବିଶ୍ବନାଥ ଧାମ ପ୍ରକଳ୍ପ ଉଦ୍ଘାଟିତ ହେବାକୁ ଯାଉଛି । ଏହା କାଶୀ ପୀଠର ଆଧ୍ୟାତ୍ମିକ ଉତ୍ସାହକୁ ଆହୁରି ବୃଦ୍ଧି କରିବ । ମୁଁ ସମସ୍ତଙ୍କୁ ଆସନ୍ତାକାଲିର କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନୁରୋଧ କରିବି ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ କରିଥିବା ଦେଖିବାକୁ ମିଳିଛି ।

ସେହିପରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଏକ ବହୁ ଦିନର ଭିଜନ । ବାବା ବିଶ୍ବନାଥଙ୍କ ଦର୍ଶନ ପାଇଁ ସାରା ଭାରତବର୍ଷରୁ କାଶୀକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଭିତ୍ତିଭୂମିର ବିକାଶ ଦିଗରେ ପ୍ରକଳ୍ପ ଆରମ୍ଭ କରିବା ପ୍ରଧାନମନ୍ତ୍ରୀଙ୍କ ବହୁ ଦିନର ପ୍ରତୀକ୍ଷା ଥିଲା । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଭକ୍ତମାନେ ଦର୍ଶନରେ ସୁବିଧା ପାଇବା ସହ କାଶୀ ଧାମର ଆଧ୍ୟାତ୍ମିକତା ବଢିବ ।

ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ମନ୍ଦିର ଭିତ୍ତିଭୂମି ସହ ଜଡିତ ମୋଟ 23ଟି କୋଠା ଉଦଘାଟନ ହେବ । ଏହି ପ୍ରଥମ ପର୍ଯ୍ୟାୟ ଭିତ୍ତିଭୂମି ବିକାଶ ପ୍ରକଳ୍ପରେ ଯାତ୍ରୀ ବିଶ୍ରାମାଗାର, ଭୋଗଶାଳା, ସିଟି ମ୍ୟୁଜିୟମ, ଭ୍ୟୁ ଗ୍ୟାଲେରୀ, ଫୁଡକୋର୍ଟ ସମେତ ବିଭିନ୍ନ ସୁବିଧା ପାଇପାରିବେ ଶ୍ରଦ୍ଧାଳୁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.