ETV Bharat / bharat

ବେଙ୍ଗାଲୁରୁରେ ଘର ମାଲିକାଣିଙ୍କୁ ବୀଭତ୍ସ ହତ୍ୟା ଘଟଣା, ବିହାରରୁ ଆଉ ଜଣେ ଅଭିଯୁକ୍ତ ଗିରଫ

author img

By

Published : Jun 10, 2023, 10:48 PM IST

ଘର ମାଲିକାଣୀକୁ ବୀଭତ୍ସ ହତ୍ୟା ମାମଲା । ବିହାରରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ବେଙ୍ଗାଲୁରୁ ପୋଲିସ । 7 ଜଣ ଘଟାଇଥିଲେ ହତ୍ୟାକାଣ୍ଡ । 2 ହେଲେଣି ଗିରଫ । ଅଧିକ ପଢନ୍ତୁ

କର୍ଣ୍ଣାଟକରେ ମହିଳାଙ୍କୁ ବୀଭତ୍ସ ହତ୍ୟା, ବିହାରରୁ ଅଭିଯୁକ୍ତ ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକ ବାନରାଘାଟା ରୋଡ ଏରିଆରେ ମହିଳାଙ୍କୁ ବୀଭତ୍ସ ହତ୍ୟା ଓ ଶରୀରକୁ ଖଣ୍ଡ ଖଣ୍ଡ କାଟି ଫିଙ୍ଗିବା ଘଟଣାରେ ଜଣେ ଅଭିଯୁକ୍ତକୁ ବିହାରରୁ ଗିରଫ କରାଯାଇଛି । ସଂଘବଦ୍ଧ ଭାବେ ହତ୍ୟାକାଣ୍ଡ ଘଟାଇବା ପରେ ସମସ୍ତ 7 ଅଭିଯୁକ୍ତ ଫେରାର ହୋଇଯାଇଥିଲା । ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇସାରିଥିବା ବେଳେ ଆଜି ବେଙ୍ଗାଲୁରୁ ପୋଲିସର ଏକ ଟିମ ବିହାରରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତର ନାମ ଇନ୍ଦଲ କୁମାର । ପୋଲିସ ତାକୁ ଜେରା ଜାରି ରଖିଛି ।

ଜୁନ 4 ତାରିଖରେ ଏହି ବୀଭତ୍ସ ହତ୍ଯାକାଣ୍ଡ ଘଟିଥିଲା । ବାନରାଘାଟାରେ ଗୀତାମ୍ମା ନାମକ ଜଣେ 53 ବର୍ଷୀୟା ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ଫିଙ୍ଗି ଦେଇଥିଲେ ଅଭିଯୁକ୍ତ । ଶରୀରରୁ ହାତ ଓ ଗୋଡ ଅଲଗା କରିଦେବା ସହ ମୁଣ୍ଡକୁ ମଧ୍ୟ ମଣ୍ଡ ଖଣ୍ଡ ଖଣ୍ଡ କରିଦେଇଥିଲା । ଏହି ମହିଳାଜଣଙ୍କ ବାନରାଘଟ୍ଟାର ଆଙ୍କେଲ ରୋଡର ସ୍ଥିତ ଜନତା କଲୋନୀରେ ଏକାକୀ ରହୁଥିଲେ । ଏହି ହତ୍ୟାକାଣ୍ଡରେ 7 ଜଣ ଅଭିଯୁକ୍ତ ଥିବା ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଥିବା ବେଳେ ସମସ୍ତେ ଫେରାର ହୋଇଯାଇଥିଲେ । ଏହି ଦ୍ବିତୀୟ ଅଭିଯୁକ୍ତକୁ ଗତ 7 ତାରିଖରେ ବିହାରରୁ ଗିରଫ କରାଯିବା ପରେ ବେଙ୍ଗାଲୁରୁ ଅଣାଯାଇଛି । ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ପ୍ରୟାସ ଜାରି ରହିଥିବା ପୋଲିସ କହିଛି ।

ଏହି ମାମଲାରେ ବେଙ୍ଗଲୁରୁ ଗ୍ରାମାଞ୍ଚଳ ଏସପି ଏକ ପ୍ରେସମିଟରେ ସୂଚନା ଦେଇ କହିଛନ୍ତି, ଅଭିଯୁକ୍ତମାନେ ବିହାରର ଓ ଶ୍ରମିକ ଭାବେ ବେଙ୍ଗାଲୁରୁରେ କାର୍ଯ୍ୟ କରୁଥିଲେ । ସେମାନେ ଏହି ମହିଳାଙ୍କ ଘରେ ଭଡାରେ ରହୁଥିଲେ । ତେବେ କଲୋନୀ ପରିସରରେ ଏକ ପରିତ୍ୟକ୍ତ ସ୍ଥାନରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବା ପର ଠାରୁ ସେମାନେ ସମସ୍ତେ ଫେରାର ଥିଲେ । ତେବେ ତଦନ୍ତ ଆଧରରେ ଏହା ଜଣାପଡିଥିଲା ଯେ, ଘରଭଡାକୁ ନେଇ ଏହି ଅଭିଯୁକ୍ତମାନେ ମହିଳାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଖଣ୍ଡ ଖଣ୍ଡ କରି କାଟି ଫିଙ୍ଗି ଦେଇଥିଲେ ।

ମୁଖ୍ୟ ଅଭିଯୁକ୍ତ ପଙ୍କଜ କୁମାରକୁ ପୂର୍ବରୁ ଗିରଫ କରାଯାଇ ସାରିଛି । ସେ ଅନେକ ବର୍ଷ ଧରି ମହିଳାଙ୍କ ଘରେ ରହିଆସୁଥିଲା । ମହିଳାଙ୍କ ସହ ଭଲ ସମ୍ପର୍କ ରଖି ସେ ଘରକୁ ନିଜ ନାମରେ ପଞ୍ଜୀକୃତ କରିବା ପାଇଁ ଷଡଯନ୍ତ୍ର ମଧ୍ୟ କରିଥିଲା । ହେଲେ ମହିଳାଜଣଙ୍କ ପ୍ରଥମେ ଏହା କରିବାକୁ ରାଜି ହୋଇଥିଲେ ହେଁ ପରେ ମନା କରିଦେଇଥିଲେ । ଏହାକୁ କେନ୍ଦ୍ର କରି ପଙ୍କଜ ତାର ସାଥୀଙ୍କୁ ଧରି ମହିଳାଙ୍କୁ ହତ୍ୟା କରିଥିଲା । ଏଥିରେ ତାର 6 ଜଣ ସହଯୋଗୀ ତାକୁ ସାହାଯ୍ୟ କରିଥିଲେ । ଏବେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ସମେତ 2 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୋଜା ଜାରି ରଖିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.