ବେଙ୍ଗାଲୁରୁ: ଆସନ୍ତାକାଲି(ଗୁରୁବାର)ଠାରୁ କର୍ଣ୍ଣାଟକରେ 18-44 ବର୍ଷ ବୟସ୍କଙ୍କ ଟୀକାକରଣ ସାମୟିକ ଭାବେ ସ୍ଥଗିତ ରହିବ । ରାଜ୍ୟର ସମସ୍ତ ଟୀକାକରଣ କେନ୍ଦ୍ରଗୁଡିକ ପାଇଁ ଏହା ପ୍ରଯୁଜ୍ୟ ଅଟେ । ରାଜ୍ୟରେ 45 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଦ୍ବିତୀୟ ଡୋଜ ଟିକା ପ୍ରଦାନ କରିବାକୁ କର୍ଣ୍ଣାଟକ ସରକାର ଗୁରୁବାର ଏହି ନିଷ୍ପତ୍ତି ନେଇଛନ୍ତି ।
କର୍ଣ୍ଣାଟକରେ ଟିକା ଯୋଗାଣ କମ୍ ରହିଛି । ଏଣୁ ପୂର୍ବରୁ ପ୍ରଥମ ଡୋଜ ନେଇଥିବା 45 ବର୍ଷ ଉର୍ଦ୍ଧ୍ବ ବୟସ୍କଙ୍କୁ ଦ୍ବିତୀୟ ଡୋଜ ଟିକା ଦିଆଯାଇ ପାରିନାହିଁ । ତେଣୁ ରାଜ୍ୟରେ ଟିକା ଉପଲବ୍ଧତାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର 18-44 ବର୍ଷ ବୟସ୍କଙ୍କ ଟୀକାକରଣ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସମସ୍ତ ଟୀକାକରଣ କେନ୍ଦ୍ରଗୁଡିକୁ ଏହାର ଅନୁପାଳକ କରିବାକୁ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ