ETV Bharat / bharat

Karnataka polls: 43 ଆସନ ସହ କଂଗ୍ରେସ ଜାରି କଲା ତୃତୀୟ ପ୍ରାର୍ଥୀ ତାଲିକା

author img

By

Published : Apr 15, 2023, 8:14 PM IST

କର୍ଣ୍ଣାଟକରେ କଂଗ୍ରେସ ଜାରି କଲା ତୃତୀୟ ପ୍ରାର୍ଥୀ ତାଲିକା । ତୃତୀୟ ପର୍ଯ୍ୟାୟରେ 43 ପ୍ରାର୍ଥୀ । ପୂର୍ବାହ୍ନରେ ବିଜେପିରୁ ଇସ୍ତଫା ଦେଇଥିବା ଲକ୍ଷ୍ମଣ ସାଓ୍ବଡୀଙ୍କୁ ଗୁରୁତ୍ବପୂର୍ଣ୍ଣ ଆସନରୁ ଟିକେଟ । ଅଧିକ ପଢନ୍ତୁ

କଂଗ୍ରେସ ଜାରି କଲା ତୃତୀୟ ପ୍ରାର୍ଥୀ ତାଲିକା
କଂଗ୍ରେସ ଜାରି କଲା ତୃତୀୟ ପ୍ରାର୍ଥୀ ତାଲିକା

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଜି (ଶନିବାର) କଂଗ୍ରେସ ତାର ତୃତୀୟ ପ୍ରର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ପ୍ରର୍ଯ୍ୟାୟରେ ମୋଟ 43 ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ଏଥିରେ କିଛି ବଡ ବ୍ୟତିକ୍ରମ ମଧ୍ୟ ସାମ୍ନାକୁ ଆସିଛି ।

ଅଠାନୀ ଆସନରୁ ଆଜି (ଶନିବାର) ବିଜେପିରୁ ଇସ୍ତଫା ଦେଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସେଓ୍ବାଡୀ ଟିକେଟ ପାଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପାରମ୍ପରିକ ଆସନ କୋଲାରରୁ କଥୌର ଜି.ମଞ୍ଜୁନାଥଙ୍କୁ ଦଳ ଟିକେଟ ଦେଇଛି । ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ପ୍ରଦେଶ କଂଗ୍ରେସ ସଭାପତି ଡି.କେ ଶିବ କୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବିଜେପି ସରକାର ଉପରେ ବର୍ଷଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସଓ୍ବାଡୀଙ୍କୁ ଟିକେଟ ନଦେବା ପ୍ରସଙ୍ଗରେ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି । ସଓ୍ବାଡୀ ଜଣେ ବରିଷ୍ଠ ନେତା ହୋଇ ମଧ୍ୟ ତାଙ୍କୁ ବିଜେପି ଗୁରୁତ୍ବ ଦେଇନାହିଁ ବୋଲି କହିବା ସହ ତାଙ୍କ ପରି ଜଣେ ଅନୁଭବି ନେତାଙ୍କୁ କଂଗ୍ରେସ ସ୍ବାଗତ କରୁଛି ବୋଲି ପୂର୍ବତନ ମଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା କହିଥିଲେ । ସେହିପରି ବିଜେପିକୁ ଟାର୍ଗେଟ କରି ସିଦ୍ଧରମୈୟା ଆହୁରି ମଧ୍ୟ କହିଥିଲେ ଯେ, ବିଜେପିର ପ୍ରାୟ 9-10 ବିଧାୟକ ଦଳ ଛାଡି କଂଗ୍ରେସରେ ସାମିଲ ହେବାକୁ ଚାହୁଁଛନ୍ତି । ହେଲେ ସେମାନଙ୍କୁ ଟିକେଟ ଦେବା ପାଇଁ କଂଗ୍ରେସ ପାଖରେ ଆସନ ନାହିଁ ।

ଏହା ମଧ୍ୟ ପଢନ୍ତୁ:- Karantaka Poll: ସାମ୍ନାକୁ ଆସିଲା ବିଜେପି ଫାଟ, ଟିକେଟ ନପାଇ କଂଗ୍ରେସରେ ମିଶିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

ଅନ୍ୟପଟେ ସଓ୍ବାଡୀଙ୍କୁ କଂଗ୍ରେସ ଟିକେଟ ମିଳିବା ପରେ ସମାଲୋଚନା କରିଛି ଭାରତୀୟ ଜନତା ପାର୍ଟି । ବିଜେପି ରାଜ୍ୟ ପ୍ରଭାରୀ ତଥା ଦଳର ବରିଷ୍ଠ ନେତା ଅରୁଣ ସିଂ କହିଛନ୍ତି, ସଓ୍ବାଡି କଂଗ୍ରେସରେ ସାମିଲ୍‌ ହୋଇ ଏକ ଭୁଲ ନିଷ୍ପତ୍ତି ନେଇଛନ୍ତି । କଂଗ୍ରେସ ଏବେ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇସାରିଛି । ଏପରି ସ୍ଥିତିରେ ସେ ପରବର୍ତ୍ତୀ ସମୟରେ କରିଥିବା ଭୁଲ ପାଇଁ ଅନୁତାପ କରିବେ ।

ଆସନ୍ତା ମାସ 10 ତାରିଖରେ ଏହି ବିଜେପି ଶାସିିତ ଦକ୍ଷିଣ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ପ୍ରର୍ଯ୍ୟାୟ କ୍ରମେ ରାଜନୈତିକ ଦଳମାନେ ପ୍ରାର୍ଥୀ ତାଲିକା ଘୋଷଣା କରିବା ଜାରି ରଖିଛନ୍ତି । ଟିକେଟ ନମିଳିବା ପରେ ଦଳ ବଦଳ ମଧ୍ୟ ଦେଖାଯିବା ଅରମ୍ଭ ହୋଇସାରିଲାଣି । ବଶବରାଜ ବୋମ୍ମାଇଙ୍କ ନେତୃତ୍ବରେ ବିଜେପି ଶାସନରେ ଥିବା ବେଳେ ମୁଖ୍ୟ ବିରୋଧୀ ଭୂମିକାରେ କଂଗ୍ରେସ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.