ETV Bharat / bharat

Karnataka: ବେଙ୍ଗାଲୁରୁରେ ପଡୋଶୀ ଯୁବତୀଙ୍କୁ ହତ୍ୟା କଲା ଓଡିଆ ଯୁବକ !

author img

By

Published : Aug 12, 2023, 7:42 PM IST

ବେଙ୍ଗାଲୁରୁରେ ଯୁବତୀଙ୍କୁ ଜଣେ ଓଡିଆ ଯୁବକ ହତ୍ୟା କରିଥିବା ଅଭିଯୋଗ । ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା କରିଥିବା ପୋଲିସର ସୂଚନା । ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

Karnataka: ବେଙ୍ଗାଲୁରୁରେ ପଡୋଶୀ ଯୁବତୀଙ୍କୁ ହତ୍ୟା କଲା ଓଡିଆ ଯୁବକ !
Karnataka: ବେଙ୍ଗାଲୁରୁରେ ପଡୋଶୀ ଯୁବତୀଙ୍କୁ ହତ୍ୟା କଲା ଓଡିଆ ଯୁବକ !

ବେଙ୍ଗାଲୁରୁ: ପଡୋଶୀ ଯୁବତୀଙ୍କୁ ଗଳାଚିପି ହତ୍ୟା କଲା ଓଡିଆ ଯୁବକ । ବେଙ୍ଗାଲୁରୁର ମହେଶ୍ବରୀ ନଗରରେ ଏପରି ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତ ଯୁବକ ଓଡିଶାର କୃଷ୍ଣଚାନ୍ଦ ସେଠୀ ଓ ସେ ବେଙ୍ଗାଲୁରୁରେ ଜଣେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବା ପ୍ରାଥମିକ ଭାବେ ପୋଲିସ ସ୍ପଷ୍ଟ କରିଛି । ପୋଲିସ ଅନୁସାରେ, କୃଷ୍ଣଚାନ୍ଦ ପାଖ କଲୋନୀରେ ରହୁଥିବା ଜଣେ 21ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ଯୁବତୀ ଏହାକୁ ବିରୋଧ କରି ଚିତ୍କାର କରିବାରୁ ସେ ତାର ଗଳାଚିପି ହତ୍ୟା କରିଛି । ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ମୃତଦେହକୁ ଉକ୍ତ ନିଜ ରୁମ୍‌ ସମ୍ମୁଖରେ ଫିଙ୍ଗିଦେଇ ରୁମରେ ଲୁଚିଯାଇଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।

ପ୍ରାଥମିକ ତଦନ୍ତରୁ ପୋଲିସ ସ୍ପଷ୍ଟ କରିଥିବା ସୂଚନା ଅନୁସାରେ, ମୃତ ଯୁବତୀ କର୍ଣ୍ଣାଟକର କାଲାବୁରାଗୀ ଅଞ୍ଚଳର । ବେଙ୍ଗାଲୁରୁରେ ମହାଦେବପୁର ପୋଲିସ ଷ୍ଟେସନ ଅଧୀନରେ ଥିବା ମାହେଶ୍ବରୀ ନଗରରେ ନିଜ ବଡ ଭଉଣୀଙ୍କ ଏକ ବିଲ୍ଡିଂରେ ରହୁଥିଲେ । ଦୁଇ ଭଉଣୀ ଏକ ସ୍ଥାନୀୟ ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଥିଲେ । 10 ତାରିଖରେ ଯୁବତୀଙ୍କ ଭଉଣୀ ସ୍ଥାନୀୟ ଥାନାରେ ଏକ ନିଖୋଜ ଏତଲା ଦାଏର କରିଥିଲେ । ତାଙ୍କ ଉଭଣୀ ରାତିଠାରୁ ମିଳୁନଥିବା ସେ ଅଭିଯୋଗରେ ଦର୍ଶାଇଥିଲେ । ହେଲେ ପରଦିନ ସକାଳେ ଉକ୍ତ ବିଲ୍ଡିଂ ସମ୍ମୁଖରୁ ତାଙ୍କ ଉଉଣୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:-ପୋଲିସ ଓ ଅବକାରୀ ପାଇଁ ଗଲା ନିରୀହ ଜୀବନ ! ବଞ୍ଚିପାରିଥାନ୍ତେ ଶୁଭଲକ୍ଷ୍ମୀ, ଆଗରୁ ହୋଇଥିଲା FIR

ପୋଲିସ ପ୍ରଥମେ ମୃତଦେହର ପାରିପାର୍ଶ୍ବିକ ସ୍ଥିତି ଦେଖି, ଏହା ଅନ୍ୟ କେଉଁଠି ନୁହେଁ ବରଂ ସେହି ସ୍ଥାନରେ ହତ୍ୟା କରାଯାଇଥିବା ସନ୍ଦେହ କରିଥିଲା । ପରେ ପଡୋଶୀ ଯୁବକକୁ ପୋଲିସ ଜେରା କରିଥିଲା । ଅଭିଯୁକ୍ତ କୃଷ୍ଣ ଚାନ୍ଦ ପୋଲିସ ନିକଟରେ ହତ୍ୟାକାଣ୍ଡ ଭିଆଇଥିବା ସ୍ବୀକାର କରିଛି । ସେ ଉକ୍ତ ଦିନ ରାତିରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ଯୁବତୀଜଣଙ୍କ ଏହାକୁ ବିରୋଧ କରିବା ସହ ଚିତ୍କାର କରିବାରୁ ସେ ତାର ଗଳାଚିପି ତାଙ୍କୁ ହତ୍ୟା କରିଥିଲା ।

ମୃତଦେହ କିଛି ଘଣ୍ଟା ଘରେ ଲୁଚାଇ ରଖିଥିଲା । କିଛି ସମୟ ପରେ ଏହାକୁ ଘର ସମ୍ମୁଖରେ ଫିଙ୍ଗି ଦେଇ ଘରେ ଲୁଚି ରହିଥିଲା । ପୋଲିସ ଅଭିଯୁକ୍ତକୁ ଜେରା ପରେ ଜାଣିବାକୁ ପାଇଛି, ସେ ଓଡିଶାର ବାସିନ୍ଦା । ଏକ ପାର୍କରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲା । ଉକ୍ତ ବିଲ୍ଡିଂରେ ଯୁବତୀଙ୍କ ନିକଟବର୍ତ୍ତୀ ରୁମରେ ରହୁଥିଲେ । ଏବେ ପୋଲିସ ତାକୁ ଜେରା କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.