ETV Bharat / bharat

କର୍ଣ୍ଣାଟକରେ ଗୋରୁ ଚାଲାଣକାରୀଙ୍କୁ ଗୋରକ୍ଷକଙ୍କ ହତ୍ୟା ! ରାଜନୈତିକ ଲିଙ୍କ ସନ୍ଦେହ

author img

By

Published : Apr 2, 2023, 6:39 PM IST

କର୍ଣ୍ଣାଟକରେ ଗୋରୁ ଚାଲାଣକାରୀଙ୍କୁ ଗୋରକ୍ଷକ ଦଳ ହତ୍ୟା କରିଥିବା ଅଭିଯୋଗ । ରାଜନୈତିକ ଲିଙ୍କ୍‌ ସନ୍ଦେହ କରୁଛି ପୋଲିସ । ଅଧିକ ପଢନ୍ତୁ

କର୍ଣ୍ଣାଟକରେ ଗୋରୁ ଚାଲାଣକାରୀଙ୍କୁ ହତ୍ୟା, ରାଜନୈତିକ ଲିଙ୍କ ସନ୍ଦେହ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାମନଗର ଜିଲ୍ଲାରେ ଜଣେ ଗୋଚାଲାଣକାରୀଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି । ବିଜେପି ସହ ଲିଙ୍କରେ ଥିବା ସ୍ଥାନୀୟ ଜଣେ ଆତ୍ମଘୋଷିତ ଗୋରକ୍ଷକ ଏହି ହତ୍ୟାକାଣ୍ଡ ଘଟାଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପରିବାର ସଦସ୍ୟ କରିଥିବା ଅଭିଯୋଗ ଅନୁସାରେ ସମ୍ପୃକ୍ତ ଗୋରକ୍ଷକ ମୃତକଙ୍କୁ ଅପହରଣ କରିନେଇ ଟଙ୍କା ଦାବି କରିଥିଲା । ପରେ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଛି ।

ମୃତକ ସ୍ଥାନୀୟ ସାଥାନୁରର 45 ବର୍ଷୀୟ ଇଦ୍ରେସ ପାଶା ବୋଲି ସ୍ପଷ୍ଟ ହୋଇଛି । ସ୍ଥାନୀୟ ଜଣେ ଆତ୍ମଘୋଷିତ ଗୋରକ୍ଷକ ପୁନିତ ଖେରାଓ୍ବାଲୀ ନାମକ ଜଣେ ଯୁବକ ଏହି ହତ୍ୟାକାଣ୍ଡ ଘଟାଇଥିବା ମୃତ ଇଦ୍ରେସ ପାଶାଙ୍କ ପିରବାର ଲୋକେ ଅଭିଯୋଗ ଆଣିଛନ୍ତି । ସମ୍ପୃକ୍ତ ଅଭିଯୁକ୍ତର ଏକାଧିକ ଫଟୋ ବିଜେପି ନେତାଙ୍କ ସହ ମଧ୍ୟ ଭାଇରାଲ ହେଉଛି ।

ମୃତକଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ଶୁକ୍ରାବାର ରାତିରେ ଇଦ୍ରେସ ପାଶା ଓ ତାଙ୍କର ଜଣେ ସହଯୋଗୀ କୌଣସି ସ୍ଥାନରୁ ଫେରୁଥିଲେ । ଏହି ସମୟରେ ପୁନିତ ଖେରାଓ୍ବାଲୀର ଗୋଷ୍ଠୀ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା । ଏହି ଆତ୍ମଘୋଷିତ ଗୋରକ୍ଷକ ଦଳ ଉଭୟଙ୍କୁ ମାଡ ମାରିବା ସହ କେଉଁଆଡେ ଅପହରଣ କରି ନେଇଥିଲେ । ଶୁକ୍ରବାର ରାତିରେ ଇଦ୍ରେସଙ୍କୁ ମୁକ୍ତ କରିବା ପାଇଁ ପରିବାରକୁ 2 ଲକ୍ଷ ଟଙ୍କା ମଗାଯାଇ ଏକ ଧମକପୂର୍ଣ୍ଣ କଲ୍‌ ମଧ୍ୟ ମିଳିଥିଲା । ହେଲେ ପରିବାର ସଦସ୍ୟ ଟଙ୍କା ଦେବାକୁ ମନା କରି ଦେଇଥିଲେ । କିଛି ସମୟ ପରେ ସେମାନେ ଇଦ୍ରେସର ବନ୍ଧୁଙ୍କୁ ସ୍ଥାନୀୟ ଥାନାରେ ହସ୍ତାନ୍ତର କରିଦେଇଥିଲେ । ହେଲେ ଇଦ୍ରେସଙ୍କର କୌଣସି ସୂଚନା ମିଳିନଥିଲା । ଗତକାଲି ସାଥନୁର ପୋଲିସ ଥାନାରୁ ମାତ୍ର କିଛି ମିଟର ଦୂରରେ ଇଦ୍ରେସ ପାଶାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକଙ୍କ ପରିବାର ପକ୍ଷରୁ ମଧ୍ୟ ନ୍ୟାୟ ଦାବିରେ ଧାରଣା ଦିଆଯାଇଥିଲା । ପୋଲିସ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପହଞ୍ଚି ଆଲୋଚନା କରିଥିଲେ । ଅଭିଯୁକ୍ତ ଏବେ ସୁଦ୍ଧା ମଧ୍ୟ ଗିରଫ ହୋଇନାହିଁ । ତଦନ୍ତ ଜାରି ରହିଛି ଓ ଫଳାଫଳ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ କହିଛି । ଅନ୍ୟପଟେ ଘଟଣା ନେଇ ରାଜ୍ୟରେ ପୁଣି ସାମ୍ପ୍ରଦାୟିକ ରାଜନୀତି ଉଷ୍ମ ହେବାରେ ଲାଗିଛି । ବିରୋଧୀ ରାଜନୈତିକ ଦଳମାନେ ଏହି ଘଟଣାରେ ବିଜେପିକୁ ଟାର୍ଗେଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.