ବେଙ୍ଗାଲୁରୁ: ମୁସଲମାନ ଭୋଟରଙ୍କୁ ବିଜେପି ବିଧାୟକଙ୍କ ଧମକ । ଯଦି ମୋତେ ଭୋଟ ନଦିଅନ୍ତି, ତେବେ ମୁଁ ଆପଣମାନଙ୍କ ବ୍ୟକ୍ତିଗତ କାମ କରିବି ନାହିଁ ବୋଲି କହିଲେ କର୍ଣ୍ଣାଟକ ବିଧାୟକ ପ୍ରିଥମ ଗୌଡ । ଖାଲି ଏତିକି ନୁହଁ, ଯଦି ମୁଁ କାମ କରିଛି କିନ୍ତୁ ଆପଣ ମାନେ ମୋତେ ସାହାଯ୍ୟ ନକରନ୍ତି ତେବେ ମୋର ସାହାଯ୍ୟ ବୃଥା ବୋଲି କହିଛନ୍ତି ବିଧାୟକ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି (Karnataka MLA Preetham Gowda video viral )। ଭାଇରାଲ ଭିଡିଓଟି ଏତେ ସ୍ପଷ୍ଟ ଭାବେ ଦୃଶ୍ୟ ମାନ ହେଉନଥିବା ବେଳେ ବିଜେପି ବିଧାୟକ ପ୍ରିଥମ ଗୌଡ ହୋଇଥିବା କୁହାଯାଉଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ "ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ମୁସଲମାନ ଭାଇମାନଙ୍କୁ ମୋର ନିଜ ଭାଇ ପରି ଦେଖିଛି । ଭବିଷ୍ୟତରେ ମଧ୍ୟ ଏପରି ହିଁ କରିବି। ଯଦି ମୁଁ ଏହି କାମ କରିଛି କିନ୍ତୁ ଆପଣ ମାନେ ମୋତେ ସାହାଯ୍ୟ ନକରନ୍ତି, ତେବେ ମୁଁ ଭାବିବି ଆପଣମାନଙ୍କୁ ସାହାଯ୍ୟ କରିବାରେ କୌଣସି ଲାଭ ନାହିଁ । ଏହା ଆପଣଙ୍କ ଦାୟିତ୍ବ ଯେ ମୁଁ ଯେମିତି ଏପରି ନିଷ୍ପତ୍ତି ନିଅନ୍ତୁ'' ।
ଏହା ମଧ୍ୟ ପଢନ୍ତୁ-Delhi liquor scam case: କବିତାଙ୍କୁ ସାଢେ ୭ ଘଣ୍ଟା ଘାଣ୍ଟିଲା CBI
''ତିନୋଟି ନିର୍ବାଚନରେ ଆପଣ ମାନେ ମୋତେ ଭୋଟ ନଦେଇ ଧୋକା ଦେଇଛନ୍ତି, ଆଉ ୬ ମାସ ପରେ ପୁଣି ନିର୍ବାଚନ ହେବାକୁ ଯାଉଛି । ଯଦି ମୋତେ ପୁନର୍ବାର ଧୋକା ଦିଅନ୍ତି, ତେବେ ମୁଁ ଆପଣ ମାନଙ୍କ ପାଇଁ କିଛିବି କାମ କରିବି ନାହିଁ, ଯଦି ମୋ ପାଖକୁ ଆପଣ ମାନେ ଆସିବେ ମୁଁ କଫି ଦେବି ଏବଂ ତୁମକୁ ପଠାଇବି । କୌଣସି କାମ କରିବି ନାହିଁ । ପାନୀୟ ଜଳ, ସଡକ ଏବଂ ଡ୍ରେନେଜ କାମ କରିବା ମୋର କର୍ତ୍ତବ୍ୟ, କିନ୍ତୁ ଆପଣଙ୍କ କୌଣସି ବ୍ୟକ୍ତିଗତ କାର୍ଯ୍ୟ ମୁଁ କରିବି ନାହିଁ ।’’ ସୂଚନା ଥାଉକି, ଆସନ୍ତା ବର୍ଷ (2023)ରେ ବିଜେପି ଶାସିତ ରାଜ୍ୟ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।