ETV Bharat / bharat

କର୍ଣ୍ଣାଟକ ମନ୍ତ୍ରୀଙ୍କୁ କରୁଥିଲେ ବ୍ଲାକମେଲ, ବାନ୍ଧିଲା ପୋଲିସ - କର୍ଣ୍ଣାଟକ ମନ୍ତ୍ରୀଙ୍କ ପୁଅକୁ ବ୍ଲାକମେଲ

କର୍ଣ୍ଣାଟକ ମନ୍ତ୍ରୀ ସୋମାଶେକର ଓ ତାଙ୍କ ପୁଅଙ୍କୁ ବ୍ଲାକମେଲ କରିବା ଘଟଣାରେ ଜଣେ ଜ୍ୟୋତିଷଙ୍କ ପୁଅକୁ ଗିରଫ କରିଛି କର୍ଣ୍ଣାଟକ ପୋଲିସ । ଅଧିକ ପଢନ୍ତୁ

କର୍ଣ୍ଣାଟକ ମନ୍ତ୍ରୀ ଓ ତାଙ୍କ ପୁଅଙ୍କୁ ବ୍ଲାକମେଲ କରିବା ପଡିଲା ମହଙ୍ଗା : ଜଣକୁ ବାନ୍ଧିଲା ପୋଲିସ

author img

By

Published : Jan 10, 2022, 12:04 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ମନ୍ତ୍ରୀ ସୋମାଶେକର ଓ ତାଙ୍କ ପୁଅଙ୍କ କେହି ଜଣେ ପ୍ରାଇଭେଟ ଭିଡିଓ କରି ଟଙ୍କା ମାଗିବା ଅଭିଯୋଗ ହୋଇଥିଲା । ଗତ ଡିସେମ୍ବର ୨୭ରେ ମନ୍ତ୍ରୀଙ୍କ ପୁଅ ନିଶାନ୍ତ ସାଇବର ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ, ତାଙ୍କ ପିତାଙ୍କ ବ୍ୟକ୍ତିଗତ ସଚିବ ଭାନୁ ପ୍ରକାଶଙ୍କୁ ଅଜ୍ଞାତ ବ୍ୟକ୍ତିଙ୍କଠାରୁ ଧମକ ଦିଆଯାଇଥିଲା । ଯଦି ଟଙ୍କା ନଦିଅନ୍ତି , ତେବେ ନିଶାନ୍ତଙ୍କ ବ୍ୟକ୍ତିଗତ ଭିଡିଓ ଲିକ୍ କରିବାକୁ ଧମକ ଦେଇଥିଲା ଅଭିଯୁକ୍ତ । କେନ୍ଦ୍ରୀୟ ଅପରାଧ ଶାଖା (CCB) ରାହୁଲ ଭଟ୍ଟ ନାମକ ଜଣେ ଅଭିଯୁକ୍ତକୁ ଚିହ୍ନଟ କରିଛି । ରାହୁଲ ଭଟ୍ଟ ଜଣେ ଜ୍ୟୋତିଷଙ୍କ ପୁଅ ହୋଇଥିବା ଜଣାପଡିଛି ।

ମନ୍ତ୍ରୀ ସୋମାଶେକର ଏହି ମାମଲାକୁ ପୋଲିସ ବିଭାଗକୁ ପଠାଇଥିଲେ ଏବଂ ତାଙ୍କ ପୁଅ ନିଶାନ୍ତ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । ଗତ ମାସ ୨୫ ତାରିଖରେ ନିଶାନ୍ତ ସାଇବର କ୍ରାଇମବ୍ରାଞ୍ଚରେ ଅଭିଯୋଗ ମଧ୍ୟ କରିଥିଲେ । ରାଜନୈତିକ ଦୃଷ୍ଟିରୁ ମୋତେ ଏବଂ ମୋ ବାପାଙ୍କୁ ଅପମାନିତ କରୁଥିବା ଜଣେ ଅପରିଚିତ ବ୍ୟକ୍ତି ମୋର ଫଟୋକୁ ଏକ ବ୍ୟକ୍ତିଗତ ଭିଡିଓରେ ବ୍ୟବହାର କରି ହ୍ବାଟ୍ସଆପରେ ଟଙ୍କା ମାଗିଥିବା କଥା କହିଥିଲେ ନିଶାନ୍ତ ।

ଅଭିଯୋଗରେ ସେ କହିଛନ୍ତି ଯେ, ଯଦି ସେମାନଙ୍କ ଦାବି ପୂରଣ ନକରନ୍ତି ତେବେ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ୍ କରିବା ନେଇ ସେମାନେ ଧମକ ଦେଇଥିଲେ । ରାହୁଲ ଭଟ୍ଟଙ୍କୁ ଗିରଫ କରି କୋର୍ଟରେ ହାଜର କରିବା ପରେ ତାଙ୍କୁ ପାଞ୍ଚ ଦିନ ରିମାଣ୍ଡରେ ନେଇଛି ପୋଲିସ । ଏହା ପଛରେ ଜଣେ ରାଜନେତାଙ୍କ ଝିଅର ମଧ୍ୟ ସମ୍ପର୍କ ଥିବା ପୋଲିସ ସନ୍ଦେହ କରୁଛି ।

ଅନୁସନ୍ଧାନରୁ ଜଣାପଡିଛି ଯେ, ଏହି ଭିଡିଓଟି ଇଣ୍ଡି ନିର୍ବାଚନମଣ୍ଡଳୀ (ବିଜୟପୁରା ଜିଲ୍ଲା)ର ଜଣେ ଝିଅର ମୋବାଇଲ ନମ୍ବରରୁ ପଠାଯାଇଥିବା ନେଇ ସନ୍ଦେହ କରୁଛି ପୋଲିସ । ଆଉ କିଛି ଲୋକ ଏଥିରେ ଲିପ୍ତ ଥିବା ନେଇ ଅନୁମାନ କରୁଛି ପୋଲିସ । ସେମାନଙ୍କୁ ଖୁବଶୀଘ୍ର ଗିରଫ ପାଇଁ ତଦନ୍ତ ଜାରି ରଖିଛି ପୋଲିସ । ଏହି ମାମଲାରେ ବିଧାୟକ ପାଟିଲ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.