ETV Bharat / bharat

ମଙ୍ଗଳବାର ଅପରାହ୍ନ ଯାଏଁ ସ୍ଥଗିତ ରହିଲା ହିଜାବ ଶୁଣାଣି

author img

By

Published : Feb 14, 2022, 7:38 PM IST

ଆସନ୍ତାକାଲି (ମଙ୍ଗଳବାର) ଅପରାହ୍ନ ଯାଏଁ ସ୍ଥଗିତ ରହିଲା ହିଜାବ ମାମଲାର ଶୁଣାଣି । ଅପରାହ୍ନ ୨.୩୦ ରେ ପୁଣି ଆରମ୍ଭ ହେବ ଶୁଣାଣି । ଆବେଦନକାରୀ ଓକିଲ କହିଲେ ହିଜାବ ପରିଧାନ ବନ୍ଦ କରିବା ରାଜ୍ୟ ସରକାରଙ୍କ କ୍ଷମତା ବାହାରେ । ଅଧିକ ପଢନ୍ତୁ

ଆସନ୍ତାକାଲି ଅପରାହ୍ନ ଯାଏ ସ୍ଥଗିତ ରହିଲା ହିଜାବ ଶୁଣାଣି

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକ ଉଚ୍ଚ ନ୍ୟାୟାଲୟର ବୃହତ୍ତର ଖଣ୍ଡପୀଠରେ ଜାରି ରହିଥିବା ବହୁଚର୍ଚ୍ଚିତ ହିଜାବ ମାମଲାର ଶୁଣାଣି ଆସନ୍ତାକାଲି (ମଙ୍ଗଳବାର) ଅପରାହ୍ନ ଯାଏଁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି (ମଙ୍ଗଳବାର) ଅପରାହ୍ନ ୨.୩୦ ରେ ଏହାର ଶୁଣାଣି ପ୍ରକ୍ରିୟା ପୁନଃ ଆରମ୍ଭ ହେବ । ଆଜି ଶୁଣାଣି ବେଳେ ହିଜାବ ବ୍ୟାନ ବିରୋଧରେ ଆବେଦନ କରିଥିବା ପକ୍ଷରୁ ମାମଲା ପରିଚାଳନା କରିଥିଲେ ବରିଷ୍ଠ ଆଇନଜୀବୀ ଦେବଦତ୍ତ କାମତ । ତେବେ ବିଭିନ୍ନ ଦିଗକୁ ନେଇ ତର୍କ ହେବା ପରେ ଖଣ୍ଡପୀଠ ମାମଲାର ଶୁଣାଣିକୁ ଆସନ୍ତାକାଲି ଅପରାହ୍ନ ଯାଏ ସ୍ଥଗିତ କରିଛନ୍ତି ।

ଆବେଦନକାରୀଙ୍କ ଓକିଲ କାମାତ ଖଣ୍ଡପୀଠଙ୍କ ସମ୍ମୁଖରେ ଯୁକ୍ତି ରଖିଥିଲେ ଯେ, ମୁସଲିମ ଛାତ୍ରୀମାନେ ହିଜାବ ପିନ୍ଧିପାରିବେ କି ନାହିଁ ସେ ସମ୍ପର୍କରେ ନିର୍ଦ୍ଦେଶନାମା ଜାରି କରିବା ରାଜ୍ୟ ସରକାରଙ୍କ କ୍ଷମତା ପରିସରଭୂକ୍ତ ନୁହେଁ । ଏହାକୁ ଆଇନଗତ ଭାବେ ନୁହେଁ ବରଂ ବିଶ୍ବାସ ଦୃଷ୍ଟିକୋଣରୁ ଦେଖିବାର ଆବଶ୍ୟକତା ରହିଛି । ଅନେକ ସ୍ଥାନରେ ଶିକ୍ଷାନୁଷ୍ଠାନରେ ହିଜାବ ନେଇ କୌଣସି କଟକଣା ନାହିଁ । ବିଧିଗତ ଭାବେ ମଧ୍ୟ କଲେଜ କମିଟି କିମ୍ବା କର୍ତ୍ତୁପକ୍ଷ ମଧ୍ୟ ଏହା ଉପରେ କୌଣସି କଟକଣା ଲଗାଇବା ପାଇଁ ଅଧିକୃତ ନୁହନ୍ତି ବୋଲି କହିଥିଲେ ଆବେଦନକାରୀ ଓକିଲ ।

ଆବେଦନକାରୀ ଓକିଲ ଆହୁରି ମଧ୍ୟ ଦର୍ଶାଇଥିଲେ ଯେ, ମହିଳାମାନେ ମୁଣ୍ଡରେ ହିଜାବ ପିନ୍ଧିବା ଇସଲାମ ଧର୍ମରେ ଏକ ଜରୁରୀ ପ୍ରଥା । କେନ୍ଦ୍ରୀୟ ବିଦ୍ୟାଳୟ ପରି ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ମଧ୍ୟ ନିର୍ଦ୍ଧାରିତ ଡ୍ରେସକୋଡର ରଙ୍ଗ ଅନୁସାରେ ହିଜାବ ପିନ୍ଧିବାକୁ ଅନୁମତି ପ୍ରଦାନ କରାଯାଇଛି । ଏପରି ସ୍ଥଳେ ରାଜ୍ୟ ସରକାରଙ୍କ ପକ୍ଷରୁ କାହିଁକି ବାରଣ କରାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ । ତେବେ ଆଜି ଦୀର୍ଘ ସମୟର ତର୍କ ପରେ ମଧ୍ୟ ମାମଲାର ଅଧିକ ଆଲୋଚନାର ଆବଶ୍ୟକତା ଥିବାରୁ ଆସନ୍ତାକାଲିକୁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ଅପରାହ୍ନରେ ମାମଲାର ପୁନଃ ଶୁଣାଣି ଆରମ୍ଭ ହେବ ।

ଏହାପୂର୍ବରୁ ଗତ ଶୁକ୍ରବାର କୋର୍ଟ ଏକ ମଧ୍ୟବର୍ତ୍ତୀ ଆଦେଶ ଜାରି କରିଥିଲେ । ଯେଉଁଥିରେ ରାଜ୍ୟ ସରକାରଙ୍କୁ ତୁରନ୍ତ ସ୍କୁଲ ଖୋଲିବା ପାଇଁ ନିର୍ଦ୍ଦେଶ ଦେବା ସହ ଉଭୟ ପକ୍ଷର ଛାତ୍ରଛାତ୍ରୀଙ୍କୁ କୌଣସି ଧର୍ମୀୟ ପୋଷାକ ପରିବର୍ତ୍ତେ କେବଳ ସ୍କୁଲ ଦ୍ବାରା ନିର୍ଦ୍ଧାରିତ ଡ୍ରେସକୋଡ ପରିଧାନ କରି ଆସିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତେବେ ମାମଲାର ଚୂଡାନ୍ତ ରାୟ ନଆସିବା ପର୍ଯ୍ୟନ୍ତ ଏହି ଅନ୍ତରୀଣ ରାୟ ବଳବତ୍ତର ରହିବା ନେଇ କୋର୍ଟ ସ୍ପଷ୍ଟ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.