ETV Bharat / bharat

Hijab Row Case: ଶିକ୍ଷାନୁଷ୍ଠାନରେ ହିଜାବକୁ ନା, ସମସ୍ତ ଆବେଦନ ଖାରଜ କଲେ ହାଇକୋର୍ଟ

author img

By

Published : Mar 15, 2022, 10:52 AM IST

Updated : Mar 15, 2022, 11:23 AM IST

ହିଜାବ ମାମଲାରେ ସମସ୍ତ ଆବେଦନକୁ ଖାରଜ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଅଧିକ ପଢନ୍ତୁ

ସମସ୍ତ ଆବେଦନକୁ ଖାରଚ କଲେ କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଲୁରୁ: ହିଜାବ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ମାମଲାକୁ ନେଇ ସମସ୍ତ ଆବେଦନକୁ ଖାରଜ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଶିକ୍ଷାନୁଷ୍ଠାନରେ ହିଜାବକୁ ଅନୁମତି ଦେଇନାହାନ୍ତି ହାଇକୋର୍ଟ । ହିଜାବ ଧର୍ମର ପ୍ରମୁଖ ଅଂଶ ନୁହେଁ ବୋଲି କହିଛନ୍ତି କୋର୍ଟ । ହିଜାବ ପିନ୍ଧିବା ଜରୁରୀ ନୁହେଁ । ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ମନା କରିପାରିବେନି ଛାତ୍ରାଛାତ୍ରୀ । ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଶୁଣାଣି କରି ଏହି ରାୟ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ ।

ଉଡୁପିର ଏକ ସ୍କୁଲର କିଛି ଛାତ୍ରଛାତ୍ରୀ କର୍ଣ୍ଣାଟକରେ ହିଜାବ ବ୍ୟାନ୍ ହେବା ପରେ ଏହାକୁ ଚ୍ୟାଲେଞ୍ଜ୍ କରି ହାଇକୋର୍ଟରେ ମାମଲାରେ ଦାଏର କରିଥିଲେ। ଏହାକୁ ନେଇ ଫେବ୍ରୁଆରୀ ୯ ତାରିଖରେ ପ୍ରଧାନ ବିଚାରପତି ରିତୁ ରାଜ ଅବସ୍ତି, ଜଷ୍ଟିସ କୃଷ୍ଣ ଏସ ଦୀକ୍ଷିତ ଏବଂ ଜଷ୍ଟିସ ଜେଏମ ଖାଜିଙ୍କ ଏକ ବେଞ୍ଚ ଗଠନ କରାଯାଇଥିଲା । ଛାତ୍ରୀମାନେ ସେମାନଙ୍କ ଆବେଦନରେ କହିଥିଲେ ଯେ, ସେମାନଙ୍କୁ କ୍ଲାସ ଭିତରେ ମଧ୍ୟ ହିଜାବ ପିନ୍ଧିବାକୁ ଅନୁମତି ଦିଆଯାଉ, କାରଣ ଏହା ସେମାନଙ୍କର ଧର୍ମର ଏକ ଅଂଶ । ତେବେ ଏହି ଆବେଦନକୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଏହି ତିନି ଜଣିଆ ବେଞ୍ଚ ଖାରଜ କରିଦେଇଛନ୍ତି ।

ଗତ ଜାନୁଆରୀରେ ରାଜ୍ୟରେ ଉଠିଥିବା ଏହି ପ୍ରସଙ୍ଗକୁ ନେଇ ବହୁ ବିବାଦ ଦେଖିବାକୁ ମିଳିଥିଲା । ଏପରିକି କର୍ଣ୍ଣାଟକରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନକୁ ଏ ବିବାଦ ବ୍ୟାପିଥିଲା । ପରେ ମାମଲା ସୁପ୍ରିମକୋର୍ଟକୁ ଯିବା ସହ ସର୍ବୋଚ୍ଚ କୋର୍ଟ ଶୁଣାଣି ପାଇଁ ଅଗ୍ରାହ୍ୟ କରିବା ସହ ଉଚିତ ସମୟରେ ହସ୍ତକ୍ଷେପ କରିବେ ବୋଲି କହିଥିଲେ ।

ସେପଟେ ହାଇକୋର୍ଟଙ୍କ ରାୟ ଆସିବା ପୂର୍ବରୁ ବେଙ୍ଗାଲୁରୁ ଓ ମାଙ୍ଗାଲୋରରେ ବହୁ ଲୋକ ଏକାଠି ହେବା ଉପରେ ପୋଲିସ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଥିଲା । ଉଡୁପି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପାଇଁ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଥିଲା । ଏହି ଜିଲ୍ଲାରେ ଗତକାଲି ରାତି ୮ଟାରୁ ୧୯ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । ଆଜି ଏହି ବହୁଚର୍ଚ୍ଚିତ ମାମଲାର ଚୂଡାନ୍ତ ରାୟ ଆସିଛି ।

@ANI

Last Updated : Mar 15, 2022, 11:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.