ETV Bharat / bharat

ବିବାହ ସାର୍ଟଫିକେଟକୁ ନକଲି କହିଲେ ଛାଡ଼ପତ୍ର ଆବେଦନକାରୀ ସ୍ବାମୀ, ଗଣିବେ 25000 ତଣ୍ଡ

author img

By

Published : Jul 14, 2023, 9:55 PM IST

କୋର୍ଟ ଆଗରେ ଚାଲାକି କରୁଥିଲେ ଛାଡ଼ପତ୍ର ଆବେଦନକାରୀ ସ୍ବାମୀ । ବିବାହ ସାର୍ଟଫିକେଟକୁ ନକଲି କହିବା ପରେ ଜୋରିମାନା ଭରିବାକୁ କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Etv Bharat
Etv Bharat

ବେଙ୍ଗାଲୁରୁ: ବିବାହ ସାର୍ଟିଫିକେଟକୁ ନକଲି କହିବା ପରେ କଠୋର ହେଲେ କର୍ଣ୍ଣାଟକ ହାଇକୋର୍ଟ । ଛାଡ଼ପତ୍ର ଆବେଦନକାରୀ ସ୍ବାମୀଙ୍କୁ ଆଗାମୀ 30 ଦିନ ମଧ୍ୟରେ 25 ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟକ୍ତି ଜଣକ ହାଇକୋର୍ଟରେ ଛାଡ଼ପତ୍ର ଆବେଦନ କରିଥିବା ବେଳେ ନିଜ ବିବାହ ସାର୍ଟିଫିକେଟକୁ ନକଲି ବୋଲି କୋର୍ଟରେ କହିଥିଲେ । ତେବେ ସେ ପତ୍ନୀଙ୍କୁ ଭରଣପୋଷଣ ବାବଦକୁ ଅର୍ଥ ନ ଦେବା ଲାଗି ଏପରି ଚାଲାକି କରିଥିଲେ । ହାଇକୋର୍ଟ ତାଙ୍କ ଆବେଦନ ଖାରଜ କରିବା ସହ ଜୋରିମାନା ଭରିବାକୁ ଦେଲେ ନିର୍ଦ୍ଦେଶ ।

ଆବେଦନକାରୀ ହେଉଛନ୍ତି ଧାରୱାଦ ଜିଲ୍ଲା କୁଣ୍ଡାଗୋଲା ଅଧିବାସୀ ଏସ. ଏନ ଡୋଡାମନ । ତାଙ୍କ ବିରୋଧରେ ଏହି ରାୟଣ ଶୁଣାଇଛନ୍ତି ଜଷ୍ଟିସ କ୍ରୀଷ୍ଣା ଏସ ଦୀକ୍ଷିତଙ୍କ ନେତୃତ୍ବାଧୀନ ଖଣ୍ଡପୀଠ । ଯଦି ଏହି ବ୍ୟକ୍ତି ଜଣକ 30 ଦିନ ମଧ୍ୟରେ 25 ହଜାର ଟଙ୍କା ନ ଭରନ୍ତି, ତେବେ ତାଙ୍କୁ ଆଉ 30 ଦିନ ଦିନ ପିଛା 200 ଟଙ୍କା ଅଧିକ ଭରିବାକୁ ପଡ଼ିବ । କୋର୍ଟଙ୍କ କହିବା ଅନୁସାରେ ଯଦି କୋର୍ଟରେ ଥରେ ଛାଡ଼ପତ୍ର ଆବେଦନ କରାଯାଏ, ତେବେ ବିବାହ ସାର୍ଟିଫିକେଟକୁ କୋର୍ଟରେ ନକଲି ବୋଲି କହିପାରିବ ନାହିଁ । ଏହି ସମୟରେ ଆବେଦନକାରୀ ଜଣକ ମିଥ୍ୟାବାଦୀ ବୋଲି ପ୍ରମାଣିତ ହୁଏ ।

ଏହା ବି ପଢନ୍ତୁ- ଶ୍ବଶୁର ଘରେ ନାହିଁ ଶୌଚାଳୟ, ସ୍ବାମୀକୁ ଛାଡ଼ପତ୍ର ଦେଲା ସ୍ତ୍ରୀ

ପ୍ରମାଣ ଆଇନର ଧାରା 58 ଅନୁଯାୟୀ ଆବେଦନକାରୀ ସ୍ବାମୀଙ୍କ ଏହି ଆଚରଣକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇଥିଲେ କୋର୍ଟ । ଏହାସହିତ ତାଙ୍କୁ ଦଣ୍ଡାଦେଶ ଶୁଣାଇଥିଲେ । ଆବେଦନକାରୀଙ୍କ ନିକଟରେ ବିବାହ ପ୍ରମାଣପତ୍ର ରହିଥିବା ବେଳେ ଏହାର ପ୍ରମାଣିକତା ଉପରେ ତାଙ୍କର ସନ୍ଦେହ ରହିଥିଲା । ଭାରତୀୟ ପ୍ରମାଣ ଅଧିନିୟମର ଧାରା 114 ଅନୁଯାୟୀ ଆବେଦନକାରୀଙ୍କ ଦସ୍ତାବିଜକୁ ଖାରଜ କରାଯାଇପାରିବ ନାହିଁ । କିନ୍ତୁ ସେ ଏହି ମାମଲାରେ ଆବଶ୍ୟକୀୟ ପ୍ରମାଣ ଦାଖଲ କରିବାରେ ଅସଫଳ ରହିଲେ ।

ସୂଚନା ଥାଉ କି ଛାଡ଼ପତ୍ର ମାମଲାର ଶୁଣାଣି ସମୟରେ ଆବେଦନକାରୀ ସ୍ବାମୀ ଜଣକ କହିଥିଲେ ଯେ 1998 ଡିସେମ୍ବର 3 ତାରିଖରେ ପଞ୍ଜୀକରଣ ହୋଇଥିବା ଏହି ବିବାହ ପ୍ରମାଣ ପତ୍ର ନକଲି । ଆବେଦନକାରୀ ଓ ବିପକ୍ଷ (ପତ୍ନୀ )ଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ଆଇନ ଅନୁସାରେ ବାଧ୍ୟତାମୂଳକ ନୁହେଁ । ଏଥିଲାଗି ଟ୍ରାଏଲ କୋର୍ଟ ପତ୍ନୀଙ୍କୁ ଭରଣପୋଷଣ ଲାଗି ଅର୍ଥ ଦେବା ଆଦେଶକୁ ରଦ୍ଦ କରିଥିଲେ । ଏହାପରେ ସୁପ୍ରିମକୋର୍ଟ କହିଥିଲେ ଯେ ଭରଣ ପୋଷଣ ମାମଲାରେ ବୈବାହିକ ସମ୍ପର୍କକୁ ଗଭୀର ଭାବେ ଯାଞ୍ଚ କରିବା ଲାଗି ପ୍ରତିପକ୍ଷ ପତ୍ନୀଙ୍କୁ କୌଣସି ଆଇନଜୀବୀଙ୍କ ଆବଶ୍ୟକ ନାହିଁ । ଏହାପରେ ଉକ୍ତ ଆବେଦନକୁ କୋର୍ଟ ଖାରଜ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.