ETV Bharat / bharat

ଟିଭି-ଫ୍ରିଜ ରଖିଥିଲେ ଏହି ରାଜ୍ୟରେ ଫେରାଇବାକୁ ପଡିବ BPL କାର୍ଡ - କର୍ଣ୍ଣାଟକ ସରକାର ଘୋଷଣା

ଦୁଇ ଚକିଆ ଯାନ ସହ ଟିଭି, ଫ୍ରିଜ ଥିବା ବିପିଏଲ ରାସନକାର୍ଡ ହିତାଧିକାରୀଙ୍କୁ ମାର୍ଚ୍ଚ 21 ସୁଦ୍ଧା କାର୍ଡ ସରେଣ୍ଡର କରିବାକୁ ପଡିବ ନଚେତ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ କର୍ଣ୍ଣାଟକ ସରକାର କହିଛନ୍ତି । ଅଧିକ ପଢନ୍ତୁ...

ଟିଭି-ଫ୍ରିଜ ରଖିଥିଲେ ଏହି ରାଜ୍ୟରେ ଫେରାଇବାକୁ ପଡିବ BPL କାର୍ଡ

author img

By

Published : Feb 15, 2021, 8:15 PM IST

ବେଙ୍ଗାଲୁରୁ: ଦୁଇ ଚକିଆ ଯାନ, ଟିଭି, ଫ୍ରିଜ ଓ ପାଞ୍ଚ ଏକରରୁ ଅଧିକ ଜମି ଥିବା ଲୋକଙ୍କୁ ଆଉ ଦାରିଦ୍ର୍ୟ ସୀମାରେଖା ତଳେ ଗଣାଯିବ ନାହିଁ । ଏମାନଙ୍କୁ ନିଜ ବିପିଏଲ କାର୍ଡ ସରେଣ୍ଡର୍‌ କରିବାକୁ ପଡିବ । ଏଭଳି ଚେତାବନୀ ଦେଇଛନ୍ତି କର୍ଣ୍ଣାଟକର ୟେଦ୍ୟୁୟିରପ୍ପା ସରକାର ।

ଦୁଇ ଚକିଆ ଯାନ ସହ ଟିଭି, ଫ୍ରିଜ ଥିବା ବିପିଏଲ ରାସନକାର୍ଡ ହିତାଧିକାରୀଙ୍କୁ ମାର୍ଚ୍ଚ 21 ସୁଦ୍ଧା କାର୍ଡ ସରେଣ୍ଡର କରିବାକୁ ପଡିବ ନଚେତ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ସରକାର କହିଛନ୍ତି । କର୍ଣ୍ଣାଟକ ଖାଉଟିମନ୍ତ୍ରୀ ଉମେଶ କଟ୍ଟି ବେଲଗାୱି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବିପିଏଲ କାର୍ଡ ରଖିବା ପାଇଁ କିଛି ମାପଡଣ୍ଡ ରହିଛି । ହିତାଧିକାରୀ ପାଖରେ 5 ଏକରରୁ ଅଧିକ ଜମି, ମୋଟର ସାଇକେଲ, ଟିଭି କି ଫ୍ରିଜ ନଥିବା ଆବଶ୍ୟକ ।

ମନ୍ତ୍ରୀ କହିଛନ୍ତି, ଯେଉଁମାନେ ମାପଦଣ୍ଡ ଅନୁଯାୟୀ ଯୋଗ୍ୟ ବିବେଚିତ ହେଉନାହାନ୍ତି, ସେମାନଙ୍କୁ ନିଜ ବିପିଏଲ କାର୍ଡ ଫେରାଇବାକୁ ପଡିବ । ନେଚେତ ସେମାନଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି କି ବାର୍ଷିକ 1.20 ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକଙ୍କୁ ବିପିଏଲ କାର୍ଡ ବ୍ୟବହାର କରିବା ଉଚିତ ନୁହେଁ । ଏମାନଙ୍କୁ ମାର୍ଚ୍ଚ 31 ସୁଦ୍ଧା କାର୍ଡ ଫେରାଇବାକୁ ପଡିବ ।

ସେପଟେ ମନ୍ତ୍ରୀଙ୍କ ଏହି ବୟାନଙ୍କୁ ସମାଲୋଚନା କରିଛି କଂଗ୍ରେସ । ଦଳର କାର୍ଯ୍ୟକର୍ତ୍ତା ବେଙ୍ଗାଲୁରୁର ବିଭିନ୍ନ ସ୍ଥାନରେ ରାସନ ଦୋକାନ ସାମ୍ନାରେ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.