ETV Bharat / bharat

Bajrang Dal activist murder case: ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା

author img

By

Published : Mar 3, 2022, 5:57 PM IST

କର୍ଣ୍ଣାଟକରେ ହତ୍ୟାର ଶିକାର ହୋଇଥିବା ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କ ପରିବାରକୁ ୨୫ ଲକ୍ଷର ଟଙ୍କାର କ୍ଷତିପୂରଣ ଘୋଷଣା କଲେ କର୍ଣ୍ଣାଟକ ସରକାର । ଫେବୃଆରୀ ୨୦ରେ ଘଟିଥିଲା ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

Bajrang Dal activist murder case: ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲା କର୍ଣ୍ଣାଟକ ସରକାର

ବେଙ୍ଗାଲୁରୁ: ଗତ ଫେବୃଆରୀରେ କର୍ଣ୍ଣାଟକ ଶିବାମୋଗାରେ ହୋଇଥିବା ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ହତ୍ୟାକାଣ୍ଡ ଘଟଣାରେ ମୃତତଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତ ମନ୍ତ୍ରୀ ରାଜ କେ.ଏସ ଇଶ୍ୱରପ୍ପା ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ କେ.ଏସ ଇଶ୍ୱରପ୍ପା କହିଛନ୍ତି, କ୍ଷତିପୂରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବାସବରାଜ ବମ୍ମାଇ ଫୋନ୍ କଲ ମାଧ୍ୟମରେ ତାଙ୍କ ସହ ଯୋଗାଯୋଗ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ଦୁରପ୍ପା ମଧ୍ୟ ମାର୍ଚ୍ଚ ୬ ତାରିଖରେ ମୃତ ହର୍ଷଙ୍କ ପରିବାରକୁ ଭେଟିବା ସହ କ୍ଷତିପୂରଣ ରାଶି ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଫେବୃଆରୀ 20 ରାତିରେ ଶିବମୋଗା ଜିଲ୍ଲାର ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ୨୩ ବର୍ଷୀୟ ହର୍ଷଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାକୁ ପ୍ରାୟ ଏକ ମାସରୁ ଊର୍ଦ୍ଧ୍ବ ସମୟ ଧରି କର୍ଣ୍ଣାଟକରେ ବିରୋଧ ଓ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ପରେ ୧୦ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ ଏବେ ମଧ୍ୟ ତଦନ୍ତ ଜାରି ରହିଛି ।

ବହୁଚର୍ଚ୍ଚିତ ହିଜାବ ବିବାଦ ରାଜ୍ୟରେ ଜାରି ରହିଥିବା ବେଳେ ଏହି ହତ୍ୟାକାଣ୍ଡ କର୍ଣ୍ଣାଟକରେ ଏକ ପ୍ରକାର ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି କରିଥିଲା । ସ୍ଥିତି ନିୟନ୍ତ୍ରଣ କରିବାକୁ ଶିବମୋଗା ଜିଲ୍ଲାରେ କର୍ଫ୍ୟୁ ମଧ୍ୟ ଜାରି କରିଥିଲା ସ୍ଥାନୀୟ ପ୍ରଶାସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.