ETV Bharat / bharat

Karnataka Election Results: ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସକୁ ବହୁମତ, ତିନି ଅଙ୍କ ଛୁଇଁ ନପାରେ ବିଜେପି - କର୍ଣ୍ଣାଟକ ଜନାଦେଶ

କର୍ଣ୍ଣାଟକରେ ଆଜି ଜାରି ରହିଛି ଭୋଟ ଗଣତି । ସନ୍ଧ୍ୟା ସୁଦ୍ଧା ଗାଦିରେ କିଏ ହାତେଇବ ତାହା ସ୍ପଷ୍ଟ ହେବ। ବର୍ତ୍ତମାନ ମହୀଶୂର ରିଜନରେ ବିଜେପି ୬ଟି ଆସନରେ ଆଗୁଆ ଥିବାବେଳେ, କଂଗ୍ରେସ ୩୧ଟି ଆସନରେ ଜେଡିଏସ ୨୧ଟି ଆସନରେ ଆଗୁଆ ରହିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 13, 2023, 10:24 AM IST

ବେଙ୍ଗାଲୁର: କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଜନାଦେଶ ଆସିବାରେ ଲାଗିଛି । ପ୍ରାରମ୍ଭିକ ଫଳାଫଳ ଅନୁସାରେ କର୍ଣ୍ଣାଟକରେ କଂଗ୍ରେସର ଭାଗ୍ୟ ପୁଣି ଥରେ ଉଦୟ ହେବାକୁ ଯାଉଛି । ଦଳ ପୂର୍ଣ୍ଣ ସ୍ପଷ୍ଟ ବହୁମତ ଆଡ଼କୁ ଅଗ୍ରସର ହେଉଛି । ଯଦି ପ୍ରାରମ୍ଭିକ ଟ୍ରେଣ୍ଡ୍‌ ବିଜୟରେ ରୂପାନ୍ତରିତ ହୁଏ କର୍ଣ୍ଣାଟକରେ କଂଗ୍ରେସର ବିଜୟ ବାନା ଉଡାଇବ । ବର୍ତ୍ତମାନର ପ୍ରାରମ୍ଭିକ ଫଳାଫଳ ଅନୁସାରେ ସମସ୍ତ ୨୨୪ ଟି ଆସନର ଟ୍ରେଣ୍ଡ ଆସିଯାଇଛି । ମୋଟ ଆସନରୁ କଂଗ୍ରେସ ୧୧୪ଟି ଆସନରେ ଆଗୁଆ ଚାଲିଥିବା ବେଳେ, ଭାରତୀୟ ଜନତା ପାର୍ଟି ବିଜେପି ୭୧ଟି, ଜେଡିଏସ ୩୧ଟି ଓ ଅନ୍ୟାନ୍ୟ ଦଳ ୮ ଟି ଆସନରେ ଆଗୁଆ ଚାଲିଛନ୍ତି ।

ପ୍ରାରମ୍ଭକି ଟ୍ରେଣ୍ଡରେ କଂଗ୍ରେସକୁ ବହୁମତ, ତିନି ଅଙ୍କ ଛୁଇଁ ନପାରେ ବିଜେପି

ଏହାବି ପଢନ୍ତୁ- Karnataka Results Live update: ଭୋଟ ଗଣତି ଜାରି, ଆଗେଇ ଚାଲିଛି କଂଗ୍ରେସ ପଛରେ ପଡିଲା ବିଜେପି

  • #WATCH | Karnataka Congress workers hail party leadership as they celebrate the party's lead in 95 Assembly constituencies

    Visuals from Congress office in Bengaluru pic.twitter.com/wHETDrMVuz

    — ANI (@ANI) May 13, 2023 " class="align-text-top noRightClick twitterSection" data=" ">

କର୍ଣ୍ଣାଟକର ମହୀଶୂର କ୍ଷେତ୍ରାଞ୍ଚଳରେ ବିଜେପି ୬ଟି ଆସନରେ ଆଗୁଆ ଥିବାବେଳେ, କଂଗ୍ରେସ ୩୧ ଟି ଆସନରେ ଜେଡିଏସ ୨୧ ଟି ଆସନରେ ଆଗୁଆ ରହିଛନ୍ତି । ବେଙ୍ଗାଲୁରୁ ସିଟିର ମୋଟ ୨୮ ଆସନରୁ ବିଜେପି ୧୪, କଂଗ୍ରେସ ୧୨ ଓ ଜେଡିଏସ ୨ଟି ଆସନରେ ଆଗୁଆ ଚାଲିଛନ୍ତି । ସେଣ୍ଟ୍ରାଲ କର୍ଣ୍ଣାଟକର ୨୫ ଟି ଆସନରୁ ବିଜେପି ୭ଟି, କଂଗ୍ରେସ ୧୩ ଟି ଜେଡିଏସ ୨ ଟି ଆସନରେ ଆଗୁଆ ଚାଲିଛନ୍ତି । କୋଷ୍ଟାଲ କର୍ଣ୍ଣାଟକର ମୋଟ ୧୯ ଟି ଆସନରୁ ବିଜେପି ୧୪ଟି, କଂଗ୍ରେସ ୪ଟି, ଜେଡିଏସ ଗୋଟିଏ ଆସନରେ ଆଗୁଆ ଚାଲିଛନ୍ତି । କର୍ଣ୍ଣାଟକ ହାଇଦ୍ରାବାଦ କ୍ଷେତ୍ରାଞ୍ଚଳର ମୋଟ ୪୧ଟି ଆସନରୁ ବିଜେପି ୧୫ ଟି ଆସନରେ, କଂଗ୍ରେସ ୨୧ଟି, ଜେଡିଏସ ୩ ଟି ଆସନରେ ଆଗୁଆ ଚାଲିଛନ୍ତି । ଉତ୍ତର(ନର୍ଥ) କର୍ଣ୍ଣାଟକର ମୋଟ ୫୦ଟି ଆସନରୁ ବିଜେପି ୧୪ଟି ଆସନରେ, କଂଗ୍ରେସ ୩୪ଟି ଆସନରେ, ଜେଡିଏସ୍‌ ଗୋଟିଏ ଆସନରେ ଆଗୁଆ ଚାଲିଛି ।

ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳୁଛି । ଜନାଦେଶକୁ ଦେଖି କଂଗ୍ରେସ କ୍ୟାମ୍ପ୍‌ରେ ଉତ୍ସବ ଆରମ୍ଭ ହୋଇଯାଇଛି । ଦଳୀୟ ନେତା କର୍ମୀ ବାଜା ବାଣ ଫୁଟାଇ ଉତ୍ସବ ଆରମ୍ଭ କରି ଦେଇଛନ୍ତି । ବିଜେପି କ୍ୟାମ୍ପ୍‌ ପୁରା ନୀରବ ରହିଛି । ଦଳୀୟ ନେତାମାନେ ପ୍ରାରମ୍ଭିକ ଟ୍ରେଣ୍ଡ୍‌ କହି ନିଜକୁ ନିଜେ ସାନ୍ତ୍ବନା ଦେଉଛନ୍ତି । ଅନ୍ୟପଟେ ଜେଡିଏସ କ୍ୟାମ୍ପ୍‌ରେ ବି ସେତେ ଉତ୍ସାହ ନାହିଁ ।

ସେପଟେ ନିର୍ବାଚନ ଫଳାଫଳକୁ ଦେଖି କୌଣସି ଘୋଡା ବେପାରକୁ ପ୍ରତିହତ କରିବା ପାଇଁ କଂଗ୍ରେସ ମେଗା ଯୋଜନା କରିଛି । ସମସ୍ତ ବିଧାୟକଙ୍କ ପାଇଁ ଚାର୍ଟାଡ ଫ୍ଲାଇଟ୍‌ ବ୍ୟବସ୍ଥା କରିବା ସହ ସଂଧ୍ୟା ସୁଦ୍ଧା ବେଙ୍ଗାଲୁରୁ ପହଞ୍ଚିବା ପାଇଁ ଦଳୀୟ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛି । ଡିକେ ଶିବକୁମାର ଓ ସୈଦ୍ଦରମେୟା ମଧ୍ୟ ପୁରା ରାଜ୍ୟ ଉପରେ ନଜର ରଖି, ଦଳୀୟ ପ୍ରାର୍ଥୀଙ୍କୁ ଯୋଗାଯୋଗ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.