ETV Bharat / bharat

Karnataka Election; ଆଗାମୀ ୫ ବର୍ଷ କ'ଣ ରହିବ ଏହି ବରିଷ୍ଠ ନେତାଙ୍କ ଭାଗ୍ୟ ? କେଇ ଘଣ୍ଟା ପରେ ଫୈସଲା - କର୍ଣ୍ଣାଟକ ବିଧାନସଭା ନିର୍ବାଚନ

କର୍ଣ୍ଣାଟକରେ କାହା ସପକ୍ଷରେ ଯିବ ଜନାଦେଶ ଆଉ କିଛି ସମୟ ପରେ ଜଣାପଡିଯିବ । ଜାଣନ୍ତୁ ଚଳିତ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଥିବା କିଛି ଚର୍ଚ୍ଚିତ ରାଜନେତାଙ୍କ ସମ୍ପର୍କରେ...

Karnataka Election
Karnataka Election
author img

By

Published : May 13, 2023, 11:49 AM IST

Updated : May 13, 2023, 4:47 PM IST

ବେଙ୍ଗାଲୁରୁ: ଆଉ କେଇ ଘଣ୍ଟାର ଅପେକ୍ଷା । ଆସନ୍ତା ୫ ବର୍ଷ କର୍ଣ୍ଣାଟକର ଛାମୁଆ ନେତାମାନଙ୍କ ପାଇଁ କେମିତି ରହିବ ତାହା ସ୍ଥିର ହୋଇଯିବ । କିଏ ଜିତିବ, କାହାକୁ ଜନାଦେଶ ଆଗରେ ପରାଜୟ ସ୍ବୀକାର କରିବାକୁ ପଡିବ, ଆଜି ଭୋଟ ଗଣତି ସହ ଅପରାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ । କର୍ଣ୍ଣାଟକ ବିଧାନସଭାରେ କ୍ଷମତା ଦଖଲ କରିବାକୁ ବିଜେପି, କଂଗ୍ରେସ ଓ ଜେଡିଏସ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ଚାଲିଛି । ଜାଣନ୍ତୁ କେଉଁ କେଉଁ ସିଟ୍‌ରେ କେଉଁ ପ୍ରଭାବଶାଳୀ ନେତାଙ୍କ ଭାଗ୍ୟ ବାଜିରେ ଲାଗିଛି ଏବଂ ତାଙ୍କର ରାଜନୈତିକ ଯାତ୍ରା ସମ୍ପର୍କରେ

Karnataka Election
Karnataka Election

ବାସବରାଜ ବୋମାଇ: ୧୯୬୦ ଜାନୁୟାରୀ ୨୮ରେ ହୁବଲିରେ ଜନ୍ମଗ୍ରହଣ କରିଥିବା ବାସବରାଜ ବୋମାଇ ବର୍ତ୍ତମାନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଅଛନ୍ତି । ୨୦୦୮ରେ ବୋମାଇ ହାବେରୀ ଜିଲ୍ଲା ଶିଗାଓଁ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ନିର୍ବାଚିତ ହୋଇଥିଲେ । ଏହି ଆସନରୁ ସେ ୩ ଥର ବିଧାୟକ ହୋଇଛନ୍ତି । ବାସବରାଜ ବୋମାଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ରହିଥିଲେ । ୨୦୧୯ରେ ଦ୍ବିତୀୟ ଥର କର୍ଣ୍ଣାଟକରେ ବିଜେପି ସରକାର ଆସିବା ପରେ ବୋମାଇଙ୍କୁ ଗୃହ ବିଭାଗ ମିଳିଥିଲା । ସେହିବର୍ଷ ଅଗଷ୍ଟ ୨୦ରୁ ୨୦୨୧ ସେପ୍ଟେମ୍ବର ଯାଏଁ ସେ ଗୃହ ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ଏହାପରେ ରାଜ୍ୟରେ ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବୋମାଇ । ଚଳିତ ନିର୍ବାଚନରେ ସେ ଶିଗାଓଁ ଆସନରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ।

ସିଟି ରବି: ବିଜେପି ନେତା ଥିମ୍ମେ ଗୌଡା ରବିଙ୍କୁ ସିଟି ରବି ଭାବେ ଜଣାଯାଏ । ସେ ଚିକମାଙ୍ଗଲୁର ଜିଲ୍ଲା ନିବାସୀ ଅଟନ୍ତି । ଏହିଠାରୁ ସେ ୪ ଥର ବିଧାୟକ ହୋଇଛନ୍ତି । ଆରଏସଏସର ବରିଷ୍ଠ ନେତା ଭାବେ ସେ ଅଧିକ ଜଣାଶୁଣା । ବର୍ତ୍ତମାନ ରବି ବିଜେପିର ରାଷ୍ଟ୍ରୀୟ ମହାସଚିବ ଅଟନ୍ତି । ସିଟି ରବି ପ୍ରଥମ ନିର୍ବାଚନ କଂଗ୍ରେସ ପ୍ରାର୍ଥୀ ସିଏସ ସଗୀରଙ୍କ ବିପକ୍ଷରେ ଲଢିଥିଲେ । କିନ୍ତୁ ତାଙ୍କୁ ନିର୍ବାଚନରେ ପରାଜୟ ବରଣ କରିବାକୁ ପଡିଥିଲା । ଏହାବାଦ୍ ଅନୁଷ୍ଠିତ ହୋଇଥିବା ୪ଟି ଯାକ ନିର୍ବାଚନରେ ତାଙ୍କୁ ଜନତାଙ୍କ ବିପୁଳ ଆର୍ଶୀବାଦ ମିଳିଥିଲା ଓ ସେ ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୧୮ ନିର୍ବାଚନରେ ବିଜେପି ଟିକେଟରୁ ଲଢୁଥିବା ରବିଙ୍କୁ ୭୦ ହଜା ୮୬୩ ଖଣ୍ଡ ଭୋଟ ମିଳିଥିଲା । ୨୬ ହଜାର ୩୧୪ ଭୋଟ ବ୍ୟବଧାନରେ ସେ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇଥିଲେ ।

Karnataka Election
Karnataka Election

ଲକ୍ଷ୍ମଣ ସାବଦୀ: ଚଳିତ ଥର ଅଥାନି ବିଧାନସଭା ଆସନ ଲକ୍ଷ୍ମଣ ସାବଦୀଙ୍କ ପାଇଁ ଚର୍ଚ୍ଚାର ରହିଛି । କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଥିବା ସାବଦୀ ଟିକେଟ ନମିଳିବା କାରଣରୁ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି । ୧୯୬୦ ଫେବୃଆରୀ ୧୬ରେ ସତ୍ତୀ ନାମକ ଗ୍ରାମରେ ଏକ ଚାଷୀ ପରିବାରରେ ଲକ୍ଷ୍ମଣ ସାବାଦୀଙ୍କ ଜନ୍ମ । ୨୦୦୪ରେ ସେ ବିଜେପିରେ ସାମିଲ ହୋଇଥିଲେ । ୨୦୦୮ରେ ବିଜେପି ପ୍ରାର୍ଥୀ ଭାବେ ବିଧାନସଭାକୁ ଦ୍ବିତୀୟ ଥର ନିର୍ବାଚିତ ହୋଇଥିଲେ । ୨୦୧୩ ନିର୍ବାଚନରେ ଅଥାନି ଆସନରୁ ପୁଣିଥରେ ବିଧାୟକ ହୋଇଥିଲେ । କିନ୍ତୁ ଗତ ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମହେଶ କୁମଥଲ୍ଲୀଙ୍କୁ ଠାରୁ ତାଙ୍କୁ ପରାଜୟ ହେବାକୁ ପଡିଥିଲା ।

Karnataka Election
Karnataka Election

ବିୱାଇ ବିଜୟେନ୍ଦ୍ର: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପାଙ୍କ ପୁଅ ହେଉଛନ୍ତି ବିୱାଇ ବିଜୟେନ୍ଦ୍ର । ଚଳିତ ନିର୍ବାଚନରେ ସେ ଶିକାରୀପୁରା ଆସନରୁ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି । ବର୍ତ୍ତମାନ ବିଜୟେନ୍ଦ୍ର ବିଜେପିର ରାଜ୍ୟ ଉପସଭାପତି ଅଛନ୍ତି ।

Karnataka Election
Karnataka Election

ଜଗଦୀଶ ସେଟ୍ଟାର: ଭାରତୀୟ ଜନତା ପାର୍ଟି ଟିକେଟରୁ ହୁବଲି ଧାରୱାଦ କେନ୍ଦ୍ରୀୟ ବିଧାନସଭା ଆସନରୁ ଲଗାତାର ୬ ଥର ବିଧାୟକ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ଏଥର କଂଗ୍ରେସ ପଟୁ ନିର୍ବାଚନ ଲଢୁଛନ୍ତି । ସେଟ୍ଟାରଙ୍କୁ ଜଣେ ବରିଷ୍ଠ ଲିଙ୍ଗାୟତ ନେତା ଭାବେ ଜଣାଯାଏ । ପାଖାପାଖି ୪୦ ବର୍ଷ ଧରି ସେ ବିଜେପି ସହିତ ଜଡିତ ଥିଲେ । କିନ୍ତୁ ଏଥର ଦଳ ତାଙ୍କୁ ଟିକେଟ ନଦେବାରୁ ଅସନ୍ତୁଷ୍ଟ ହୋଇ ସେ ବିଜେପି ଛାଡିଥିଲେ । କଂଗ୍ରେସରେ ସାମିଲ ହୋଇ ନିଜର ନୂତନ ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି ।

୧୯୫୫ ମସିହା ଡିସେମ୍ବର ୧୭ରେ ବାଗଲକୋଟ ଜିଲ୍ଲା ବାଦାମୀ ତାଲୁକ ଅନ୍ତର୍ଗତ କେରୁର ଗ୍ରାମରେ ସେଟ୍ଟାରଙ୍କ ଜନ୍ମ । ୬୭ ବର୍ଷୀୟ ଏହି ରାଜନେତା ୧୯୯୪ରେ ପ୍ରଥମ ଥର କର୍ଣ୍ଣାଟକ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୯୯, ୨୦୦୪, ୨୦୦୮, ୨୦୧୩ ଏବଂ ୨୦୧୮ ବିଧାନସଭା ନିର୍ବାଚନରେ ଲଗାତାର ଜିତ୍ ହାସଲ କରିଥିଲେ । ସେ ୧୦ ମାସ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

Karnataka Election
Karnataka Election

ଏଚ୍‌ଡି କୁମାରସ୍ବାମୀ: କୁମାରସ୍ବାମୀଙ୍କ ଜନ୍ମ ୧୯୫୯ ମସିହା ଡିସେମ୍ବର ୧୬ ତାରିଖରେ । ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ପୁଅ । କର୍ଣ୍ଣାଟକ ପ୍ରଦେଶରେ ଏଚଡି କୁମାରସ୍ବାମୀଙ୍କ ପ୍ରଶଂସକ ତାଙ୍କୁ କୁମାରନ୍ନା(ବଡ ଭାଇ) ରୂପେ ଜାଣନ୍ତି । ରାଜନୀତି ସହିତ ସେ ଜଣାଶୁଣା ବ୍ୟବସାୟ ମଧ୍ୟ ଅଠନ୍ତି । ୨୦୧୮ ମେ' ୨୩ରୁ ୨୦୧୯ ଯାଏଁ କୁମାରସ୍ବାମୀ ରାଜ୍ୟରେ ମୁଖ୍ୟମନ୍ତ୍ରୀ ରହିଥିଲେ । ୧୯୯୬ରେ ସେ ପ୍ରଥମ ଥର ନିର୍ବାଚନ ରାଜନୀତିରେ ପ୍ରବେଶ କରିଥିଲେ । କୁମାରସ୍ବାମୀ କନକପୁରା ଲୋକସଭା ଆସନରୁ ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ସାଂସଦ ହୋଇଥିଲେ । ୧୯୯୮ରେ କନକପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ୧୯୯ରେ ସତନୁର ବିଧାନସଭା ଆସନରେ ନିର୍ବାଚନ ଲଢିଥିଲେ । ହେଲେ ଦୁଇଟିଯାକ ଆସନରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଚଳିତ ଥର ସେ ଚନ୍ନାପଟନା ଆସନରୁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି ।

Karnataka Election
Karnataka Election

ସିପି ଯୋଗେଶ୍ବର: ଚକ୍କେର ପୁତ୍ତମଦଗୌଡା ଯୋଗେଶ୍ବର ଓରଫ ସିପି ଯୋଗେଶ୍ବର କନ୍ନଡ ଫିଲ୍ମ ଜଗତର ଜଣେ ଲୋକପ୍ରିୟ ଅଭିନେତା ସଙ୍ଗେ ସଙ୍ଗେ ବରିଷ୍ଠ ରାଜନେତା ଅଟନ୍ତି । ସେ ଚନ୍ନାପଟନାରୁ ବିଧାୟକ ଥିଲେ ଏବଂ ବର୍ତ୍ତମାନ ବିଧାନ ପରିଷଦ ସଦସ୍ୟ ଅଛନ୍ତି । ୨୦୨୩ ବିଧାନସଭା ନିର୍ବାଚନରେ ଯୋଗେଶ୍ବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚଡି କୁମାରସ୍ବାମୀଙ୍କ ବିପକ୍ଷରେ ବିଜେପି ଟିକେଟରେ ଚନ୍ନାପଟନାରୁ ନିର୍ବାଚନ ଲଢୁଛନ୍ତି ।

୧୯୬୩ ମସିହା ଅଗଷ୍ଟ ୨୩ରେ ସିପି ଯୋଗେଶ୍ବରଙ୍କ ଜନ୍ମ । ୨୦୨୧ ଜାନୁଆରୀ ୨୧ରୁ ଜୁଲାଇ ୨୬ ଯାଏଁ ରାଜ୍ୟ ପର୍ଯ୍ୟଟନ, ପରିବେଶ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । କନ୍ନଡ ଫିଲ୍ମ ଅଭିନେତା ରୂପେ ତାଙ୍କର ଖୁବ୍ ଲୋକପ୍ରିୟତା ରହିଛି । ୧୯୯୯ରେ ପ୍ରଥମେ ସେ ନିର୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ । ୨୦୦୪ ଓ ୨୦୦୮ରେ ବିଧାନସଭା ନିର୍ବାଚନରେ ଜେଡିଏସ ପ୍ରାର୍ଥୀଙ୍କୁ ହରାଇ ଦୁଇ ଥର କଂଗ୍ରେସ ପ୍ରାର୍ଥୀ ଭାବେ ନିଜର ଦବଦବା ଜାହିର କରିଥିଲେ ।

Karnataka Election
Karnataka Election

ଡିକେ ଶିବକୁମାର: ରାଜ୍ୟ ରାଜନୀତିର ଜଣେ ଲୋକପ୍ରିୟ ନେତା ଡିକେ ଶିବକୁମାର । ବର୍ତ୍ତମାନ ସେ କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଆଶାୟୀ ତାଲିକାରେ ତାଙ୍କର ନାମ ପ୍ରଥମ ସ୍ଥାନରେ ରହିଛି । ୧୯୬୨ ମସିହା ୧୫ରେ ଶିବକୁମାରଙ୍କ ଜନ୍ମ କନକପୁରା ଅଲାହଲ୍ଲୀ ଗ୍ରାମରେ । ଚଳିତ ନିର୍ବାଚନରେ ସେ କନକପୁର ଆସନରୁ ପ୍ରତିଦ୍ବନ୍ଦିତା କରୁଛନ୍ତି । ୧୯୮୯ରେ ଶିବକୁମାର ସନତୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ହୋଇ ଏଠାରେ ଜେଡିଏସର ପ୍ରଭାବ ହ୍ରାସ କରିଥିଲେ । ତାଙ୍କର ଭାଇ ଡିକେ ସୁରେଶ ମଧ୍ୟ ରାଜନୀତିରେ ବେଶ୍ ସକ୍ରିୟ ଏବଂ ବେଙ୍ଗାଲୁରୁ ଗ୍ରାମୀଣ ନିର୍ବାଚନ କ୍ଷେତ୍ରରେ ସାଂସଦ ଅଛନ୍ତି ।

ମହେଶ ଟେଙ୍ଗିନାକାଇ: ହୁବଲି- ଧାରୱାଦ କେନ୍ଦ୍ରୀୟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦିତା କରୁଥିବା ମହେଶ ଟେଙ୍ଗିନାକାଇ ଚଳିତ ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାରଙ୍କୁ ଟକ୍କର ଦେଉଛନ୍ତି । ତେଣୁ ଏହି ହାଇପ୍ରୋଫାଇଲ ସିଟ୍ ଉପରେ ସମସ୍ତଙ୍କର ନଜର ରହିଛି । ଦୀର୍ଘ ୩୩ ବର୍ଷ ଧରି ଟେଙ୍ଗିନାକାଇ ବିଜେପି ସଂଗଠନର କାର୍ଯ୍ୟ ସମ୍ଭାଳୁଛନ୍ତି । ନିଜର ଲମ୍ବା କାର୍ଯ୍ୟକାଳ ମଧ୍ୟରେ ସେ ବିଜେପିରେ ବିଭିନ୍ନ ପଦ ପଦବୀରେ କାମ କରିଛନ୍ତି ।

Karnataka Election
Karnataka Election

ପ୍ରିୟଙ୍କ ଖଡଗେ: ନିର୍ବାଚନୀ ପ୍ରଚାର ସମୟରେ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ଥିବା ପ୍ରିୟାଙ୍କ ଖଡଗେ ଚିତ୍ତପୁର ଆସନରୁ ଲଢୁଛନ୍ତି । ବର୍ତ୍ତମାନ ମଧ୍ୟ ସେ ଚିତ୍ତପୁର ବିଧାୟକ ଅଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ହେଉଛନ୍ତି ପ୍ରିୟଙ୍କ୍‌ । ୨୦୧୬ରେ ସିଦ୍ଧରମୈୟାଙ୍କ କ୍ୟାବିନେଟରେ ଆଇଟି ଓ ପର୍ଯ୍ୟଟନ ମନ୍ତ୍ରୀ ରହିସାରିଛନ୍ତି ।

Last Updated : May 13, 2023, 4:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.