ETV Bharat / bharat

Karnataka Contractor's Death Case: କାଲି ଇସ୍ତଫା ଦେବେ ମନ୍ତ୍ରୀ ଇଶ୍ୱରପ୍ପା - କର୍ଣ୍ଣାଟକ ଗ୍ରାମ୍ୟ ଉନ୍ନୟନ ଓ ପାଞ୍ଚାୟତରାଜ ମନ୍ତ୍ରୀ କେ.ଏସ ଇଶ୍ୱରପ୍ପା

ଇସ୍ତଫା ଘୋଷଣା କଲେ କର୍ଣ୍ଣାଟକ ଗ୍ରାମ୍ୟ ଉନ୍ନୟନ ଓ ପାଞ୍ଚାୟତରାଜ ମନ୍ତ୍ରୀ କେ.ଏସ ଇଶ୍ୱରପ୍ପା । କର୍ଣ୍ଣାଟକରେ କଣ୍ଟ୍ରାକ୍ଟର ସନ୍ତୋଷ ପାଟିଲ ଆତ୍ମହତ୍ୟା ମାମଲାରେ ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଦଫାରେ ଏତଲା ଦାଏର କରିଛି କର୍ଣ୍ଣାଟକ ପୋଲିସ । ଭାରତୀୟ ଦଣ୍ଡ ସଂହିତା (IPC) ଧାରା 34 ଓ 306ରେ ମନ୍ତ୍ରୀଙ୍କ ବରୋଧରେ ପୋଲିସ ଏତଲା ଦାଏର ହୋଇଛି । ଅଧିକ ପଢନ୍ତୁ

ମନ୍ତ୍ରୀ କେ.ଏସ ଇଶ୍ୱରପ୍ପା ଇସ୍ତପା ଘୋଷଣା
ମନ୍ତ୍ରୀ କେ.ଏସ ଇଶ୍ୱରପ୍ପା ଇସ୍ତପା ଘୋଷଣା
author img

By

Published : Apr 14, 2022, 6:41 PM IST

Updated : Apr 14, 2022, 7:06 PM IST

ବେଙ୍ଗାଲୁରୁ: ଇସ୍ତଫା ଘୋଷଣା କଲେ କର୍ଣ୍ଣାଟକ ଗ୍ରାମ୍ୟ ଉନ୍ନୟନ ଓ ପାଞ୍ଚାୟତରାଜ ମନ୍ତ୍ରୀ କେ.ଏସ ଇଶ୍ୱରପ୍ପା । ଆସନ୍ତାକାଲି ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିଜର ଇସ୍ତଫା ପତ୍ର ଦାଖଲ କରିବା ନେଇ ଘୋଷଣା କରିଛନ୍ତି । ସୂଚନା ଅନୁସାରେ, ଜଣେ କଣ୍ଟ୍ରାକ୍ଟରଙ୍କ ହତ୍ୟା ମାମଲାରେ ତାଙ୍କ ନାଁରେ ଅଭିଯୋଗ ଥିବାରୁ ସେ ଏହି ଇସ୍ତଫା ଘୋଷଣା କରିଛନ୍ତି ବୋଲି ଜଣାପଡିଛି ।

  • Karnataka Minister KS Eshwarappa, whose name appeared in alleged suicide case of contractor Santosh Patil, says that he will handover his resignation to the Chief Minister tomorrow.

    Says, "Tomorrow I'm handing over the resignation letter to CM. I thank you all for co-operation." pic.twitter.com/vZFVrP4diI

    — ANI (@ANI) April 14, 2022 " class="align-text-top noRightClick twitterSection" data=" ">

ତେବେ କେ.ଏସ ଇଶ୍ବରପ୍ପାଙ୍କ ନାଁ କଣ୍ଟ୍ରାକ୍ଟର ହତ୍ୟା ମାମଲରେ ସଂପୃକ୍ତି ଅଭିଯୋଗ ଥିବାରୁ ବିରୋଧୀ କଂଗ୍ରେସ ତାଙ୍କ ଇସ୍ତଫା ଦାବି କରିଥିଲା । ଏଥିସହ ମୃତ କଣ୍ଟ୍ରାକ୍ଟର ପରିବାର ପକ୍ଷରୁ ଇଶ୍ବରପ୍ପାଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶା ଯିବା ସହ ଥାନାରେ ଅଭିଯୋଗ କରାଯାଇଥିଲା । ଏହା ସହିତ ବିରୋଧୀ କଂଗ୍ରେସ ପକ୍ଷରୁ ତାଙ୍କ ଇସ୍ତଫା ଲାଗି ବିଧାନସୌଧ ପରିସରରେ ଦିନ ରାତି ଧାରଣା ଦେବା ଲାଗି ଚେତାବନୀ ମଧ୍ୟ ଚେତାବନୀ ଦିଆଯାଇଥିଲା ।

ଏହାବି ପଢନ୍ତୁ- FIR Against karnataka Minister: କଣ୍ଟ୍ରାକ୍ଟର ଆତ୍ମହତ୍ୟା ମାମଲା, ମନ୍ତ୍ରୀଙ୍କ ବିରୋଧରେ ଏତଲା

ଅନ୍ୟପଟେ ଆଜି ଶିବମୋଗ୍ଗାରେ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ କେ.ଏସ ଇଶ୍ବରପ୍ପା ତାଙ୍କର ଇସ୍ତଫା ଘୋଷଣା କରିଛନ୍ତି ।

ପ୍ରକାଶ ଯେ, କର୍ଣ୍ଣାଟକରେ କଣ୍ଟ୍ରାକ୍ଟର ସନ୍ତୋଷ ପାଟିଲ ଆତ୍ମହତ୍ୟା ମାମଲାରେ ମନ୍ତ୍ରୀ କେ.ଏସ ଇଶ୍ବରପ୍ପା ଅଡୁଆ ବଢିବାରେ ଲାଗିଛି । ମାମଲାରେ ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଦଫାରେ ଏତଲା ଦାଏର କରିଛି କର୍ଣ୍ଣାଟକ ପୋଲିସ । ଭାରତୀୟ ଦଣ୍ଡ ସଂହିତା (IPC) ଧାରା 34 ଓ 306 ରେ ମନ୍ତ୍ରୀଙ୍କ ବରୋଧରେ ପୋଲିସ ଏତଲା ଦାଏର କରିଥିବା ସୂଚନା ମିଳିଛି ।

କର୍ଣ୍ଣାଟକକ ପଶ୍ଚିମାଞ୍ଚଳ ପୋଲିସ ଆଇଜି ଦେବାଜ୍ୟୋତି ରାୟ କହିଛନ୍ତି ମନ୍ତ୍ରୀ ଇଶ୍ବରପ୍ପା ଓ ତାଙ୍କର ଦୁଇ ସହଯୋଗୀଙ୍କ ନାମରେ ଏତଲା ଦାଏର ହୋଇଛି । ପୋଲିସ ତଦନ୍ତ ମଧ୍ୟ ଆରମ୍ଭ କରିସାରିଛି । ଘଟଣାରେ ମନ୍ତ୍ରୀଙ୍କ ନାମରେ ଏତଲା ପୂର୍ବରୁ ଏକ ଅପମୃତ୍ୟୁ ମାମଲା ଦାଏର କରିଥିଲା ପୋଲିସ । ଆତ୍ମହତ୍ୟାସ୍ଥଳରୁ ମିଳିଥିବା ପାରିପାର୍ଶ୍ବିକ ପ୍ରମାଣ, ସାମଗ୍ରୀ ଓ ଡିଜିଟାଲ ପ୍ରମାଣକୁ ଏକାଠି କରିବାରେ ଲାଗିଛି ପୋଲିସ । ମାମଲାରେ ସମସ୍ତ ଦିଗରୁ ତଦନ୍ତ ଜାରି ରହିଛି ଓ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ କହିଛି ।

କଣ୍ଟ୍ରାକ୍ଟରଙ୍କ ଆତ୍ମହତ୍ୟା ପରେ ତାଙ୍କ ଭାଇ ପ୍ରଶାନ୍ତ ଗୌଦପ୍ପା ପାଟିଲ ମନ୍ତ୍ରୀ ଇଶ୍ବରପ୍ପାଙ୍କୁ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇ ଏତଲା ଦାଏର କରିଥିଲେ । ଇଶ୍ବରପ୍ପାଙ୍କ ଦୁଇ ସହଯୋଗୀ ରମେଶ ଓ ବଶବରାଜଙ୍କୁ ମଧ୍ୟ ମାମଲାରେ ଅଭିଯୁକ୍ତ ବୋଲି ଦର୍ଶାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 14, 2022, 7:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.