ETV Bharat / bharat

ଗାଁ ପୂଜାରେ ମନଖୋଲି ନାଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ - କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ନ୍ୟୁଜ

ଗାଁ ପୂଜାରେ ସାମିଲ ହେଲେ ଧୁମ ନାଚିଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ସିଦ୍ଧରମୈୟା । ଅଧିକ ପଢନ୍ତୁ

ବାଜା ତାଳେ ତାଳେ ନାଚିଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ

author img

By

Published : Mar 25, 2022, 2:51 PM IST

ବେଙ୍ଗାଲୁରୁ: ଭଳିକି ଭଳି ବାଜା ବାଜୁଥିଲା । ଆଉ ନିଜକୁ ଅଟକାଇ ପାରିଲେନି । ବାଜା ତାଳେ ତାଳେ ନାଚିବା ଆରମ୍ଭ କରିଦେଲେ । କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ସିଦ୍ଧରମୈୟା । ପାଖିପାଖି ୪୦ ମିନିଟ ଧରି ନାଚିଛନ୍ତି । ତାଙ୍କ ଗାଁ ସିଦ୍ଧରମେଶ୍ବରା ଯାତ୍ରାରେ ଗାଁ ଲୋକଙ୍କ ସହ ମିଶି ମନଖୋଲି ନାଚିଛନ୍ତି ସିଦ୍ଧରମୈୟା ।

ବାଜା ତାଳେ ତାଳେ ନାଚିଲେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ଏହା ପୂର୍ବରୁ ସେ ଉପମୁଖ୍ୟମନ୍ତ୍ରୀ ଥିବାବେଳେ ବୀରାମାକାଲା କୁନିଥା ଯାତ୍ରାରେ ମଧ୍ୟ ନାଚିଥିଲେ । ଏହାପରେ ସେ ପୁଣି ଆଉ ଥରେ ବିଟରେ ନୃତ୍ୟ ପରିବେଷଣ କରିଛନ୍ତି । ଗ୍ରାମବାସୀ ସେମାନଙ୍କ ପ୍ରିୟ ନେତାଙ୍କୁ ଦେଖି ଖୁସି ହୋଇଯାଇଥିଲେ । ସେମାନେ ମଧ୍ୟ ସିଦ୍ଧରମୈୟାଙ୍କ ନୃତ୍ୟକୁ ଉପଭୋଗ କରିଥିଲେ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଆମେ ଆମ ଗାଁ ପୂଜାକୁ କେବେ ହାତଛଡା କରେନାହିଁ ସବୁବେଳେ ଯୋଗ ଦେଇଥାଏ । ମୋର ଏହି ସ୍ଥାନ ସହିତ ଏକ ନିବିଡ ସମ୍ପର୍କ ରହିଛି । ମୁଁ ମନ୍ତ୍ରୀ ଥିବାବେଳେ ମଧ୍ୟ ଏ ସ୍ଥାନକୁ ଆସେ । ମୁଖ୍ୟମନ୍ତ୍ରୀ ଥିବାବେଳେ ମଧ୍ୟ ଆସିଥିଲି ଆଉ ଏବେ ଆସିଛି । ଏହି ଯାତ୍ରା ୨ ବର୍ଷରେ ଥରେ ହୋଇଥାଏ । ଏହାପରେ ପ୍ରତି ୩ ବର୍ଷରେ ଏହା ଆୟୋଜିତ ହେଲା ।

କୋରୋନା ପାଇଁ ୨ ବର୍ଷ ହେବ ଏହା ଆୟୋଜିତ ହୋଇନଥିଲା । ବର୍ତ୍ତମାନ ଯାତ୍ରା ହୋଇଥିବାରୁ ସମସ୍ତେ ଉତ୍ସାହିତ ଅଛନ୍ତି । ମୁଁ ଏଠାକୁ ଆସି ବହୁତ ଖୁସି ବୋଲି କହିଛନ୍ତି ସେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.