ବେଙ୍ଗାଲୁରୁ: ଗତକାଲି ହସ୍ପିଟାଲରେ ଭର୍ତ୍ତି ହୋଇଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ସୁସ୍ଥ ଥିବା ଜଣାପଡିଛି । ତାଙ୍କ ଶରୀରର ସମସ୍ତ ପାରାମିଟର ସ୍ବାଭାବିକ ରହିଛି ଓ ପରୀକ୍ଷା ଚାଲିଛି । ତେବେ ସେ ଆସନ୍ତା କିଛି ଦିନ ଡାକ୍ତରଙ୍କ ନିରୀକ୍ଷଣରେ ରହିବେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ପକ୍ଷରୁ ସୂଚନା ମିଳିଛି ।
ତାଙ୍କୁ ବିଶେଷ ସ୍ବାସ୍ଥ୍ୟସେବା ଦେବା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି । ଉକ୍ତ ଡାକ୍ତରୀ ଦଳ ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ସ୍ବାସ୍ଥ୍ୟଗତ ଜଟିଳତା ନଥିବା ସ୍ପଷ୍ଟ କରିଛନ୍ତି ସେ ଚିକିତ୍ସାଧିନଥିବା ବେଙ୍ଗାଲୁରୁର ମନିପାଲ ହସ୍ପିଟାଲ କର୍ତ୍ତୃପକ୍ଷ । ଗତକାଲି ୟେଦୁରପ୍ପା ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
@ANI