ETV Bharat / bharat

Karnataka: କୃଷି ମନ୍ତ୍ରୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ, CID ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ - କର୍ଣ୍ଣାଟକ ସରକାର

କର୍ଣ୍ଣାଟକରେ କୃଷି ମନ୍ତ୍ରୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗର CID ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ରାଜ୍ୟପାଳଙ୍କୁ ଅଭିଯୋଗ କରିଛନ୍ତି ମାଣ୍ଡ୍ୟା ଜିଲ୍ଲା କୃଷି ସହକାରୀ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

Karnataka: କୃଷି ମନ୍ତ୍ରୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ, CID ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

author img

By

Published : Aug 8, 2023, 10:23 PM IST

ବେଙ୍ଗାଲୁରୁ: ଭାରତୀୟ ଜନତା ପାର୍ଟି ସରକାର ବିରୋଧରେ 40 ପ୍ରତିଶତ ପିସି କାରବାର ଅଭିଯୋଗକୁ ମୁଦ୍ଦା କରି ନିର୍ବାଚନ ଲଢିଥିଲା କଂଗ୍ରେସ । ଏକକ ବହୁମତରେ ସରକାର ମଧ୍ୟ ଗଠନ କଲା । ହେଲେ କ୍ଷମତାକୁ ଆସିବାର ମାତ୍ର ଦୁଇମାସ ହୋଇନଥିବା ବେଳେ ରାଜ୍ୟର କୃଷି ମନ୍ତ୍ରୀଙ୍କ ନାମରେ ଆସିଲା ପିସି ମାଗିବାର ଅଭିଯୋଗ । ଏହା କୌଣସି ବ୍ୟକ୍ତିବିଶେଷ ନୁହନ୍ତି ବରଂ କୃଷି ବିଭାଗରେ କାର୍ଯ୍ୟରତ ଏକାଧିକ ଅଧିକାରୀ ନିଜ ବିଭାଗୀୟ ମନ୍ତ୍ରୀଙ୍କ ନାମରେ ଲାଞ୍ଚ ମାଗିବା ଅଭିଯୋଗ କରି ରାଜ୍ୟପାଳଙ୍କୁ ଅଭିଯୋଗ କଲେ । ଯାହାକୁ ଅତି ଗମ୍ଭୀରତାର ସହ ନେଇଛି ସିଦ୍ଧରମୈୟା ସରକାର । କୃଷି ମନ୍ତ୍ରୀ ଏନ.ଚାଲୁଭରାୟସ୍ବାମୀଙ୍କ ବିରୋଧରେ CID ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ।

ଅଭିଯୋଗ ଅନୁସାରେ ମାଣ୍ଡ୍ଯା ଜିଲ୍ଲାର 7ଜଣ ସହକାରୀ କୃଷି ନିର୍ଦ୍ଦେଶକ ବିଭାଗୀୟ ମନ୍ତ୍ରୀ ଏନ.ଚଲୁଭାରାୟସ୍ୱାମୀଙ୍କ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ ଆଣି ରାଜ୍ୟପାଳ ଥାଓ୍ବରଚାନ୍ଦ ଗେହେଲଟଙ୍କୁ ପତ୍ର ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମନ୍ତ୍ରୀ ଜିଲ୍ଲା କୃଷି ବିଭାଗରୁ ପ୍ରାୟ 6 ରୁ 7ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ । କୃଷି ବିଭାଗ ଯୁଗ୍ମ ନିର୍ଦ୍ଦେଶକଙ୍କ ଦ୍ବାରା ଜିଲ୍ଲା ସହକାରୀ କୃଷି ନିର୍ଦ୍ଦେଶକଙ୍କୁ ଏହି ରାଶି ପ୍ରଦାନ କରିବା ପାଇଁ ଚାପ ମଧ୍ୟ ପକାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ରାଜ୍ୟପାଳ ଏହି ଅଭିଯୋଗକୁ ଗୁରୁତର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମଧ୍ୟ ସେମାନେ ଚିଠିରେ ଉଲ୍ଲେଖ କରିଥିଲେ ।

ସେମାନେ ଅଭିଯୋଗ କରିଛନ୍ତି ଯେ, ବିଭାଗରେ ଏପରି ଲାଞ୍ଚ କାରବାର ନିୟମିତ ଜାରି ରହିଛି । ଏହାକୁ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସମାନେ ଆତ୍ମହତ୍ୟା ମଧ୍ୟ କରିବାକୁ ପଛାଇବେ ନାହିଁ । ତେବେ ଏପରି ଚମର ଅଭିଯୋଗପତ୍ର ପାଇବା ପରେ ରାଜଭବନ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ତଦନ୍ତ ନିର୍ଦ୍ଦେଶ ମଧ୍ୟ ମିଳିଛି । ତୁରନ୍ତ ତଦନ୍ତ ଆରମ୍ଭ କରିବା ଓ ଅଭିଯୋଗରେ ସତ୍ୟତା ଥିଲେ ମନ୍ତ୍ରୀ ଓ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟପାଳ ଗେହେଲଟ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏହାକୁ ଅତି ଗୁରୁତର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିଜେ ଏହି ଅଭିଯୋଗକୁ ସ୍ବୀକାର କରିନଥିଲେ ସୁଦ୍ଧା ମନ୍ତ୍ରୀ ଏନ.ଚଲୁଭାରାୟସ୍ୱାମୀଙ୍କ ବିରୋଧରେ CID ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତରେ ସେପରି ଅଭିଯୋଗ ସ୍ପଷ୍ଟ ହେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ :-Land Scam Case: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ED ସମନ, 14ରେ ହେବେ ହାଜର

ଏଠାରେ ଉଲ୍ଲେଖଯୋଗ୍ଯ ଯେ, ପୂର୍ବର ବାଶବରାଜ ବୋମ୍ମାଇ ସରକାରରେ 40 ପ୍ରତିଶତ ପିସି କାରବାର ହେଉଥିବା ନେଇ ଜୋରଦାର ଅଭିଯୋଗ ହୋଇଥିଲା । ଏହି ପ୍ରସଙ୍ଗରେ କଂଗ୍ରେସ ବୋମ୍ମାଇ ସରକାର ଉପରେ ବର୍ଷିବା ସହ ଏହାକୁ ନିର୍ବାଚନୀ ମୁଦ୍ଦା ମଧ୍ଯ କରିଥିଲା । ବିଧାନସଭା ନିର୍ବାଚନରେ କଂଗ୍ରେସ ସ୍ପଷ୍ଟ ବହୁମତ ପାଇ ସରକାର କରିବାର ମାତ୍ର ମାସ ଦୁଇଟା ମଧ୍ୟରେ ସମାନ ଅଭିଯୋଗ ଏବେ ସିଦ୍ଧରମୈୟା ସରକାର ବିରୋଧରେ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.