ETV Bharat / bharat

ବିବାଦରେ ବିଜେପି ସାଂସଦ, ମଥାରେ ବିନ୍ଦି ଲଗାଇନଥିବାରୁ ମହିଳାଙ୍କୁ ଦେଲେ ଗାଳି - ଅନ୍ତର୍ଜାତୀୟ ମହିଳା ଦିବସ

ମଥାରେ ବିନ୍ଦି ଲଗାଇନଥିବାରୁ ମହିଳାଙ୍କୁ ଗାଳି କଲେ ବିଜେପି ସାଂସଦ ଏସ ମୁନିସ୍ବାମୀ। ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Mar 9, 2023, 9:42 AM IST

ବେଙ୍ଗାଲୁରୁ: ଅନ୍ତର୍ଜାତୀୟ ମହିଳା ଦିବସରେ ବିଜେପି ସାଂସଦ ଏସ ମୁନିସ୍ବାମୀଙ୍କ ବିବାଦୀୟ ମନ୍ତବ୍ୟ । ଜଣେ ବିବାହିତା ମହିଳା ମଥାରେ ବିନ୍ଦି ଲଗାଇନଥିବାରୁ ଗାଳି କଲେ ସାଂସଦ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଗତକାଲି ମହିଳା ଦିବସ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କର୍ଣ୍ଣାଟକର କୋଲାର ଜିଲ୍ଲାର ବିଜେପି ସାଂସଦ ଏସ ମୁନିସ୍ୱାମୀ । ସେଠାରେ ସେ ଦୋକାନରେ ବସିଥିବା ଜଣେ ମହିଳା ମଥାରେ ବିନ୍ଦି ପିନ୍ଧି ନଥିବା ଦେଖିଥିଲେ । ଏହା ପରେ ତାଙ୍କୁ ଗାଳି କରିବା ଆରମ୍ଭ କରିଥିଲେ ସାଂସଦ। ବିନ୍ଦି ଲଗାଇବାକୁ କହିବା ସହ ଆପଣଙ୍କ ସ୍ବାମୀ ବଞ୍ଚିଛନ୍ତି ନା ନାହିଁ ବୋଲି ମହିଳା ଜଣଙ୍କୁ ପ୍ରଶ୍ନ କରିଥିଲେ । ଏହାପରେ ଆପଣଙ୍କର ସାଧାରଣ ଜ୍ଞାନ ନାହିଁ ବୋଲି ମହିଳାଙ୍କୁ କହିଥିଲେ ବିଜେପି ସାଂସଦ । ସାଂସଦ ମହିଳାଙ୍କୁ ଗାଳି କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ତୀବ୍ର ନିନ୍ଦା କରିଛି କଂଗ୍ରେସ। ।

ମହିଳା ଜଣଙ୍କ ସ୍ଥାନୀୟ ସୁଜାତା ନାମକ ଅଧିବାସୀ ବୋଲି ଜଣା ପଡ଼ିଛି । ପ୍ରଥମେ ତୁମ ନାମ କଣ ଓ ତୁମେ କପାଳରେ କାହିଁକି ବିନ୍ଦି ଲଗାଇନାହଁ ବୋଲି ପଚାରିଥିଲେ ସାଂସଦ । ଏହାପରେ ଆପଣଙ୍କ ଷ୍ଟଲର ନାମ ବୌଷ୍ଣବୀ କାହିଁକି ରଖିଛ ବୋଲି ପଚାରିବା ସହ କପାଳରେ ବିନ୍ଦି ଲଗାଇବାକୁ କହିଥିଲେ । କିଛି ସମୟ ପରେ ଉଚ୍ଚ ସ୍ବରରେ ତୁମର ସ୍ବାମୀ ମୃତ ନା ଜୀବିତ ବୋଲି ପଚାରିଥିଲେ ।

ତାଙ୍କ ମନ୍ତବ୍ୟକୁ ନେଇ ଏକ ନୂଆ ବିବାଦ ସୃଷ୍ଟି କରିଥିଲେ । ମହିଳାଙ୍କ ପ୍ରତି ସାଂସଦଙ୍କ ବ୍ୟବାହର ବିଜେପିର ସଂସ୍କୃତିକୁ ପ୍ରତିଫଳିତ କରୁଛି ବୋଲି କହିଛି କଂଗ୍ରେସ । ବିବାଦୀୟ ବୟାନ ପୂର୍ବରୁ ମହିଳା ଦିବସ ଅବସରରେରେ କୋଲାର ସାଂସଦ ଏସ୍ ମୁନିସ୍ୱାମୀ ଏକ ମେଳାର ଉଦଘାଟନ କରିଥିଲେ ।

ପ୍ରତିବର୍ଷ ମାର୍ଚ୍ଚ ୮ରେ ସାରା ବିଶ୍ବରେ ପାଳନ କରାଯାଏ ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଦିନ ସରକାରୀ ତାଥା ବେସରକାରୀ ସ୍ଥରରେ ବିଭିନ୍ନ ସ୍ଥାନରେ ମହିଳାଙ୍କ ପାଇଁ ଅନେକ ପୋଗ୍ରାମ ଆୟୋଜନ କରାଯାଏ । ନାରୀକୁ ପ୍ରତିଟି କ୍ଷେତ୍ରରେ ସହଯୋଗ ଓ ସମର୍ଥନ ଜଣାଇବାର ଶିକ୍ଷାଦିଏ ଏହି ଦିବସ । 1975ରେ ଜାତିସଂଘ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାକୁ ଘୋଷଣା କରିଥିଲା । ସମାଜରେ ପ୍ରଚଳିତ ପ୍ରତିଟି କୁପ୍ରଥାର ମୂଳୋତ୍ପାଟନ କରି ଲିଙ୍ଗଗତ ଭେଦଭାବ ଦୂରିକରଣ କରି ମହିଳାଙ୍କୁ ସମ୍ମାନ, ସାମାଜିକ, ସାଂସ୍କୃତିକ, ରାଜନୈତିର କ୍ଷେତ୍ରରେ ପ୍ରାଧାନ୍ୟ ଦେବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁକୁ ନେଇ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.