ETV Bharat / bharat

Karnataka Assembly polls: ମାରାଥନ ପ୍ରଚାର କରୁଛନ୍ତି ଖଡଗେ, ରାହୁଲ ଓ ପ୍ରିୟଙ୍କା - କର୍ଣ୍ଣାଟକରେ କଂଗ୍ରେସର ପ୍ରଚାର

କର୍ଣ୍ଣାଟକରେ ଦଳ ପାଇଁ ମାରାଥନ ପ୍ରଚାର କରୁଛନ୍ତି ଖଡଗେ, ରାହୁଲ ଓ ପ୍ରିୟଙ୍କା । ମୁଦ୍ଦା ନିଯୁକ୍ତି, ସ୍ବଚ୍ଛ ସରକାର । ଅଧିକ ପଢନ୍ତୁ

Karnataka Assembly polls: ମାରାଥନ ପ୍ରଚାର କରୁଛନ୍ତି ଖାଡଗେ, ରାହୁଲ ଓ ପ୍ରିୟଙ୍କା

author img

By

Published : Apr 26, 2023, 9:21 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ଜାରି ରଖିଛନ୍ତି ନିର୍ବାଚନୀ ପ୍ରଚାର । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଓ ଭଉଣୀ ତଥା ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦଳ ପାଇଁ ମାରାଥନ ପ୍ରଚାର କରୁଛନ୍ତି । ଶାସନରେ ଥିବା ବିଜେପି ନିଜ ସରକାର ବିକାଶର କଥା କହୁଥିବା ବେଳେ କଂଗ୍ରେସ ରାଜ୍ୟରେ ନିଯୁକ୍ତି, ସ୍ବଚ୍ଛ ସରକାର ଓ ରାଜ୍ୟବାସୀଙ୍କ ପାଇଁ ଉନ୍ନୟନମୂଳକ ଯୋଜନାର କଥା କହି ନିର୍ବାଚନୀ ମୈଦାନକୁ ଓହ୍ଲାଇଛି ।

ପ୍ରଦେଶ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଏହି ତିନି କେନ୍ଦ୍ରୀୟ ନେତା ରାଜ୍ୟର ବିଭିନ୍ନ ସ୍ଥାନରେ ମାରାଥନ ସମାବେଶକୁ ସମ୍ବୋଧିତ କରିବାରେ ଲାଗିଛନ୍ତି । ଦଳର ହାଇକମାଣ୍ଡ ଓ ଦକ୍ଷିଣ ଭାରତର ବଡ ଚେହେରା ମଲ୍ଲିକାର୍ଜୁନ ଖଡଗେ ଚିକୋଡି ହୁବଲି ଜିଲ୍ଲାରେ ଏକାଧିକ ସ୍ଥାନରେ ଦଳ ପାଇଁ ପ୍ରଚାର କରିଛନ୍ତି । ସେହିପରି ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ 23 ଓ 24 ରେ ବିଜାପୁର ଓ ହାଙ୍ଗଲରେ ଆୟୋଜିତ ସଭାକୁ ସମ୍ବୋଧିତ କରିଥିଲେ ।

ସେହିପରି ଦଳର ଅନ୍ୟତମ ପ୍ରମୁଖ ଚେହେରା ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ପ୍ରଚାର ମୈଦାନରେ ବେଶ କସରତ କରୁଛନ୍ତି । ମଙ୍ଗଳବାର ପ୍ରିୟଙ୍କା ହାନୁରରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିବା ବେଳେ କେ.ଆର ନଗରରେ ଏକ ରୋଡ ସୋ' ମଧ୍ୟ କରିଥିଲେ । ସେହିପରି ଆଗାମୀ କାର୍ଯ୍ୟସୂଚୀ ଅନୁସାରେ, ରାହୁଲ ଗାନ୍ଧୀ 27, 28 ଓ 30 ତାରିଖରେ ପୁଣି ରାଜ୍ୟ ଗସ୍ତ କରି ଏକାଧିକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ଦଳର ଅନ୍ୟତମ ବରିଷ୍ଠ ନେତା ତଥା ସାଧାରଣ ସମ୍ପାଦକ ବି.କେ ହରି ପ୍ରସାଦ ଇଟିଭି ଭାରତକୁ ସୂଚନା ଦେଇ କହିଛନ୍ତି, "କଂଗ୍ରେସ ସକରାତ୍ମକ ଭାବେ ନିର୍ବାଚନ ପ୍ରଚାର ଜାରି ରଖିଛି । ରାଜ୍ୟରେ ଲୋକେ ସାମ୍ନା କରୁଥିବା ବାସ୍ତବିକ ପ୍ରସଙ୍ଗ ଉପରେ କଂଗ୍ରେସ ତାର ନିର୍ବାଚନୀ ରଣନୀତି ସ୍ଥିର କରିଛି । କଂଗ୍ରେସ ଛତିଶଗଡ, ରାଜସ୍ଥାନ ଓ ହିମାଚଳ ପ୍ରଦେଶରେ କିପରି ଶାସନ କରୁଛି ତାହା କର୍ଣ୍ଣାଟକବାସୀ ଦେଖୁଛନ୍ତି । ଦଳ କର୍ଣ୍ଣାଟକରେ ମଧ୍ୟ ବହୁମତ ପାଇବ ।"

ଅନ୍ଯପଟେ ଆସନ୍ତା 10 ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ମଧ୍ୟ ତାର ପ୍ରଚାର ପାଇଁ ସବୁ ଦମ ଲଗାଇଦେଇଛି । ଦଳର ସବୁଠୁ ବଡ ଓ ଲୋକପ୍ରିୟ ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ, ଦଳ ମୁଖ୍ୟ ଜେ.ପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରମୁଖ ନିର୍ବାଚନୀ ମୈଦାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.