ETV Bharat / bharat

Karnataka Assembly polls: ଶିଗଗାଓଁରୁ ଲଢିବେ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ - କର୍ଣ୍ଣାଟକ ବିଧାନସଭା ନିର୍ବାଚନ

ଶିଗଗାଓଁ ଆସନରୁ ପ୍ରାର୍ଥୀ ହେବ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ । ଏନେଇ ଗଣମାଧ୍ୟମକୁ ନିଜେ ସୂଚନା ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

CM Bommai to contest from Shiggaon constituency

author img

By

Published : Apr 10, 2023, 8:58 AM IST

Updated : Apr 10, 2023, 9:09 AM IST

ନୂଆଦିଲ୍ଲୀ: ପାଖେଇ ଆସୁଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ତାରିଖ ଘୋଷଣା ହେବା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ନିର୍ବାଚନରେ ଲଢେଇ ପାଇଁ ପାର୍ଥୀ ଘୋଷଣା କରୁଛନ୍ତି ଦଳ । କଂଗ୍ରେସ ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଆଉ ଦିନେ କି ଦୁଇ ଦିନ ମଧ୍ୟରେ ବିଜେପି ଜାରି କରିବ ପ୍ରଥମ ପ୍ରାର୍ଥୀ ତାଲିକା । ଏହା ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବମ୍ମାଇ ଶିଗଗାଓଁ ବିଧାନସଭା ଆସନରୁ ଲଢିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ବସବରାଜ ବମ୍ମାଇ କହିଛନ୍ତି ଯେ, '' ନିର୍ବାଚନ ପୂର୍ବରୁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ରବିବାର ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିଥିଲା । ସୋମବାର ନଚେତ ଏହାର ଗୋଟିଏ ଦିନ ପରେ ଦଳ ପ୍ରାର୍ଥୀ ତାଲିକା ଜାରି କରିବ । ମୁଁ ଶିଗଗାଓଁ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛି ।''

ଏହା ମଧ୍ୟ ପଢନ୍ତୁ-Karnataka Assembly polls: ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସରିଲା ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଦଳର ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ କରିବା ପାଇଁ ରବିବାର ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ସିଇସିର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଏଥିସହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବମ୍ମାଇଙ୍କ ସମେତ ପ୍ରାଦେଶିକ କମିଟିର ବରିଷ୍ଠ ନେତାମାନେ ମଧ୍ୟ ଏହି ବୈଠକେର ଯୋଗଦେଇଥିଲେ । ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରିବା ବୈଠକର ମୁଖ୍ୟ ବିଷୟବସ୍ତୁ ଥିବା ନେଇ ଗଣ ମାଧ୍ୟମକୁ କହିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ-Howrah Violation: ଘଟଣାସ୍ଥଳକୁ ଯାଉଥିବା ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମକୁ ରାସ୍ତାରେ ଅଟକାଇଲା ପୋଲିସ

ଆସନ୍ତା ମେ’ 10 ତାରିଖରେ କର୍ଣ୍ଣାଟକରେ 224 ବିଧାନସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ । ଏହାପରେ 13 ତାରିଖ ଦିନ ନିର୍ବାଚନ ଫଳାଫଳ ଆସିବ । ଗତ ମାର୍ଚ୍ଚ 29ରେ ତାରିଖରେ ଏନେଇ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଘୋଷଣା କରିଥିଲେ । ତେବେ ଆସନ୍ତା ଏପ୍ରିଲ 13 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏପ୍ରିଲ 6 ତାରିଖରେ କଂଗ୍ରେସ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିଲା । ଏହି ତାଲିକାରେ ମୋଟ 41 ଜଣ ପ୍ରାର୍ଥୀଙ୍କ ନାମ ରହିଥିଲା । ସେଥି ମଧ୍ୟରୁ 4 ଜଣ ପ୍ରାର୍ଥୀ ଅନୁସୂଚିତ ଜାତି ଓ 2ଜଣ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ।

Last Updated : Apr 10, 2023, 9:09 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.