ETV Bharat / bharat

karnataka Assembly poll: 39.38 କୋଟି ଟଙ୍କା ଓ ମଦ ଜବତ - କର୍ଣ୍ଣାଟକ ନିର୍ବାଚନ

କର୍ଣ୍ଣାଟକ ନିର୍ବାଚନ ତାରିଖ ଘୋଷଣା ପରେ ରାଜ୍ୟରୁ 39.38 କୋଟିର ନଗଦ ଟଙ୍କା, ମଦ ଓ ଅନ୍ୟାନ ସାମଗ୍ରୀ ଜବତ ହୋଇଛି । ଅଧିକ ପଢନ୍ତୁ

karnataka Assembly poll
କର୍ଣ୍ଣାଟକ ବିଧାନସଭା ନିର୍ବାଚନ
author img

By

Published : Apr 2, 2023, 2:11 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ପାଇଁ ନିର୍ବାଚନ ଆୟୋଗ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି । ନିର୍ବାଚନୀ ତାରିଖ ଘୋଷଣା ପରେ ଏ ପର୍ଯ୍ୟନ୍ତ ରାଜ୍ୟରୁ 39.38 କୋଟିର ନଗଦ ଟଙ୍କା, ମଦ ଓ ଅନ୍ୟାନ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି । ନିର୍ବାଚନ ଆୟୋଗ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ହସ୍ତଗତ ହୋଇଛି । 2,040 ଫ୍ଲାଇଙ୍ଗ ସ୍କ୍ବାଡ, 2,605 ଷ୍ଟେସନାରୀ ଟିମ ନିରନ୍ତର କାର୍ଯ୍ୟ ଜାରି ରଖିଛନ୍ତି ।

ନିର୍ବାଚନ ଆୟୋଗ ଅଧିକାରୀଙ୍କ ସୂଚନା ଅନୁସାରେ ନିର୍ବାଚନୀ ତାରିଖ ଘୋଷଣା ପୂର୍ବରୁ ରାଜ୍ୟରେ ଚେକ ପୋଷ୍ଟ କରାଯାଇ ବିଭିନ୍ନ ଗତିବିଧି ଉପରେ ନଜର ରଖାଯାଇଛି । ନିର୍ବାଚନ ତାରିଖ ଘୋଷଣା ପରେ ବ୍ୟକ୍ତିଗତ ସମ୍ପତ୍ତି ଉପରେ 29, 828 ଗ୍ରାଫିଟି, 37, 955 ପୋଷ୍ଟର, 14, 413 ବ୍ୟାନର ଏବଂ 16,290 ଅନ୍ୟାନ ସମ୍ପତ୍ତି ହଟାଇ ଦିଆଯାଇଛି । ସାର୍ବଜନୀନ ସମ୍ପତ୍ତି ଉପରେ 28, 740 ଗ୍ରାଫିଟି, 69, 245 ପୋଷ୍ଟର, 45,081 ବ୍ୟାନର ଏବଂ 23, 611 ଅନ୍ୟାନ ସମ୍ପତ୍ତି ହଟାଇ ଦିଆଯାଇଛି । ଏହି ଘଟଣାରେ 73ଟି ମାମଲା ରୁଜୁ ହୋଇଥିବା ଅଫିସିଆଲ ପକ୍ଷରୁ ସୂଚନା ମିଳିଛି ।

ପୋଲିସ ଓ ଫ୍ଲାଇଙ୍ଗ ସ୍କ୍ବାଡ ମିଳିତ ଉଦ୍ୟମରେ 7.07 କୋଟି ନଗଦ ଟଙ୍କା, 5.80 ଲକ୍ଷ ମୂଲ୍ୟର ମଦ, 21,76 ଲକ୍ଷ ଡ୍ରଗ୍ସ ଜଗତ ହୋଇଛି । ମୋଟ 172 ମାମଲା ରୁଜୁ ହୋଇଛି । ଆଇଟି ବିଭାଗ 3.90 କୋଟି ନଗଦ ଟଙ୍କା ଜବତ କରିଥିବା ସୂଚନା ମିଳୁଛି । 264ଟି ଗୁରୁତର ମାମଲା, 195 ଲାଇସେନ୍ସ ସର୍ତ୍ତ ଉଲ୍ଲଘଂନ ମାମଲା, ଏନଡିପିଏସ ଅଧୀନରେ 14ଟି ମାମଲା ଓ 737 ଅବକାରୀ ନୀତି ଅନୁଯାୟୀ ମାମଲା ପଞ୍ଜୀକୃତ ହୋଇଛି ।

ଏହା ବି ପଢନ୍ତୁ...ତୱାଙ୍ଗରେ ଭୂ-ସ୍ଖଳନ, 5 ଦିନ ପରେ ମିଳିଲା ଯବାନଙ୍କ ମୃତଦେହ

ପ୍ରକାଶଥାଉ କି, ମଇ 10 ତାରିଖରେ 224 ବିଧାନସଭା ଆସନରେ କର୍ଣ୍ଣାଟକରେ ନିର୍ବାଚନ ଅନୁଷ୍ଠିତ ହେବ । ମଇ 13 ତାରିଖରେ ଫଳାଫଳ ପ୍ରକାଶ ପାଇବ । କର୍ଣ୍ଣାଟକ ନିର୍ବାଚନ ନିମନ୍ତେ ଏପ୍ରିଲ 13ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏପ୍ରିଲ 20 ତାରିଖରେ ନାମାଙ୍କନ ଓ ଏପ୍ରିଲ 24 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ବହୁମତ ହାସଲ ପାଇଁ 133 ଆସନରେ ଜିତିବାକୁ ହେବ । ମୁଖ୍ୟ ନିର୍ବାଚନ କିମିଶନ ତାରିଖ ଘୋଷଣା କରିବା ପରେ ବିଜେପି, କଂଗ୍ରେସ ଜାତୀୟ ଦଳ ସମେତ ଆଞ୍ଚଳିତ ଦଳ ସକ୍ରିୟ ହୋଇ ଉଠିଛନ୍ତି । ରାଜ୍ୟରେ ମୋଟ 5, 21, 73, 573 ଭୋଟର ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.