ETV Bharat / bharat

Karnataka Polls: ରୋଡ଼ ଶୋ' ବେଳେ ମୋଦିଙ୍କ ଉପରକୁ ମୋବାଇଲ ଫିଙ୍ଗିଲେ ମହିଳା

author img

By

Published : May 1, 2023, 9:16 AM IST

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନେଇ ରବିବାର ପ୍ରଧାନମନ୍ତ୍ରୀ ମୋଦିଙ୍କର ବିଶାଳ ରୋଡ ଶୋ ହୋଇଥିବା ବେଳେ ସୁରକ୍ଷାରେ ତ୍ରୁଟି ଦେଖାଦେଇଛି । ମହିଶୂରରେ ରୋଡ଼ ଶୋ' ବେଳେ ମୋଦିଙ୍କ ଉପରକୁ ମୋବାଇଲ ଫିଙ୍ଗିଲେ ମହିଳା । ଅଧିକ ପଢନ୍ତୁ

Karnataka Assembly Election
Karnataka Assembly Election

ବେଙ୍ଗାଲୁରୁ: ଆସନ୍ତା ମେ 10 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ହାତରେ ମାତ୍ର ଆଉ ଦିନ କେଇଟା ରହିଥିବା ବେଳେ କମ୍ପୁଛି ପ୍ରଚାର ମଇଦାନ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ହେଭିୱେଟ ନେତା । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜମୁଛି ପ୍ରଚାର । ଦଳୀୟ କର୍ମୀଙ୍କ ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ଆସି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଭିନ୍ନ ଅଞ୍ଚଳରେ ରୋଡ ଶୋ’ କରୁଛନ୍ତି । ତେବେ ଗତକାଲି(ରବିବାର) ମହୀଶୂରରେ ମୋଦିଙ୍କ ରୋଡ ଶୋ’ ଚାଲିଥିବା ବେଳେ ଜଣେ ମହିଳା ତାଙ୍କ ଉପରକୁ ମୋବାଇଲ ଫିଙ୍ଗି ଦେଇଥିଲେ । ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ ତ୍ରୁଟି ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପଟେ ଏନେଇ ମୁହଁ ଖୋଲିଛି ପୋଲିସ । ପୋଲିସର କହିବା ଅନୁଯାୟୀ, "ରୋଡ ଶୋ ବେଳେ ବିଜେପିର ଏକ ମହିଳା କର୍ମକର୍ତ୍ତାଙ୍କ ହାତରୁ ଉତ୍ସାହିତ ହୋଇ ମୋବାଇଲ ଖସିଯାଇଥିଲା । କିନ୍ତୁ ସେ ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରିନାହାନ୍ତି । ମୋବାଇଲ ଗାଡିର ବୋନେଟରେ ବାଜି ତଳେ ପଡିଯାଇଥିଲା ।" ପ୍ରକାଶଥାଉକି ସେହି ସମୟରେ ପ୍ରଧାନମନ୍ତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ଏସପିଜିକୁ(ସ୍ବତନ୍ତ୍ର ସୁରକ୍ଷା ଦଳ) ଖବର ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ‘ଶିବଙ୍କ ବେକରେ ସାପ ଯେମିତି, ଦେଶବାସୀଙ୍କ ବେକରେ ମୁଁ ସେମିତି ’

ଏନେଇ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆଲୋକ କୁମାର କହିଛନ୍ତି, "ପ୍ରଧାନମନ୍ତ୍ରୀ ରୋଡ ଶୋ ବୋଳେ ଏସପିଜିର ସୁରକ୍ଷା ବଳୟ ଭିତରେ ରହିଥିଲେ । ଏହି ସମୟରେ ମୋବାଇଲ ଫିଙ୍ଗିଥିବା ମହିଳା କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ରହିଥିଲେ । ଏସପିଜିର ଅଧିକାରୀ ପରବର୍ତ୍ତୀ ସମୟରେ ଉକ୍ତ ମହିଳାଙ୍କୁ ମୋବାଇଲ ଫୋନ ଫେରାଇ ଦେଇଥିଲେ । ଉତ୍ସାହିତ ହୋଇ ସେ ଏଭଳି କରିଥିଲେ, ତାଙ୍କର କୌଣସି ଭୁଲ ନଥିଲା । କିନ୍ତୁ ଆମେ ମହିଳାଙ୍କ ପତ୍ତା ଲଗାଇବା ପାଇଁ ଚେଷ୍ଟା କରୁଛୁ । ରୋଡ ଶୋ ସମୟରେ ପ୍ରଧାନମନ୍ତ୍ରୀଙ୍କ ସମୟରେ ସାଂସଦ ପ୍ରତାପ ସିହ୍ନା, ଏସ ଇଶ୍ବରପ୍ପା ଏବଂ ଏସଏ ରାମଦାସଙ୍କ ଉପସ୍ଥିତ ଥିଲେ ।"

ପ୍ରକାଶଥାଉକି, କର୍ଣ୍ଣାଟକରେ ବାଜିମାତ ପାଇଁ ପ୍ରଚାରକୁ ଜୋରଦାର କରୁଛି ବିଜେପି । ରବିବାର ମହିଶୂରରେ ଏକ ବିଶାଳ ରାଲିର ଆୟୋଜନ ହୋଇଥିଲା । ଦୁଇଦିନରେ ମୋଦି ରୋଡ ଶୋ ସହ ଅନେକ ସ୍ଥାନରେ ସଭାକୁ ସମ୍ବୋଧିତ କରିଥିଲେ । ଗତକାଲି ଏକ ସଭାରେ ମୋଦି କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡଗେଙ୍କ ବିଷଧର ସାପ କଟାକ୍ଷର ଜବାବ ରଖିଥିଲେ । କହିଲେ ଦେଶବାସୀ ମୋ ପାଇଁ ଭଗବାନଙ୍କ ସ୍ବରୂପ । ସେମାନଙ୍କ ବେକରେ ମୁଁ ସାପ ହେଲେ ମଙ୍ଗଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.