ETV Bharat / bharat

ମୁସଲିମ ଛାତ୍ରଙ୍କୁ ପାକିସ୍ତାନ ପଳାଅ କହି ଅଡୁଆରେ ଶିକ୍ଷୟିତ୍ରୀ - କର୍ଣ୍ଣାଟକ ଶିକ୍ଷକଙ୍କ ବିବାଦୀୟ ମନ୍ତବ୍ୟ

ଦୁଇ ମୁସଲିମ ଛାତ୍ର ପାଟିତୁଣ୍ଡ କରିବାରୁ ସେମାନଙ୍କୁ ପାକିସ୍ତାନ ଚାଲିଯିବାକୁ କହି ଅଡୁଆରେ ଶିକ୍ଷୟିତ୍ରୀ । ଅଧିକ ପଢନ୍ତୁ

Teacher asks Muslim student to go to Pakistan

author img

By ETV Bharat Odisha Team

Published : Sep 3, 2023, 3:20 PM IST

ବେଙ୍ଗାଲୁରୁ: ଉତ୍ତର ପ୍ରଦେଶରେ ମୁସଲିମ ଛାତ୍ରଙ୍କୁ ଜାତିଗତ ଆକ୍ଷେପ ସହ ଅନ୍ୟ ଛାତ୍ରଙ୍କ ଦ୍ବାରା ଚାପୁଡା ମରାଯିବା ଘଟଣାକୁ ନେଇ ବିବାଦ ଥମିନଥିବା ବେଳେ କର୍ଣ୍ଣାଟକରୁ ଅନୁରୂପ ଘଟଣା ସାମ୍ନାକୁ ଆସିଛି । ଶିବମୋଗା ଜିଲ୍ଲାରେ ଜଣେ ସରକାରୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ଦୁଇ ଜଣ ମୁସଲିମ ଛାତ୍ରଙ୍କୁ 'ପାକିସ୍ତାନ ପଳାଅ' ବୋଲି କହି ଅଡ଼ୁଆରେ ପଡିଛନ୍ତି । ଏନେଇ ସମ୍ପୃକ୍ତ ଛାତ୍ରଙ୍କ ପକ୍ଷରୁ ଶିକ୍ଷୟିତ୍ରୀଙ୍କ ବିରୋଧରେ ଥାନାରେ ଏତଲା ଦାଖଲ ହେବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି । ଏହାସହିତ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି ।

ଅଭିଯୋଗ ଅନୁଯାୟୀ, ଗତ ଗୁରୁବାର ଦିନ ଶିବମୋଗ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟରେ ଏହି ଘଟଣା ଘଟିଥିଲା । ସ୍କୁଲ୍‌ରେ ପଞ୍ଚମ ଶ୍ରେଣୀର ପଢ଼ୁଥିବା ଦୁଇ ଜଣ ମୁସ୍‌ଲିମ୍‌ ଛାତ୍ର ପରସ୍ପର ଭିତରେ ପାଟିତୁଣ୍ଡ କରିଥିଲେ । ଏଥିରେ ରାଗି ଯାଇ ଶିକ୍ଷୟିତ୍ରୀ ମଞ୍ଜୁଲା ଦେବୀ ଦୁହିଁଙ୍କୁ ଗାଳିଗୁଲଜ କରିବା ସହିତ ଏଇଟା ତୁମ ଦେଶ ନୁହେଁ, ପାକିସ୍ତାନ ପଳାଅ ବୋଲି କହିଥିଲେ । ଏନେଇ ଥାନାରେ ଛାତ୍ରଙ୍କୁ ପକ୍ଷରୁ ଅଭିଯୋଗ ପରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବ୍ଲକ ଶିକ୍ଷା ଅଧିକାରୀ ପି. ନାଗରାଜ ଜଣାଇଛନ୍ତି ।

ବିଇଓ କହିଛନ୍ତି ଯେ, ପିଲାମାନେ ପାଟିତୁଣ୍ଡ କରିବାରୁ ଶିକ୍ଷୟିତ୍ରୀ ସେମାନଙ୍କୁ କହିଥିଲେ କି ଏହା ତୁମର ଦେଶ ନୁହେଁ । ଏହା ହିନ୍ଦୁମାନଙ୍କ ଦେଶ । ତେଣୁ ତୁମେମାନେ ପାକିସ୍ତାନ ଚାଲିଯିବା ଉଚିତ୍ । ଯାହାକି ମୁସଲିମ ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ସେ ଏକ ରିପୋର୍ଟ ଦାଖଲ କରିଛନ୍ତି ଏବଂ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ତେବେ ଶିକ୍ଷୟିତ୍ରୀ ଜଣକ ସାମ୍ପ୍ରଦାୟିକ ଟିପ୍ପଣୀ ଦେଇଥିବାର କୌଣସି ଠୋସ୍ ପ୍ରମାଣ ନଥିଲେ ହେଁ ଛାତ୍ରଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବିଇଓ ସ୍ପଷ୍ଟ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଜଣେ ଛାତ୍ରଙ୍କୁ ମାଡ ମାରିବାକୁ ଅନ୍ୟ ଛାତ୍ରଙ୍କୁ ନିର୍ଦ୍ଦେଶ ଦେଲେ ଶିକ୍ଷୟିତ୍ରୀ; ଭିଡିଓ ଭାଇରାଲ

ସୂଚନା ଅନୁଯାୟୀ, ଶିକ୍ଷୟିତ୍ରୀ ମଞ୍ଜୁଲା ଦେବୀ କନ୍ନଡ଼ ଶିକ୍ଷାଦାନ କରନ୍ତି ଏବଂ ସେହି ସ୍କୁଲ୍‌ରେ ଗତ ୯ ବର୍ଷ ହେଲାଣି କାର୍ଯ୍ୟରତ ଥିଲେ । ଏହି ଘଟଣା ପରେ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି ।

ପ୍ରକାଶ ଥାଉକି, ଅଗଷ୍ଟ ୨୫ ତାରିଖରେ ଉତ୍ତରପ୍ରଦେଶରେ ଜଣେ ଶିକ୍ଷୟିତ୍ରୀ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଶିକ୍ଷୟିତ୍ରୀ ଜଣକ କ୍ଲାସ୍‌ର ଜଣେ ମୁସଲିମ ଛାତ୍ରଙ୍କୁ ଚାପୁଡ଼ା ମାରିବାକୁ ଅନ୍ୟ ଛାତ୍ରଙ୍କୁ ନିର୍ଦ୍ଦେଶ ଦେଉଥିବାର ଦେଖିବାକୁ ମିଳିଥିଲା । ଏନେଇ ବିବାଦ ତେଜିବା ପରେ ଶିକ୍ଷୟିତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.