ବେଙ୍ଗାଲୁରୁ: କର୍ଣ୍ଣାଟକ ମନ୍ତ୍ରୀ ଉମେଶ କଟ୍ଟିଙ୍କ ପରଲୋକ(Minister Umesh Katti Passes Away) । ମଙ୍ଗଳବାର ରାତିରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ଉମେଶ କଟ୍ଟି କର୍ଣ୍ଣାଟକ ସରକାରରେ ଖାଦ୍ୟ ଯୋଗାଣ ଏବଂ ଜଙ୍ଗଲ ବିଭାଗର ମନ୍ତ୍ରୀ ଥିଲେ । ମଙ୍ଗଳବାର ସେ ବେଙ୍ଗାଲୁରୁର ଡଲାର କଲୋନୀ ସ୍ଥିତ ନିଜର ବାସଭବନରେ ଥିବା ସମୟରେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ଏହାପରେ ସେ ବାଥରୁମ୍ରେ ଅଚେତ ହୋଇପଡିଥିଲେ । ସେଠାରୁ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ହସ୍ପିଟାଲରେ ହିଁ ସେ ନିଜର ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।
-
ಅರಣ್ಯ ಸಚಿವ, ನನ್ನ ಆಪ್ತ ಸಹೋದ್ಯೋಗಿ ಶ್ರೀ ಉಮೇಶ್ ಕತ್ತಿ ಅವರ ಅಕಾಲಿಕ ನಿಧನದಿಂದ ತೀವ್ರ ದುಃಖಿತನಾಗಿದ್ದೇನೆ. ಅವರ ನಿಧನದಿಂದ ರಾಜ್ಯ ಓರ್ವ ನುರಿತ ಮುತ್ಸದ್ಧಿ,ಕ್ರಿಯಾಶೀಲ ಮುಖಂಡ ಹಾಗೂ ನಿಷ್ಠಾವಂತ ಜನಸೇವಕನನ್ನು ಕಳೆದುಕೊಂಡಿದೆ. ಅವರ ಅಗಲಿಕೆಯ ದುಃಖವನ್ನು ಸಹಿಸುವ ಶಕ್ತಿಯನ್ನು ಆ ಭಗವಂತ ಅವರ ಕುಟುಂಬಕ್ಕೆ ನೀಡಲಿ ಎಂದು ಪ್ರಾರ್ಥಿಸುತ್ತೇನೆ pic.twitter.com/tcfNlw9Cdr
— Basavaraj S Bommai (@BSBommai) September 6, 2022 " class="align-text-top noRightClick twitterSection" data="
">ಅರಣ್ಯ ಸಚಿವ, ನನ್ನ ಆಪ್ತ ಸಹೋದ್ಯೋಗಿ ಶ್ರೀ ಉಮೇಶ್ ಕತ್ತಿ ಅವರ ಅಕಾಲಿಕ ನಿಧನದಿಂದ ತೀವ್ರ ದುಃಖಿತನಾಗಿದ್ದೇನೆ. ಅವರ ನಿಧನದಿಂದ ರಾಜ್ಯ ಓರ್ವ ನುರಿತ ಮುತ್ಸದ್ಧಿ,ಕ್ರಿಯಾಶೀಲ ಮುಖಂಡ ಹಾಗೂ ನಿಷ್ಠಾವಂತ ಜನಸೇವಕನನ್ನು ಕಳೆದುಕೊಂಡಿದೆ. ಅವರ ಅಗಲಿಕೆಯ ದುಃಖವನ್ನು ಸಹಿಸುವ ಶಕ್ತಿಯನ್ನು ಆ ಭಗವಂತ ಅವರ ಕುಟುಂಬಕ್ಕೆ ನೀಡಲಿ ಎಂದು ಪ್ರಾರ್ಥಿಸುತ್ತೇನೆ pic.twitter.com/tcfNlw9Cdr
— Basavaraj S Bommai (@BSBommai) September 6, 2022ಅರಣ್ಯ ಸಚಿವ, ನನ್ನ ಆಪ್ತ ಸಹೋದ್ಯೋಗಿ ಶ್ರೀ ಉಮೇಶ್ ಕತ್ತಿ ಅವರ ಅಕಾಲಿಕ ನಿಧನದಿಂದ ತೀವ್ರ ದುಃಖಿತನಾಗಿದ್ದೇನೆ. ಅವರ ನಿಧನದಿಂದ ರಾಜ್ಯ ಓರ್ವ ನುರಿತ ಮುತ್ಸದ್ಧಿ,ಕ್ರಿಯಾಶೀಲ ಮುಖಂಡ ಹಾಗೂ ನಿಷ್ಠಾವಂತ ಜನಸೇವಕನನ್ನು ಕಳೆದುಕೊಂಡಿದೆ. ಅವರ ಅಗಲಿಕೆಯ ದುಃಖವನ್ನು ಸಹಿಸುವ ಶಕ್ತಿಯನ್ನು ಆ ಭಗವಂತ ಅವರ ಕುಟುಂಬಕ್ಕೆ ನೀಡಲಿ ಎಂದು ಪ್ರಾರ್ಥಿಸುತ್ತೇನೆ pic.twitter.com/tcfNlw9Cdr
— Basavaraj S Bommai (@BSBommai) September 6, 2022
ମନ୍ତ୍ରୀ ଉମେଶ କଟ୍ଟି ୬ ଥର ବିଧାୟକ ଥିଲେ । ତାଙ୍କର ବିୟୋଗର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରିଛନ୍ତି, ''ମୋର ଘନିଷ୍ଠ ସହଯୋଗୀ କର୍ଣ୍ଣାଟକର ଜଙ୍ଗଲ ମନ୍ତ୍ରୀ ଉମେଶ କଟ୍ଟିଙ୍କ ଅକାଳ ବିୟୋଗରେ ମୁଁ ମର୍ମାହତ । ତାଙ୍କର ମୃତ୍ୟୁରେ ରାଜ୍ୟ ଜଣେ ଦକ୍ଷ କୂଟନୀତିଜ୍ଞ, ସକ୍ରିୟ ନେତା ଏବଂ ବିଶ୍ବସ୍ତ ଜନ ସେବକକୁ ହରାଇଛି । ଭଗବାନ ତାଙ୍କର ପରିବାରକୁ ଏହି ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି । ''
-
Deeply saddened to hear about the passing of Food & Civil Supplies Minister Shri Umesh Katti.
— Siddaramaiah (@siddaramaiah) September 6, 2022 " class="align-text-top noRightClick twitterSection" data="
My deepest condolences to the bereaved family. May his soul rest in peace. pic.twitter.com/r1MqujopIJ
">Deeply saddened to hear about the passing of Food & Civil Supplies Minister Shri Umesh Katti.
— Siddaramaiah (@siddaramaiah) September 6, 2022
My deepest condolences to the bereaved family. May his soul rest in peace. pic.twitter.com/r1MqujopIJDeeply saddened to hear about the passing of Food & Civil Supplies Minister Shri Umesh Katti.
— Siddaramaiah (@siddaramaiah) September 6, 2022
My deepest condolences to the bereaved family. May his soul rest in peace. pic.twitter.com/r1MqujopIJ
ବିରୋଧି ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା(former chief minister Siddaramaiah) ମଧ୍ୟ ବରିଷ୍ଠ ରାଜନେତା ଉମେଶ କଟ୍ଟିଙ୍କ ବିୟୋଗରେ ଟ୍ବିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ସେ ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।
ଏହାମଧ୍ୟ ପଢନ୍ତୁ: ଚଳନ୍ତା ଗାଡିରେ ହୃଦ୍ଘାତ, ଉତ୍ତର ପ୍ରଦେଶ BJP ବିଧାୟକଙ୍କ ମୃତ୍ୟୁ
ପିତା ବିଶ୍ବନାଥ କଟ୍ଟିଙ୍କ ଦେହାନ୍ତ ପରେ ଉମେଶ କଟ୍ଟି ୧୯୮୫ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ । ସେ ୨୦୦୮ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଏହାପୂର୍ବରୁ କଟି ଜନତା ପାର୍ଟି, ଜନତା ଦଳ, ଜେଡିୟୁ ଏବଂ ଜେଡିଏସର ନେତା ଥିଲେ । ବୋମାଇ ସରକାରରେ ମନ୍ତ୍ରୀ ହେବା ପୂର୍ବରୁ ଉମେଶ କଟ୍ଟି ଜେ ଏଚ ପଟେଲ, ବିଏସ ୟେଦୁରପ୍ପା, ଡି.ବି ସଦାନନ୍ଦ ଗୌଡା ଏବଂ ଜଗଦଶ ସେଟ୍ଟୀରଙ୍କ ନେତୃତ୍ବାଧୀନ କ୍ୟାବିନେଟରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ତାଙ୍କର ବିୟୋଗରେ କର୍ଣ୍ଣାଟକ ସରକାର ରାଜ୍ୟରେ ଦିନିକିଆ ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଛନ୍ତି ।