ETV Bharat / bharat

Kargil Vijay Diwas: ଗୋଟିଏ ହାତ ୨ଟି ଗୋଡ ହରାଇଥିବା ନାଏକ ଦିପଚନ୍ଦଙ୍କ ମୁହଁରୁ କାର୍ଗିଲ କାହାଣୀ

author img

By

Published : Jul 26, 2022, 11:50 AM IST

Updated : Jul 26, 2022, 12:27 PM IST

ଆଜି କାର୍ଗିଲ ବିଜୟ ଦିବସ ପାଳୁଛି ଦେଶ । କାର୍ଗିଲ ବିଜୟ ଦିବସରେ ଦେଖନ୍ତୁ ବୀର ରାୟପୁରର ବୀର ଯବାନ ନାଏକ ଦିପଚନ୍ଦଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର । ଯିଏକି ଯୁଦ୍ଧରେ ହରାଇଲେ ଗୋଟିଏ ହାତ ଓ ୨ଟି ଗୋଡ । ଅଧିକ ପଢନ୍ତୁ

Kargil Vijay Diwas: ଯୁଦ୍ଧରେ ଗୋଟିଏ ହାତ ୨ଟି ଗୋଟ ହରାଇଥିଲେ ଦିପସିଦ୍ଧୁ

ରାୟପୁର: ଜୁଲାଇ ୨୬, ୧୯୯୯ ମସିହା, ଏହି ଦିନ ମନେ ପଡିଲେ ଟାଙ୍କୁରି ଉଠେ ରୁମ ଓ ମନେ ପଡେ ସେହି ବୀର ଯବାନଙ୍କ ବିରତ୍ବର ଗାଥା । ଆଜିର ଦିନରେ ଭାରତୀୟ ସେନାର ବୀରତ୍ବ ଆଗରେ ମୁଣ୍ଡ ନଇଁଥିଲା ପାକିସ୍ତାନ । ଏହି ଦିନକୁ ସ୍ମରଣୀୟ କରିବା ପାଇଁ ପ୍ରତି ବର୍ଷ, ଆଜିର ଦିନକୁ କାର୍ଗିଲ ବିଜୟ ଦିବସ ପାଳନ କରୁଛି ସାରା ଦେଶ । ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା କାର୍ଗିଲ ଯୁଦ୍ଧର ଦେଶର 527ଜଣ ବୀର ଯବାନ ଦେଶ ମାତୃକାର ସେବାରେ ଶହୀଦ ହୋଇଥିଲେ ଓ 13 ଶହ ଯବାନ ଆହତ ହୋଇଥିଲେ । କାର୍ଗିଲ ଯୁଦ୍ଧରେ ସାମିଲ ଥିବା ଯବାନଙ୍କ ମଧ୍ୟରେ ଜଣେ ସାହସୀ ଯବାନ ହେଉଛନ୍ତି ଛତିଶଗଡ ଜିଲ୍ଲା ରାୟପୁରର ନାଏକ ଦିପଚନ୍ଦ (Hero of Karigal war Deepchand ) । ଯିଏକି କାର୍ଗିଲ ଯୁଦ୍ଧରେ ଜଣେ ବୀର ଯୋଦ୍ଧା ଥିଲେ । ଯୁଦ୍ଧରେ ତାଙ୍କ ଗୋଟିଏ ହାତ ଓ ଦୁଇ ଗୋଡ ନଷ୍ଟ ହୋଇଯାଇଥିଲା । ଆଜି କାର୍ଗିଲ ବିଜୟ ଦିବସ ଅବସରରେ ସେହି ବୀର ଯବାନଙ୍କ ଆଲେଚନା କରିଥିଲେ ଆମ ଇଟିଭି ଭାରତର ସମ୍ବାଦଦାତା ।

Kargil Vijay Diwas: ଗୋଟିଏ ହାତ ୨ଟି ଗୋଡ ହରାଇଥିବା ନାଏକ ଦିପଚନ୍ଦଙ୍କ ମୁହଁରୁ କାର୍ଗିଲ କାହାଣୀ

ପ୍ରଶ୍ନ: ଆଜି ଦେଶରେ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି, ଏ ବିଷୟରେ କଣ କହିବେ ?

ଉତ୍ତର: ''କାର୍ଗିଲ ବିଜୟ ଦିବସରେ ପ୍ରଥମେ ପୁରା ଦେଶବାସୀଙ୍କୁ ମୋର ଶୁଭେଚ୍ଛା । କାର୍ଗିଲ ଯୁଦ୍ଧରେ ଯେଉଁ ମାନେ ଶହୀଦ ହୋଇଛନ୍ତି ତାଙ୍କ ପରିବାରକୁ ଏହି ଦିନଟିକୁ ସ୍ବତନ୍ତ୍ର ଭାବରେ ପାଳନ କରିବାକୁ ସୁଯୋଗ ମିଳିବା ଉଚିତ ଏବଂ ଯେଉଁମାନେ ଏହି ଯୁଦ୍ଧରେ ଆହତ ହୋଇଥିଲେ, ସେମାନଙ୍କୁ ମଧ୍ୟ ସୁଯୋଗ ଦିଆଯିବା ଉଚିତ । ଆଜିର ଦିନରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି, ଏହା ଅତ୍ୟନ୍ତ ଭଲ କଥା, କିନ୍ତୁ ମୁଁ ଚାହୁଁଛି ସୈନିକଙ୍କୁ ହୃଦୟରୁ ସମ୍ମାନ ଦିଆଯାଉ । ଶହିଦ ହୋଇଥିବା ଯବାନଙ୍କ ପରିବାର ଆଜିର ଦିନରେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି ତେଣୁ ତାଙ୍କୁ ସହଯୋଗ ପ୍ରଦାନ କରାଯାଉ । ଶହୀଦ ପରିବାରକୁ ସରକରାଙ୍କ ତରଫରୁ ପେନସନ ଦିଆଯାଉଛି କିନ୍ତୁ ସମାଜ ମଧ୍ୟ କିଛି ସାହାଯ୍ୟ କରିବା ଆବଶ୍ୟକତା ରହିଛି । ଅନେକ ଯବାନ ଯୁଦ୍ଧରେ ଶହୀଦ ହୋଇଛନ୍ତି କିନ୍ତୁ ଖୁବ କମ ଲୋକ ଶହୀଦ ଯବାନଙ୍କୁ ମନେ ରଖିଛନ୍ତି । ଏନେଇ ଲୋକେ ସଚେତନ ହେବା ଆବଶ୍ୟକ ରହିଛି, କାର୍ଗିଲ ଦିବସ ସେହି ଦିନ ମନାଇବା ଆବଶ୍ୟକ ରହିଛି ଯେଉଁ ଦିନ ଶହୀଦଙ୍କୁ ସମ୍ମାନ ଦିଆଯିବ ।"

''ଅନେକ ଥର ମୁଁ ଟ୍ରେନରେ ଯାତାୟତ କରିଛି କିନ୍ତୁ ଲୋକେ ଆମକୁ ସିଟ୍‌ ଦିଅନ୍ତି ନାହିଁ, ତେଣୁ ଲୋକେ ଦେଶର ଯବାନଙ୍କୁ କେତେ ସମ୍ମାନ ଦିଅନ୍ତି ତାହା ସେଥିରୁ ହିଁ ଜଣାପଡେ । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଦେଶର ଯବାନଙ୍କୁ ହୃଦୟରୁ ସମ୍ମାନ ଦିଅନ୍ତୁ । ସୈନିକ ହେଉଛି ଦେଶର ଅମ୍ଳଜାନ, ଯଦି ୨ମିନିଟ ପାଇଁ ସୈନିକ ସୀମାରୁ ଦୂରେଇ ଯିବ ତେବେ ଦେଶକୁ ବିପଦ ମାଡି ଆସିବ । ଆଜିର ଦିନରେ ଆମ ଦେଶରେ ବହୁ ଘୃନ୍ୟ ରାଜନୀତି ଚାଲୁଛି, ଯେଉଁଥିରେ ଦେଶ ଦିନେ ନା ଦିନେ ହାରିଯିବ କିନ୍ତୁ ସୈନିକ ସବୁଦିନ ଦେଶକୁ ବିଜୟୀ କରିବା ପାଇଁ କାମ କରୁଛନ୍ତି । ରାଜନୀତି ଖରାପ ନୁହଁ କିନ୍ତୁ କିଛି ଲୋକ ରାଜନୀତିକୁ ନେଇ ଭ୍ରଷ୍ଟାଚାର କରୁଥିବାବେଳେ, ଏଥିରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି । ଦେଶ ସର୍ବଦା ପ୍ରଥମ ହେବା ଉଚିତ । ଆଜିର ଦିନରେ ଜାତିଭେଦ ବୃଦ୍ଧି ପାଇଛି । ତେଣୁ ସମସ୍ତ ଭାରତୀୟ ଏକ ବୋଲି ଲୋକଙ୍କ ମନେରେ କେବେ ପ୍ରତିଫଳିତ ହେବ ତାହା ସବୁଠାରୁ ବଡ ପ୍ରଶ୍ନ ।"

ପ୍ରଶ୍ନ: କାର୍ଗିଲ ଯୁଦ୍ଧରେ ଆପଣ ଦୁଇଟି ଗୋଡ ଓ ହାତ ହରାଇ ମଧ୍ୟ କେମିତି ଲଢେଇ ଜାରି ରଖିଲେ ?

ଉତ୍ତର: ''ଏକ ବୋମା ବିସ୍ଫୋରଣ ପରେ ମୋତେ ହସ୍ପିଟାଲରେ ଭର୍ତ୍ତି କରାଯଇଥିଲା । ମୁଁ ସେହି ସମୟରେ କଥାବାର୍ତ୍ତା କରୁଥିଲେ ବି ମୋର ଗୋଡ ହାତ କଟିଯାଇଥିଲା । ମୋର ଅବସ୍ଥା ଦେଖି ମୋ ସାଙ୍ଗମାନ କାନ୍ଦୁଥିଲେ । ଅବସ୍ଥା ବହୁ ଖରାପ ଥିବାରୁ ମୁଁ ବଞ୍ଚିବି ନା ନାହିଁ ସେନେଇ ଡାକ୍ତରଙ୍କୁ ପଚାରିବାରୁ ସେ କହିଥିଲେ ଯେ ଦୁଇ ଗୋଡ କଟାଯିବା ପରେ ମଧ୍ୟ ୫ପ୍ରତିଶତ ବଞ୍ଚିବା ଆଶା ରହିଛି । ଏହାପରେ ମୋର ଦୁଇ ଗୋଡକୁ କାଟିବାକୁ ପଡିଥିଲା । ସେହି ସମୟରେ ମୋତେ 17 ବୋତଲ ରକ୍ତ ଦିଆଯାଇଥିଲା । ମୋ ପାଇଁ 3 ଦିନ ଧରି ବାଟାଲିୟନରେ କେହି ଖାଦ୍ୟ ନଖାଇ ପୂଜାର୍ଚ୍ଚନା କରୁଥିଲେ । ଯେତେବେଳେ ୧୨ ଘଣ୍ଟାପରେ ମୋର ହୋସ ଆସିଲା ସେତେବେଳେ ମୁଁ ଆଉ ଏକ ନୂଆ ଜୀବନ ପାଇଥିଲି ।"

ପ୍ରଶ୍ନ: ଅଗ୍ନିପଥକୁ ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି, ଏହା ଉପରେ ଆପଣଙ୍କ ମତ କଣ ?

ଉତ୍ତର: ''ଅଗ୍ନିବୀରକୁ ନେଇ ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏହି ଯୋଜନା କେତେ ଭଲ ଓ କେତେ ଖରାପ ତାହା ଅଗ୍ନିବୀରର ଗୋଟିଏ ବ୍ୟାଚ ପ୍ରସ୍ତୁତ ହେବା ପରେ ଜଣାପଡିବ । ତେଣୁ ଏଥିପାଇଁ ଅପେକ୍ଷା କରିବା ଆବଶ୍ୟକତା ରହିଛି । ଗୋଟିଏ ବ୍ୟାଚର ନିଯୁକ୍ତି ପରେ ସମସ୍ତ ଭଲ ଖରାପ ସ୍ପଷ୍ଟ ହୋଇଯିବ ।"

ପ୍ରଶ୍ନ: ଆଜିର ଯୁବପିଢିଙ୍କୁ ଆପଣ କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ?

ଉତ୍ତର: ''ସୋସିଆଲ ମିଡିଆକୁ ଛାଡି ପ୍ରଥମେ ଯୁବକଙ୍କୁ ବାସ୍ତବତାକୁ ବୁଝିବା ଜରୁରୀ ରହିଛି । ଆଜିର ଦିନରେ ଯୁବକ ମାନେ ମୋବାଇଲେର ୮ରୁ ୧୦ ଘଣ୍ଟା ସମୟ ଅତିବାହିତ କରୁଛନ୍ତି । ମୋବାଲ ଛାଡି ଦେଶ ବିଷୟରେ ଚିନ୍ତା କରିବା ଆବଶ୍ୟକତା ରହିଛି । ଛେଟ ଛୋଟ ଜିନିଷକୁ ନେଇ କେବେ ହେଲେ ଭାଙ୍ଗି ପଡନ୍ତୁ ନାହିଁ । ଜୀବନ ଅତ୍ୟନ୍ତ ମୂଲ୍ୟବାନ, ସମସ୍ୟା ବହୁତ ଆସେ କିନ୍ତୁ ଏଗୁଡକର ସମାଧାନ କରିବା ଆବଶ୍ୟକତା ରହିଛି । ପ୍ରଥମେ ଜଣେ ଭଲ ମଣିଷ ହୁଏ, ଏହାପରେ ଯାଇ ଦେଶ ପାଇଁ କିଛି କରିପାରିବ ବୋଲି ଯୁବକଙ୍କୁ କହିଛନ୍ତି ନାଏକ ଦିପଚନ୍ଦ ।"

Last Updated : Jul 26, 2022, 12:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.