ବେଙ୍ଗାଲୁରୁ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାର ମାତ୍ର କିଛି ସପ୍ତାହ ପୂର୍ବରୁ 1990 ରାମ ଜନ୍ମଭୂମି ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା କରସେବଙ୍କୁ ବେଙ୍ଗାଲୁରୁରେ ଗିରଫ କରିଛି କର୍ଣ୍ଣାଟକ ପୋଲିସ । 3 ଦଶନ୍ଧି ପୂର୍ବରୁ ରୁଜୁ ହୋଇଥିବା ମାମଲାରେ ଏବେ ହଠାତ କାର୍ଯ୍ୟାନୁଷ୍ଠାନକୁ ନେଇ କର୍ଣ୍ଣାଟକରେ ରାଜନୀତି ପାରଦ ଉପରମୁହାଁ ହୋଇଛି । ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ କଂଗ୍ରେସ ସରକାରର ଏହା ଘୃଣାର ରାଜନୀତି ବୋଲି ବିଜେପି କହିଛି । ଦଳ ଆସନ୍ତାକାଲି ରାଜ୍ୟବ୍ୟାପୀ ପ୍ରତିବାଦ ଡାକରା ଦେଇଛି । ବିଜେପିର ଅଭିଯୋଗକୁ ଖଣ୍ଡନ କରିବା ସହ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା କହିଛନ୍ତି, ସେ ଘୃଣାର ରାଜନୀତି କରନ୍ତିନାହିଁ । ଆଇନ ତା’ ବାଟରେ ଯିବ । ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
-
On the arrest of a person in Karnataka's Hubballi for alleged involvement in the riots after the Babri Masjid demolition in 1992, Karnataka CM Siddaramaiah says "What should be done to the wrongdoers? Should we just leave them? We have told the police to dispose of the old cases.… pic.twitter.com/NTrBSWHn7P
— ANI (@ANI) January 2, 2024 " class="align-text-top noRightClick twitterSection" data="
">On the arrest of a person in Karnataka's Hubballi for alleged involvement in the riots after the Babri Masjid demolition in 1992, Karnataka CM Siddaramaiah says "What should be done to the wrongdoers? Should we just leave them? We have told the police to dispose of the old cases.… pic.twitter.com/NTrBSWHn7P
— ANI (@ANI) January 2, 2024On the arrest of a person in Karnataka's Hubballi for alleged involvement in the riots after the Babri Masjid demolition in 1992, Karnataka CM Siddaramaiah says "What should be done to the wrongdoers? Should we just leave them? We have told the police to dispose of the old cases.… pic.twitter.com/NTrBSWHn7P
— ANI (@ANI) January 2, 2024
ସୂଚନା ଅନୁସାରେ, ଆଜକୁ 31 ବର୍ଷ ପୂର୍ବେ ରୁଜୁ ହୋଇଥିବା ବାବ୍ରୀ କାଣ୍ଡ ମାମଲାରେ ହିନ୍ଦୁ ସଂଗଠନ କାର୍ଯ୍ୟକର୍ତ୍ତା ତଥା କରସେବକ ଶ୍ରୀକାନ୍ତ ପୁଜାରୀଙ୍କୁ କର୍ଣ୍ଣାଟକର ହୁବଲିରୁ ପୋଲିସ ଗିରଫ କରିଛି । 1990 ରାମ ମନ୍ଦିର ଆନ୍ଦୋଳନରେ କରସେବକ ଶ୍ରୀକାନ୍ତ ଅଂଶଗ୍ରହଣ କରିଥିଲେ । ସେତେବେଳେ ତାଙ୍କ ବିରୋଧରେ ହିଂସାରେ ସାମିଲ ଥିବା ଅଭିଯୋଗ ସହ ମାମଲା ରୁଜୁ ହୋଇଥିଲା । ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ମାତ୍ର ଦୀର୍ଘ 3 ଦଶନ୍ଧି ପରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ହଠାତ ପୁରୁଣା ମାମଲାକୁ ପୁଣି ସାମ୍ନାକୁ ଆଣି ତାଙ୍କୁ ଗିରଫ କରାଯିବାକୁ ନେଇ ପ୍ରଶ୍ନ ଉଠିଛି । ଏହାକୁ ଘୃଣାର ରାଜନୀତି କହି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ହିନ୍ଦୁ ବିରୋଧୀ ମୁଖ୍ୟମନ୍ତ୍ରୀ ବୋଲି ବିଜେପି କହିଛି ।
ଏହା ମଧ୍ୟ ପଢନ୍ତୁ :- ସଂସଦ ସୁରକ୍ଷା ବିଭ୍ରାଟ ମାମଲା: ଆସିଲେନି ଅଭିଯୁକ୍ତଙ୍କ ଓକିଲ, ସ୍ଥିଗିତ ରହିଲା ଶୁଣାଣି
ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଆଜି ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, ସେ 1990 ବାବ୍ରୀ ହିଂସା ସମ୍ପର୍କିତ ମାମଲାର ତଦନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁମାନେ ହିଂସାରେ ସାମିଲ ଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଜେପି ଯେଉଁ ଅଭିଯୋଗ କରିଛି, ସେପରି ଘୃଣାର ରାଜନୀତି ସେ କରନ୍ତି ନାହିଁ । ସେହିପରି ରାଜ୍ୟ ଗୃହମନ୍ତ୍ରୀ ପରମେଶ୍ବର ମଧ୍ୟ କାର୍ଯ୍ୟାନୁଷ୍ଠାନକୁ ସଠିକ୍ ବୋଲି କହିଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ସହିତ ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ସହ କୌଣସି ସମ୍ପର୍କ ନାହିଁ । ଏହି ସମୟରେ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିବା ଏକ ସଂଯୋଗବଶଃ ଘଟଣାକ୍ରମ ହୋଇପାରେ ବୋଲି ପରମେଶ୍ବର କହିଛନ୍ତି । ମାତ୍ର ବିଜେପି ଓ ଏକାଧିକ ହିନ୍ଦୁ ସଂଗଠନ ଏହି ଗିରଫଦାରୀକୁ ତୀବ୍ର ନିନ୍ଦା କରିବା ସହ ଆସନ୍ତାକାଲି ସମଗ୍ର ରାଜ୍ୟରେ କଂଗ୍ରେସ ସରକାର ବିରୋଧରେ ଆନ୍ଦୋଳନ ଡାକରା ଦେଇଛି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ