ETV Bharat / bharat

Kanpur violence: ମାଷ୍ଟରମାଇଣ୍ଡ ଆକାଉଣ୍ଟରୁ ମିଳିଲା ୫୦ କୋଟିର ସୁରାକ

author img

By

Published : Jun 9, 2022, 12:22 PM IST

ଉତ୍ତରପ୍ରଦେଶ କାନପୁରରେ ହିଂସାକାଣ୍ଡ ଘଟଣା । ମୁଖ୍ୟ ଅଭିଯୁକ୍ତ ଆକାଉଣ୍ଟରେ କୋଟି କୋଟି ଟଙ୍କା ନେଣଦେଣ ହୋଇଥିବା ମିଳିଲା ସୂଚନା । ଅଧିକ ପଢନ୍ତୁ ।

କାନପୁର ହିଂସାକାଣ୍ତ: ମାଷ୍ଟରମାଇଣ୍ଡ ଆକାଉଣ୍ଟରୁ ମିଳିଲା ୫୦ କୋଟିର ସୁରାକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ କାନପୁରରେ ହିଂସାକାଣ୍ଡ ଘଟଣା । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ତଦନ୍ତକାରୀ ଏଟିଏସ ଟିମ୍ ହାତରେ ଲାଗି ଚାଞ୍ଚଲ୍ୟକର ତଥ୍ୟ । ଏହି ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ହୟାତ ଜଫର ହସମିର ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା କାରବାର ହୋଇଥିବାର ସୁରାକ ମିଳିଛି । ସ୍ଥାନୀୟ ପୋଲିସ ଅଧିକାରୀ ଦାବି କରିଛନ୍ତି ଯେ, ''ଗତ ୩ ବର୍ଷ ମଧ୍ୟରେ ଅଭିଯୁକ୍ତର ଚାରୋଟି ଭିନ୍ନ ଭିନ୍ନ ଆକାଉଣ୍ଟରୁ ପ୍ରାୟ ୫୦ କୋଟି ଟଙ୍କା ନେଣଦେଣ ହୋଇଛି ।'' ମାତ୍ର ଏନେଇ କୌଣସି ଅଧିକାରୀ ସ୍ପଷ୍ଟ ସୂଚନା ଦେଉନାହାନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ହୟାତ ଜଫର ହସମି ସମସ୍ତ ଆକାଉଣ୍ଟ ନିଜ ସଂସ୍ଥା ନାଁରେ ଖୋଲିଥିଲା । ଏହାମଧ୍ୟରୁ ଗୋଟିଏ ଆକାଉଣ୍ଟ ପୋଲିସ ଓ ଏଟିଏସ ଟିମ୍‌କୁ ବାବୁପୁରବା ସ୍ଥିତ ଘରୋଇ ବ୍ୟାଙ୍କରୁ, ଦୁଇଟି କର୍ନଲଗଞ୍ଜ ଓ ବେକନଗଞ୍ଜରୁ ଏବଂ ଆଉ ଗୋଟିଏ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ମିଳିଛି । ତେବେ ଏତେ ପରିମାଣର ଟଙ୍କା ଜଫର ଆକାଉଣ୍ଟକୁ କେଉଁଠୁ ଆସିଲା, ଏହା କେଉଁଠି କେଉଁଠି ଖର୍ଚ୍ଚ ହୋଇଛି ତାହାର ଛାନଭିନ୍ କରାଯାଉଛି । ଅଭିଯୁକ୍ତର ମୋବାଇଲ, ଆକାଉଣ୍ଟ ଏବଂ ଅନ୍ୟ କେତେକ ଗତିବିଧିଗୁଡିକୁ ଯାଞ୍ଚ କରୁଛି ଟିମ୍ ।

ଏହାମଧ୍ୟ ପଢନ୍ତୁ:Kanpur Violence: 36 ଅଭିଯୁକ୍ତ ଗିରଫ, ୩ଟି ମାମଲା ରୁଜୁ

ଉଲ୍ଲେଖଯୋଗ୍ୟ, କାନପୁରର ପରେଡ୍ ଚୌକ ଅଞ୍ଚଳରେ ଏହି ହିଂସାକାଣ୍ଡ ଘଟିଥିଲା । ଟିଭି ଡିବେଟରେ ବିଜେପି ନେତାଙ୍କ ବିବାଦୀୟ ବୟାନ ପରେ ଗୋଟିଏ ଗୋଷ୍ଠୀ ଉତକ୍ଷିପ୍ତ ହୋଇପଡିଥିଲା । ହୟାତ ଜଫର ହାସମି ବଜାର ବନ୍ଦ କରିବାକୁ ଚେତାବନୀ ଦେବା ସହ ହିଂସା ପାଇଁ ଉସକାଇ ଥିଲେ । ଏହାପରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପଥରମାଡ ହୋଇଥିଲା । ହିଂସାରେ ଏକାଧିକ ପୋଲିସ କର୍ମୀଙ୍କ ସହ ୩୯ରୁ ଅଧିକ ଆହତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.