ETV Bharat / bharat

ଏମିତି ଏକ ମନ୍ଦିର: ଶ୍ରୀମନ୍ଦିର ପୂର୍ବରୁ ଏଠାରେ ପୂଜା ପାଉଛନ୍ତି ମହାପ୍ରଭୁ ! ମୌସୁମୀ ପୂର୍ବରୁ ମିଳୁଛି ଆଗୁଆ ସୂଚନା

author img

By

Published : Jun 7, 2023, 9:33 PM IST

ଉତ୍ତରପ୍ରଦେଶ କାନପୁରରେ ଏକ ପୁରାତନ ଜଗନ୍ନାଥ ମନ୍ଦିର ରହିଛି । ପୁରୀ ଜଗନ୍ନାଥ ମନ୍ଦିର ପୂର୍ବରୁ ଏହା ତିଆରି ହୋଇଥିବା କୁହାଯାଉଛି । ଏହି ମନ୍ଦିରରେ ମୌସୁମୀ ଆସିବା ପୂର୍ବରୁ ସୂଚନା ମିଳିଥାଏ । ତେବେ କଣ ରହିଛି ଏହାର ରହସ୍ୟ । ଅଧିକ ପଢ଼ନ୍ତୁ

Jagannath temple predicts monsoon in kanpur
କାନପୁରର ପୁରାତନ ଜଗନ୍ନାଥ ମନ୍ଦିର
କାନପୁରର ପୁରାତନ ଜଗନ୍ନାଥ ମନ୍ଦିର

ଲକ୍ଷ୍ନୌ: ବିଜ୍ଞାନ ଯେତେ ଆଗେଇଲେ ବି ଲୋକଙ୍କ ମନରୁ ଭଗବାନ ବିଶ୍ବାସକୁ ହଟାଇ ହେବନାହିଁ । କାରଣ ସଙ୍କଟ ସମୟରେ ଭଗବାନ ହିଁ ଭରସା ବୋଲି ବିଶ୍ବାସ ରହିଛି । ସେଥିପାଇଁ ବର୍ଷା ଅଭାବ ହେଉ ଅବା ମରୁଡ଼ି ସ୍ଥିତି ଭଗବାନ ବିଶ୍ବାସୀ ଲୋକେ ଭିନ୍ନଭିନ୍ନ ଦେବାଦେବୀଙ୍କୁ ଆବାହନ କରୁଥିବାର ଚିତ୍ର ସାମ୍ନାକୁ ଆସିଥାଏ । କିନ୍ତୁ ଉତ୍ତରପ୍ରଦେଶ କାନପୁର ଜିଲ୍ଲାରେ ଏମିତି ଏକ ମନ୍ଦିର ରହିଛି, ଯେଉଁଠି ମୌସୁମୀର ସଠିକ ପୂର୍ବାନୁମାନ କରାଯାଏ । ଲୋକ ବିଶ୍ବାସ ଅନୁଯାୟୀ, ଭଗବାନ ନିଜେ ମୌସୁମୀ ଆସିବାର ସୂଚନା ଦେଇଥାନ୍ତି । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ଜିଲ୍ଲାଠାରୁ ପ୍ରାୟ ୪୫ କିମି ଦୂରତାରେ ଘାଟପୁର ନିକଟସ୍ଥ ବେହେଟାରେ ଏକ ପୁରାତନ ମନ୍ଦିର ରହିଛି । ଯେଉଁଠାରେ ପ୍ରଭୁ ଜଗନ୍ନାଥ ପୂଜା ପାଉଛନ୍ତି । କୁହାଯାଏ ଏହି ମନ୍ଦିର ବର୍ଷ ସାରାର ମୌସୁମୀ ସ୍ଥିତି ସମ୍ପର୍କରେ ସୂଚନା ଦିଏ । ଏହାର ରହସ୍ୟ ଜାଣିବା ପାଇଁ ଦେଶ ବିଦେଶରୁ ଅନେକ ବୈଜ୍ଞାନିକ ଆସି ଏଠାରେ ଗବେଷଣା କରୁଛନ୍ତି । ମାତ୍ର ଆଜି ଯାଏଁ ଏହାର ରହସ୍ୟ ଜଣାପଡ଼ିନାହିଁ ।

ଆସ୍ଥା ଓ ବୈଜ୍ଞାନିକ ଦୃଷ୍ଟିକୋଣ ସହ ଜଡ଼ିତ ଅନେକ ପ୍ରଶ୍ନ ନେଇ ଇଟିଭି ଭାରତ ଟିମ ସେହି ମନ୍ଦିରରେ ପହଞ୍ଚିଥିଲା । ଆମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ମନ୍ଦିର ମହନ୍ତ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଥିଲେ । ସେ କହିଛନ୍ତି, ମୌସୁମୀ ଆରମ୍ଭ ହେବାର ପ୍ରାୟ ଏକ ସପ୍ତାହ ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମା ଉପରେ ମନ୍ଦିର ଶିଖର ଦେଇ ଜଳ ବୁନ୍ଦା ଆସିବା ଆରମ୍ଭ କରିଥାଏ । ଯଦି ଏହି ଜଳ ବୁନ୍ଦା ଦ୍ବାରା କେବଳ ପଥର ଓଦା ହୁଏ, ତେବେ ଚଳିତ ଥର କମ ବର୍ଷା ହେବ ବୋଲି ବିଶ୍ବାସ କରାଯାଏ । ଏହା ବ୍ୟତୀତ, ଯଦି ପାଣି ପଥର ଉପରେ ଜଳ ବୁନ୍ଦାର ଆକାର ନିଏ ତାହାଲେ ଏହା ସାଧାରଣ ବର୍ଷାକୁ ସୂଚିତ କରେ । ଅନ୍ୟପକ୍ଷରେ ଯଦି ପଥର ଉପରେ ଅଧିକ ଜଳ ବୁନ୍ଦା ପଡ଼ିବା ଆରମ୍ଭ କରେ, ତେବେ ଭଲ ପରିମାଣର ବର୍ଷା ହେବାର ପୂର୍ବାନୁମାନ କରାଯାଏ । ଏହି ଆଧାରରେ ଚଳିତ ବର୍ଷ ଭଲ ବର୍ଷା ହେବା ନେଇ ମହନ୍ତ ସୂଚନା ଦେଇଛନ୍ତି ।

ମହନ୍ତ କହିଛନ୍ତି,"ଏହି ମନ୍ଦିର ବିଶ୍ବ ପ୍ରସିଦ୍ଧ । ଓଡ଼ିଶାରେ ଅବସ୍ଥିତ ମହାପ୍ରଭୁ ଜଗନ୍ନାଥ ମନ୍ଦିରଠାରୁ ମଧ୍ୟ ଏହା ପୁରାତନ । ପ୍ରତିବର୍ଷ ପରି ରବିବାର ବିଳମ୍ବିତ ରାତିରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମା ଉପରେ ଜଳ ବୁନ୍ଦା ଆସିଥିଲା । ଏହାକୁ ଆକଳନ କରି ଏଥର ଭଲ ବର୍ଷା ହେବ ବୋଲି ଆଶା କରାଯାଇଛି । ଏହି ମନ୍ଦିରରେ ମୌର୍ଯ୍ୟ ରାଜବଂଶ, ଗୁପ୍ତ ରାଜବଂଶର ପ୍ରମାଣ ମିଳିଥାଏ । ଏଥିସହ ସିନ୍ଧୁ ଉପତ୍ୟକା ଏବଂ ହରପ୍ପାଙ୍କ ଚିତ୍ର ମଧ୍ୟ ଏଠାରେ ରହିଛି । ତେଣୁ ମନ୍ଦିରଟି ପ୍ରତିଷ୍ଠା ହେବାର ଶହଶହ ବର୍ଷ ବିତିଯାଇଥିବା କୁହାଯାଉଛି । ମୌସୁମୀ ଭବିଷ୍ୟବାଣୀର ରହସ୍ୟ ଜାଣିବା ପାଇଁ ଦେଶ ବିଦେଶରୁ ଅନେକ ବୈଜ୍ଞନିକ ଏଠାକୁ ଆସନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ରହସ୍ୟ ଉନ୍ମୋଚିତ ହୋଇ ପାରିନାହିଁ ।"

ଜଳବୁନ୍ଦା ଆସିବାର କାରଣ: ଚନ୍ଦ୍ରଶେଖର ଆଜାଦ କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ବବିଦ୍ୟାଳୟର ପାଣିପାଗ ବିଜ୍ଞାନୀ ଏସ.ଏନ ସୁନୀଲ ପାଣ୍ଡେ କହିଛନ୍ତି ଯେ, ସେ ଏହି ମନ୍ଦିରକୁ ଦୁଇ ଥର ପରିଦର୍ଶନ କରିଛନ୍ତି । ପଥରରେ ଆଦ୍ରତା ଥିବା ଯୋଗୁଁ ଏହା ଉପରେ ଜଳ ବୁନ୍ଦା ପଡ଼େ, ଏହା ଆଧାରରେ ଲୋକେ ମୌସୁମୀର ଆକଳନ କରନ୍ତି । ତଥାପି ଏହାର ସତ୍ୟତା ପଛରେ ଥିବା ରହସ୍ୟ ବିଷୟରେ ସେ ଜାଣିନାହାନ୍ତି ।

ଚମତ୍କାରିତା ଉପରେ ଗ୍ରାମବାସୀ ବିଶ୍ବାସ କରନ୍ତି: ବେହଟା ଗ୍ରାମର 70 ବର୍ଷୀୟ ବୃଦ୍ଧ ଭଗବାନ ଦେନ କହିଛନ୍ତି,"ଏହି ଚମତ୍କାର ପ୍ରତିବର୍ଷ ଦେଖାଦିଏ । ପ୍ରଭୁଙ୍କ ପ୍ରତିମାରୁ ଝରୁଥିବା ଜଳ ବୁନ୍ଦା ଅନୁଯାୟୀ ମୌସୁମୀର ପୂର୍ବାନୁମାନ ମଧ୍ୟ ସଠିକ ହୋଇଥାଏ ।" ଅନ୍ୟପକ୍ଷରେ ଜଣେ ମହିଳା କହିଛନ୍ତି , "ପ୍ରବଳ ଉତ୍ତାପରେ ଏହି ମନ୍ଦିରରେ ଜଳ ବିନ୍ଦୁ ପଡ଼ିବା କୌଣସି ଆଶ୍ଚର୍ଯ୍ୟଜନକ ଘଟଣା ଠାରୁ କମ ନୁହେଁ । ପୂର୍ବ ପୁରୁଷମାନେ ମଧ୍ୟ ଜଳ ବୁନ୍ଦା ଆଧାରରେ ମୌସୁମୀ ଆଳନ କରୁଥିଲେ । ତେବେ ଏଥିରେ କେତେ ସତ୍ୟତା ଅଛି, ସେନେଇ ଆଜି ମଧ୍ୟ ଗବେଷଣା ଚାଲିଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.