ETV Bharat / bharat

Kanjhawala hit-and-drag case: 8ଶହ ପୃଷ୍ଠାର ଚାର୍ଜସିଟ ଦାଖଲ କଲା ପୋଲିସ

ଦିଲ୍ଲୀର କଞ୍ଝାଓ୍ବାଲା କାର ଟ୍ରାଜେଡି ମାମଲାରେ ପୋଲିସ ଦାଖଲ କଲା 8ଶହ ପୃଷ୍ଠାର ଚାର୍ଜସିଟ । ରହିଛି 7 ଅଭିଯୁକ୍ତଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ । 117 ଜଣଙ୍କୁ ସାକ୍ଷୀ ଭାବେ ଦର୍ଶାଇଛି ପୋଲିସ । ଅଧିକ ପଢନ୍ତୁ

8ଶହ ପୃଷ୍ଠାର ଚାର୍ଜସିଟ ଦାଖଲ କଲା ପୋଲିସ
8ଶହ ପୃଷ୍ଠାର ଚାର୍ଜସିଟ ଦାଖଲ କଲା ପୋଲିସ
author img

By

Published : Apr 1, 2023, 5:18 PM IST

ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବ ରାତିରେ ଦିଲ୍ଲୀର କଞ୍ଝାଓ୍ବାଲାରେ ଘଟିଥିବା ବହୁଚର୍ଚ୍ଚିତ କାର ଟ୍ରାଜେଡି ମାମଲାରେ ଆଜି(ଶନିବାର) ପୋଲିସ 8ଶହ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି । ଏହି ଘଟଣା ନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇଥିଲା । ଏହି ମାମଲାର ତଦନ୍ତ ଦିଲ୍ଲୀ ପୋଲିସ ଜାରି ରଖିଥିବା ବେଳେ ଆଜି ଚାର୍ଜସିଟ ଦାଖଲ କରିଛି । ଆଜି ଚାର୍ଜସିଟ ଦାଖଲ ହେବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ଚଳିତ ମାସ 13 ତାରିଖକୁ ଧାର୍ଯ୍ୟ କରିଛନ୍ତି କୋର୍ଟ । ଆଜି ଦିଲ୍ଲୀର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ସଞ୍ଜୟ ଦଲାଲ ଏହି ମାମଲାର ଶୁଣାଣି କରିଛନ୍ତି ।

8 ଶହ ପୃଷ୍ଠାର ଚାର୍ଜସିଟ ଦାଖଲ କଲା ପୋଲିସ
8 ଶହ ପୃଷ୍ଠାର ଚାର୍ଜସିଟ ଦାଖଲ କଲା ପୋଲିସ

ଘଟଣା ନୂଆବର୍ଷ ପୂର୍ବ ରାତିରେ ଘଟିଥିଲା । ଘଟଣା ସମ୍ପର୍କରେ ଜଣାପଡିବା ପରେ ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ଏହାକୁ ନେଇ ଆନ୍ଦୋଳନ କରାଯାଇଥିଲା । ପରଦିନ ଅର୍ଥାତ 2 ତାରିଖରେ, ପୋଲିସ ଦୀପକ ଖାନ୍ନା, ଅମିତ ଖାନ୍ନା, କ୍ରିଷ୍ଣନ, ମିଥୁନ ଏବଂ ମନୋଜ ମିତ୍ତଲ ନାମକ 5 ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଦୀପକ ଖାନ୍ନାର ଜାମିନ ଆବେଦନକୁ ଏକ ଅଧିବେଶନ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ । ଅନ୍ୟ ପାଞ୍ଚଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା ଓ ଚଳିତମାସ (ଏପ୍ରିଲ୍) 13 ପର୍ଯ୍ୟନ୍ତ ସେମାନଙ୍କର ନ୍ୟାୟିକ ହେପାଜତ ଅବଧିକୁ ବୃଦ୍ଧି କରାଯାଇଥିଲା । ପରେ ଏହି ଘଟଣାରେ ସହଯୋଗ କରିଥିବା ଅନ୍ୟ ଦୁଇ ସହଯୋଗୀଙ୍କୁ ମଧ୍ୟ ପୋଲିସ ବାନ୍ଧିଥିଲା । ହେଲେ ପୂର୍ବରୁ ଏହି ଦୁଇ ସହଯୋଗୀ ଅଭିଯୁକ୍ତ ଆଶୁତୋଷ ଭରଦ୍ବାଜ ଓ ଅଙ୍କୁଶଙ୍କୁ ବେଲ୍‌ ମିଳିସାରିଛି । ଅନ୍ୟ 5 ଅଭିଯୁକ୍ତ ଏବେ ଏପ୍ରିଲ 13 ଯାଏ ନ୍ୟାୟିକ ହାଜତରେ ଅଛନ୍ତି । ଏହାରି ଭିତରେ ପୋଲିସ ଆଜି ମାମଲାରେ ଲମ୍ବା ଚାର୍ଜସିଟ ଦାଖଲ କରିଛି ।

ପୋଲିସର ସୂଚନା ଅନୁସାରେ, ଏହି ଚାର୍ଜସିଟରେ ମୋଟ 7ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । 117 ଜଣଙ୍କୁ ଘଟଣାରେ ସାକ୍ଷୀ ଭାବେ ଗ୍ରହଣ କରିଛି ପୋଲିସ । ତଦନ୍ତ ସମୟରେ ପୋଲିସ ହାତରେ ବହୁ ସାଇଣ୍ଟିଫିକ, ଡିଜିଟାଲ ପ୍ରମାଣ ମଧ୍ୟ ଲାଗିଛି । ସଂଗୃହିତ ହୋଇଥିବା ସମସ୍ତ ପ୍ରମାଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ଯଥେଷ୍ଟ ହେବା ନେଇ ପୋଲିସ କହିଛି । ଚାର୍ଜସିଟ ଅନୁଯାୟୀ ଅମିତ ଖାନ୍ନା, କ୍ରିଷନ, ମିଥୁନ ଏବଂ ମନୋଜ ମିତ୍ତଲ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି । ମୋଟର ଯାନ ଅଧିନିୟମ ଅନୁଯାୟୀ ଆଶୁତୋଷ ଏବଂ ଅମିତ ଖାନ୍ନାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ଅପରାଧିକ ଷଡଯନ୍ତ୍ର, ପ୍ରମାଣ ନଷ୍ଟ କରିବା କରିବା, ଅପରାଧକୁ ଲୁଚାଇବା ପାଇଁ ପ୍ରୟାସ କରିବା ଆଦି ବିଭିନ୍ନ ଅଭିଯୋଗରେ ମାମଲା ରୁଜୁ କରାଯାଇଛି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.