ETV Bharat / bharat

Kanjhawala case: 14 ଦିନିଆ ନ୍ୟାୟିକ ହାଜତକୁ ଗଲେ 6 ଅଭିଯୁକ୍ତ

author img

By

Published : Jan 9, 2023, 7:54 PM IST

ଦିଲ୍ଲୀ କାଞ୍ଝଓ୍ବାଲ କାର ଟ୍ରାଜେଡି ମାମଲାରେ 14 ଦିନିଆ ନ୍ୟାୟିକ ହାଜତକୁ ଗଲେ 6 ଅଭିଯୁକ୍ତ (six accused sent to judicial custody) । ମୋଟ ଗିରଫ ହୋଇଥିଲେ 7 ଜଣ । ଶନିବାର ଜଣଙ୍କୁ ମିଳିଥିଲା ଜାମିନ । ଅଧିକ ପଢନ୍ତୁ

14 ଦିନିଆ ନ୍ୟାୟିକ ହାଜତକୁ ଗଲେ 6 ଅଭିଯୁକ୍ତ
14 ଦିନିଆ ନ୍ୟାୟିକ ହାଜତକୁ ଗଲେ 6 ଅଭିଯୁକ୍ତ

ହାଇଦ୍ରାବାଦ: ଦିଲ୍ଲୀ ସୁଲତାନପୁରୀ କାଞ୍ଝଓ୍ବାଲ କାର ଟ୍ରାଜେଡି ମାମଲାରେ 6 ଅଭିଯୁକ୍ତଙ୍କୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ (six accused sent to judicial custody)। ଆଜି (ସୋମବାର) ସମସ୍ତ ଅଭିଯୁକ୍ତଙ୍କୁ ରୋହିଣୀ କୋର୍ଟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର କରାଯାଇଥିଲା । କୋର୍ଟ ସମସ୍ତ 6 ଅଭିଯୁକ୍ତଙ୍କୁ 14 ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି । ମୋଟ 7 ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା । ଶନିବାର ଏଥିମଧ୍ୟରୁ ଜଣେ ଅଭିଯୁକ୍ତ ଅଙ୍କୁଶ ଖାନ୍ନାକୁ କୋର୍ଟ ଜାମିନ ପ୍ରଦାନ କରିଥିଲେ ।

  • Kanjhawala death case | Delhi: Rohini Court grants 14 days of judicial custody of all the six accused.

    — ANI (@ANI) January 9, 2023 " class="align-text-top noRightClick twitterSection" data=" ">

ଏହି ମାମଲାରେ ପ୍ରଥମେ ଦୁର୍ଘଟଣା ଦିନ କାରରେ ଥିବା ଦିପକ ଖାନ୍ନା, ଅମିତ ଖାନ୍ନା, କୃଷ୍ଣ, ମିଥୁନ ଓ ମନୋଜ ମିତ୍ତଲଙ୍କୁ ଗିରଫ କରିଥିଲା ପୋଲିସ (six accused sent to judicial custody) । ପରେ ଘଟଣାରେ ପ୍ରମାଣ ନଷ୍ଟ କରିବାରେ ଅଭିଯୁକ୍ତଙ୍କୁ ସହଯୋଗ କରିଥିବା ଆଉ ଦୁଇ ସହଯୋଗୀ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା । ତେବେ ଶେଷରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଶନିବାର କୋର୍ଟ ଜାମିନ ପ୍ରଦାନ କରିସାରିଥିବା ବେଳେ ଆଜି ଅବଶିଷ୍ଟ 6 ଜଣଙ୍କୁ ଦିଲ୍ଲୀର ରୋହିଣୀ କୋର୍ଟରେ ହାଜର କରାଯାଇଥିଲା । ସମସ୍ତଙ୍କୁ 14 ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଛି ।

ଗତକାଲି ଏହି ମାମଲାରେ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା । ଅଭିଯୁକ୍ତମାନେ ଯୁବତୀ କାର ତଳେ ଲାଖି ରହିଥିବା ଜାଣି ସୁଦ୍ଧା କାର ଅଟକାଇ ନଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ (accused Knew woman trapped under car )। ଦୁର୍ଘଟଣା ପରେ ସେମାନେ ଭୟଭୀତ ଥିବା କାରଣରୁ କାର ନଅଟକାଇ ଏଣେ ତେଣେ ଘୁରି ବୁଲିଥିଲେ । କାରଟି ଏକାଧିକ ୟୁ-ଟର୍ଣ୍ଣ ନେଇ ସୁଲତାନପୁରୀ ଅଞ୍ଚଳର ବିଭିନ୍ନ ଗଳିରେ ଘୁରି ବୁଲିଥିଲା । ଦୁର୍ଘଟଣାସ୍ଥଳ ଠାରୁ ପ୍ରାୟ 13 କି.ମି ପର୍ଯ୍ୟନ୍ତ ଯୁବତୀ କାର ସହ ଘୋଷାଡି ହୋଇଯାଇଥିଲେ । ଫଳରେ ତାଙ୍କର ଶୋଚନୀୟ ମୃତ୍ୟୁ ହେବା ସହ ଉଲଗ୍ନ ମୃତଦେହ ଉଦ୍ଧାର କରାଯାଇଥିଲ ।

ଏହି ବହୁଚର୍ଚ୍ଚିତ ମାମଲାର ତଦନ୍ତ ଜାରି ରହିଛି । ଘଟଣା ଦିନ ମୃତକଙ୍କ ସହ ସ୍କୁଟିରେ ଥିବା ଓ ଦୁର୍ଘଟଣାର ଶିକାର ହୋଇଥିବା ସହଯୋଗୀ ନିଧି ମଧ୍ୟ ପୋଲିସ ସ୍କାନରରେ ରହିଛନ୍ତି । ଅନ୍ୟପଟେ ପୋଲିସର ତଦନ୍ତ ପ୍ରକ୍ରିୟାରେ ପ୍ରଶ୍ନ ଉଠାଇବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ । ପୋଲିସ ପରିବର୍ତ୍ତେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ CBIକୁ ତଦନ୍ତ ଭାର ପ୍ରଦାନ କରିବା ପାଇଁ ସେ କେନ୍ଦ୍ରକୁ ସୁପାରିଶ ମଧ୍ୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.