ETV Bharat / bharat

ଦେଶକୁ ଦରକାର ଇନ୍ଦିରା ଗାନ୍ଧୀଙ୍କ ପରି ପ୍ରଧାନମନ୍ତ୍ରୀ: କଙ୍ଗନା

author img

By

Published : Nov 20, 2021, 10:54 PM IST

କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ସୋସିଆଲ ମଡିଆରେ ମୁହଁ ଖୋଲିଲେ ଅଭିନେତ୍ରୀ କଙ୍ଗନା ।ପ୍ରତ୍ୟାହାର ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ ସହ ମନେ ପକାଇଲେ ଖଲିସ୍ଥାନୀ ଆନ୍ଦୋଳନ ଓ ଇନ୍ଦିରା ଗାନ୍ଧିଙ୍କ ଭୂମିକା । କହିଲେ ଦେଶକୁ ଆବଶ୍ୟକ ଇନ୍ଦିରାଙ୍କ ପରି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ଇନ୍ଦିରା ଗାନ୍ଧୀ ହେବା ଉଚିତ ମୋଦିଙ୍କ ଆଦର୍ଶ : କଙ୍ଗନା

ହାଇଦ୍ରାବାଦ: ନିଜ ବିବାଦୀୟ ବାୟନକୁ ନେଇ ଗତକିଛି ଦିନ ହେବ ଚର୍ଚ୍ଚାର କେନ୍ଦ୍ରରେ ରହିଆସୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା (Kangana Ranaut) ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଯେକୌଣସି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବାର ସୁଯୋଗ ହାତଛଡ଼ା କରୁଥିବା ଅଭିନେତ୍ରୀ କଙ୍ଗନା କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିରେ ସନ୍ତୁଷ୍ଟ ନଥିବା ଦେଖିବାକୁ ମିଳିଛି । ସେ ଏକ ଟ୍ବିଟରେ ଏହାକୁ କୃଷକଙ୍କ ବିଜୟ ବୋଲି କହିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରିବା ସହ ଏହା ଦୁର୍ଭାଗ୍ୟଜନକ,ଲଜ୍ଜାଜନକ ଏବଂ ସମ୍ପୂର୍ଣ୍ଣ ଅନ୍ୟାୟ ବୋଲି କହିଛନ୍ତି ।

ସେହିପରି କଙ୍ଗନା ତାଙ୍କର ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ତତ୍କାଳୀନ ଖଲିସ୍ଥାନୀ ଆନ୍ଦୋଳନ ଓ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାକୁ ମନେ ପକାଇବାକୁ ଭୁଲି ନାହାନ୍ତି। ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଯିଏ ନିଜ ଜୀବନକୁ ବାଜି ଲଗାଇ ସେତେବେଳେର ଖଲିସ୍ଥାନୀ ଅସନ୍ତୋଷକୁ ଦମନ କରିଥିଲେ । ଫଳରେ ଦେଶ ବିଚ୍ଛିନ୍ନ ହୋଇ ନଥିଲା ବୋଲି କହିଛନ୍ତି କଙ୍ଗନା । ବର୍ତ୍ତମାନ ସମୟରେ ଇନ୍ଦିରା ଗାନ୍ଧୀ ମୋଦିଙ୍କ ଆଦର୍ଶ ହେବା ସହ ଇନ୍ଦିରାଙ୍କ ପରି ପ୍ରଧାନମନ୍ତ୍ରୀ ଦେଶକୁ ଆବଶ୍ୟକ ବୋଲି ମଧ୍ୟ କହିବା ପାଇଁ ପଛାଇ ନାହାନ୍ତି କଙ୍ଗନା ।

କାନୁନ ପ୍ରତ୍ୟାହାର ସମ୍ପର୍କରେ ନିଜ ଆଭିମୁଖ୍ୟ ରଖି କଙ୍ଗନା ଲେଖିଛନ୍ତି, "ଯଦି ଲୋକମାନେ ସଂସଦ ପରିବର୍ତ୍ତେ ରାସ୍ତାରେ ଆଇନ ପ୍ରଣୟନ କରିବା ଆରମ୍ଭ କରି ଦେଇଛନ୍ତି, ତେବେ ଏହା ମଧ୍ୟ ଏକ ଜିହାଦୀ ଦେଶ ଭାବେ ପରିଗଣିତ ହେବ । ଯେଉଁମାନେ ଏହାକୁ ସମର୍ଥନ କରୁଛନ୍ତି ବା ଏପରି ବ୍ୟବସ୍ଥା ଚାହୁଁଛନ୍ତି ସେମାନଙ୍କୁ ଅଭିନନ୍ଦନ। ସେହିପରି କଙ୍ଗନା କୃଷକଙ୍କ ଆନ୍ଦୋଳନକୁ ଖାଲିସ୍ତାନ ଏବଂ ଶାହିନ୍ ବାଗ ସହିତ ତୁଳନା ମଧ୍ୟ କରିଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.