ETV Bharat / bharat

BJP ଟିକେଟ ଦେଲେ ନିର୍ବାଚନ ଲଢିବେ କଙ୍ଗନା, ସ୍ପଷ୍ଟ କଲେ ବାପା - ବିଜେପି ଟିକେଟ ଦେଲେ କଙ୍ଗନା ନିର୍ବାଚନ ଲଢିବେ

Kangana Ranaut in Lok Sabha Election 2024: ଯଦି ବିଜେପି ଟିକେଟ ଦିଏ, ନିର୍ବାଚନ ଲଢିବେ କଙ୍ଗନା । ବାପା ଅମରଦ୍ବୀପ ରାଣାଓ୍ବତ କଲେ ସ୍ପଷ୍ଟ । ଅଧିକ ପଢ଼ନ୍ତୁ

BJP ଟିକେଟ ଦେଲେ ନିର୍ବାଚନ ଲଢିବେ କଙ୍ଗନା, ସ୍ପଷ୍ଟ କଲେ ବାପା

author img

By ETV Bharat Odisha Team

Published : Dec 20, 2023, 6:26 AM IST

ଶିମଲା: ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାଣାୱତ 2024 ସାଧାରଣ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ତାଙ୍କ ବାପାଙ୍କର ଏକ ବଡ଼ ବୟାନ ସାମ୍ନାକୁ ଆସିଛି । କଙ୍ଗନାଙ୍କ ବାପା ଏହି ଚର୍ଚ୍ଚାକୁ ଆଉ ଟିକେ ବଢାଇଛନ୍ତି । କଙ୍ଗନାଙ୍କ ବାପା ଅମରଦୀପ ରାଣାଓ୍ବାତ ସ୍ପଷ୍ଟ କରିଛନ୍ତି ଯେ କଙ୍ଗନା କେବଳ ଭାରତୀୟ ଜନତା ପାର୍ଟି (ବିଜେପି) ଟିକେଟରେ ହିଁ ନିର୍ବାଚନ ଲଢିବେ । କିନ୍ତୁ ସେ କେଉଁ ଆସନରୁ ନିର୍ବାଚନ ଲଢିବେ, ତାହା କେବଳ ଦଳର ନେତୃତ୍ୱ ନିଷ୍ପତ୍ତି ନେବେ । ତେବେ ଏହି ଚର୍ଚ୍ଚା ମଧ୍ୟରେ କଙ୍ଗନାର ପିତାଙ୍କ ଏହି ବିବୃତ୍ତି ପ୍ରାୟ ନିଶ୍ଚିତ କରିଛି ଯେ କଙ୍ଗନା ରାଣାୱତ 2024ରେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି ।

ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ ଗୁଜୁରାଟର ଦ୍ୱାରକାଠାରେ ଗଣମାଧ୍ୟମ ନିକଟରେ ପ୍ରତିକ୍ରିୟା ରଖିବା ବେଳେ କଙ୍ଗନା ରାଣାଓ୍ବତ ସ୍ପଷ୍ଟ କରିଥିଲେ ଯେ ଯଦି ଭଗବାନ ଆଶୀର୍ବାଦ ଦିଅନ୍ତି, ତେବେ ସେ ନିଶ୍ଚିତ ଭାବରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହା ପରେ କଙ୍ଗନା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନେଇ ଖବର ରାଜନୈତିକ ମହଲରେ ଚର୍ଚ୍ଚା ହୋଇଥିଲା । ନିର୍ବାଚନ ପାଖଉଥିବା ବେଳେ ଅନ୍ୟ ଏକ ଘଟଣା ମଧ୍ୟ ଏହି ଚର୍ଚ୍ଚାକୁ ଆଉ ଟିକେ ବଢାଇଥିଲା । ଦୁଇ ଦିନ ପୂର୍ବେ କଙ୍ଗନା କୁଲୁରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନାଡାଙ୍କୁ ମଧ୍ୟ ଭେଟିଥିଲେ । ଏହି ବୈଠକ ପରେ କଙ୍ଗନା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ବିଷୟରେ ଚର୍ଚ୍ଚା ଅଧିକ ବଢିଥିଲା । ଏହି ସମୟ ମଧ୍ୟରେ କଙ୍ଗନାଙ୍କ ବାପା ଅମରଦୀପ ଗଣମାଧ୍ୟମକୁ ବିବୃତ୍ତି ଦେଇଛନ୍ତି ଯେ ତାଙ୍କ ଝିଅ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି । ସେ କେବଳ ବିଜେପି ଟିକେଟରେ ନିର୍ବାଚନ ଲଢିବେ ବୋଲି ସେ ନିଶ୍ଚିତ କରିଛନ୍ତି । ତେବେ ସେ ଆସନରୁ ଟିକେଟ ପାଇବେ କେବଳ ପାର୍ଟି ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି କଙ୍ଗାନାଙ୍କ ବାପା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ସଂସଦ ସୁରକ୍ଷା ବିଭ୍ରାଟ: ମାଷ୍ଟରମାଇଣ୍ଡ ଲଳିତ ଘରେ ATS ଓ ଦିଲ୍ଲୀ ପୋଲିସର ଛାନଭିନ

ପୂର୍ବରୁ ମୋଦି ସରକାର ଓ ଆରଏସଏସକୁ ସମର୍ଥନ କରି କଙ୍ଗନା ରାଣାଓ୍ବତ ଅନେକ ଥର ବିବୃତ୍ତି ଦେଇଛନ୍ତି । ଏହି ବିବୃତ୍ତି ପାଇଁ ସେ ଅନେକ ଥର ବିରୋଧୀଙ୍କ ଆକ୍ରୋଶର ଶିକାର ମଧ୍ୟ ହୋଇଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ତାଙ୍କୁ ଟ୍ରୋଲ କରାଯାଇଛି । କିଛି ଦିନ ପୂର୍ବରୁ ହିମାଚଳ ପ୍ରଦେଶର ବିଲାସପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଙ୍ଗନା ଆରଏସଏସ ଏବଂ ମୋଦି ସରକାରଙ୍କୁ ପ୍ରଶଂସା କରିଥିଲେ । ଯାହା ସେତେବେଳେ ଚର୍ଚ୍ଚାର ପରିସରକୁ ଆସିଥିଲେ । ପ୍ରାୟ ସମସ୍ତ ରାଜନୈତିକ ପ୍ରସଙ୍ଗରେ କଙ୍ଗନାଙ୍କ ଟ୍ବିଟ୍‌ ପ୍ରାୟତଃ ଦେଖିବାକୁ ମିଳିଥାଏ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.