ETV Bharat / bharat

ଗୋଆ କଂଗ୍ରେସରେ ଫାଟ, ବିଜେପିରେ ମିଶିବେ ୯ ବିଧାୟକ ! - ଗୋଆ କଂଗ୍ରେସ ବିଧାୟକ

ଗୋଆ କଂଗ୍ରେସରେ କନ୍ଦଳ । ବିଜେପିରେ ମିଶି ପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତଙ୍କ ସମେତ ୯ ବିଧାୟକ । ଅଧିକ ପଢନ୍ତୁ

ଗୋଆ କଂଗ୍ରେସରେ ଫାଟ, ବିଜେପିରେ ମିଶିବେ ୯ ବିଧାୟକ !

author img

By

Published : Jul 10, 2022, 5:53 PM IST

ପାନାଜୀ: ଗୋଆ କଂଗ୍ରେସ ଦଳରେ ଫାଟ । ହାତ ଛାଡି ବିଜେପିରେ ମିଶିପାରନ୍ତି କଂଗ୍ରେସର ୯ ଜଣ ବିଧାୟକ । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତ, ବିରୋଧି ଦଳ ନେତା ମାଇକେଲ ଲୋବୋ ଏବଂ ଦଳର ଅନ୍ୟ କେତେକ ବିଧାୟକ ଖୁବଶୀଘ୍ର ବିଜେପିରେ ଯୋଗ ଦେବେ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି । ଏଥିପାଇଁ ଅସନ୍ତୁଷ୍ଟ କଂଗ୍ରେସ ବିଧାୟକମାନେ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ଯୋଗାଯୋଗରେ ଥିବା ସୂଚନା ମିଳିଛି । ଯେକୌଣସି ସମୟରେ ଏହି ବିଧାୟକମାନେ ବିଜେପିରେ ଯୋଗ ଦେଇପାରନ୍ତି । କେବଳ ସେମାନେ ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସ୍ବିକୃତୀକୁ ଅପେକ୍ଷା କରିଥିବା ଜଣେ ବିଧାୟକ କହିଛନ୍ତି ।

ଅନ୍ୟପଟେ ଗୋଆ କଂଗ୍ରେସ ପକ୍ଷରୁ ଏହି ଚର୍ଚ୍ଚାକୁ ଖଣ୍ଡନ କରାଯାଇଛି । ଦଳରେ କୌଣସ ପ୍ରକାର କନ୍ଦଳ ନାହିଁ । ଶାସକ ବିଜେପି ଦ୍ବାରା ଏହିସବୁ ଗୁଜବ ପ୍ରଚାର କରାଯାଉଥିବା ଦଳର ଗୋଆ ୟୁନିଟି ମୁଖ୍ୟ ଅମିତ ପଟକର(Amit Patkar) କହିଛନ୍ତି । ଉଲ୍ଲେଖଯୋଗ୍ୟ, ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ କଂଗ୍ରେସର ୧୧ ଜଣ ବିଧାୟକ ଅଛନ୍ତି । ସେହିପରି ୨୦ ଜଣ ଶାସକ ବିଜେପି ଦଳର ବିଧାୟକ ରହିଥିବା ବେଳେ ୨ ଏମଜିପି ଏବଂ ୩ ଜଣ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ ବିଜେପି ଦଳ ସରକାରରେ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.