ETV Bharat / bharat

ଅନ୍ଧବିଶ୍ବାସ ଦୂରେଇବାକୁ ଉଦ୍ୟମ, ଶ୍ମଶାନରେ ଜନ୍ମଦିନ ପାର୍ଟି ଦେଲେ ଗୌତମ - ଶ୍ମଶାନ ଘାଟରେ କେକ କାଟିଲେ ୫୪ ବର୍ଷିୟ ଗୌତମ

ସମାଜରୁ ଅନ୍ଧବିଶ୍ବାସ ଦୂରେଇବାକୁ ମହାରାଷ୍ଟ୍ରର ଗୌତମ ରତନଙ୍କ ଉଦ୍ୟମ । ଶ୍ମଶାନ ଘାଟରେ କେକ କାଟି ଜନ୍ମଦିନ ପାଳିଲେ ୫୪ ବର୍ଷିୟ ଗୌତମ । ଅଧିକ ପଢନ୍ତୁ

ଅନ୍ଧ ବିଶ୍ବାସକୁ ଦୂରେଇବାକୁ ଉଦ୍ୟମ
ଅନ୍ଧ ବିଶ୍ବାସକୁ ଦୂରେଇବାକୁ ଉଦ୍ୟମ
author img

By

Published : Nov 25, 2022, 1:29 PM IST

ମୁମ୍ବାଇ: ସାଧାରଣତଃ ଶ୍ମଶାନ ଘାଟରେ ମୃତଦେହ ଦାହ କରାଯାଏ । କେହି ବି ଏହି ସ୍ଥାନକୁ ଯିବାକୁ ଭୟ କରିଥାନ୍ତି । କାହିଁକି ନା ସମସ୍ତଙ୍କ ମନରେ ଭୂତ ଭୟ ରହିଥାଏ । କିନ୍ତୁ ଏହା ଏକ ଅନ୍ଧବିଶ୍ବାସ ବୋଲି ବାର୍ତ୍ତା ଦେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ମହାରାଷ୍ଟ୍ରର ଗୌତମ ରତନ । ଲୋକଙ୍କ ମନରୁ ଅନ୍ଧବିଶ୍ବାସ ଦୂରେଇବାକୁ ଶ୍ମଶାନ ଘାଟରେ କେକ କାଟି ଜନ୍ମଦିନ ପାର୍ଟି ଦେଇଛନ୍ତି ଗୌତମ ରତନ । କେକ କାଟି ଲୋକଙ୍କୁ ବିରିୟାନୀ ଖାଇବାକୁ ମଧ୍ୟ ଦେଇଥିଲେ ମହାରାଷ୍ଟ୍ରର ଏହି ବ୍ୟକ୍ତି ଜଣଙ୍କ ।

ମହାରାଷ୍ଟ୍ରର ଥାନେ ଜିଲ୍ଲାର କଲ୍ୟାଣ ସହରର ବାସିନ୍ଦା ଗୌତମ ରତନ, ବୟସ ୫୪ ବର୍ଷ । ଗତ ନଭେମ୍ବର ୧୯ ତାରିଖରେ ତାଙ୍କର ଜନ୍ମଦିନ ଥିଲା । ଏଥି ପାଇଁ ସେ ଶନିବାର ରାତିରେ ମୋହାନେ ଶ୍ମଶାନ ଘାଟରେ ଜନ୍ମଦିନ ଭୋଜିର ଆୟୋଜନ କରିଥିଲେ । ଯେଉଁଠାରେ ଅତିଥିମାନଙ୍କୁ କେକ୍ ବ୍ୟତୀତ ବିରିୟାନି ଖାଇବାକୁ ଦିଆଯାଇଥିଲା । ଜନ୍ମଦିନ ଉତ୍ସବରେ 40 ଜଣ ମହିଳା ଏବଂ ଶିଶୁଙ୍କ ସମେତ ମୋଟ 100ରୁ ଉର୍ଦ୍ଧ୍ବ ଅତିଥି ଯୋଗ ଦେଇଥିଲେ। ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଏପରି କହିଛନ୍ତି ଗୌତମ ରତନ ।

ଏହା ମଧ୍ୟ ପଢନ୍ତୁ-୪ଟି ଆଫ୍ରିକୀୟ ଦେଶର ଶିକ୍ଷାମନ୍ତ୍ରୀଙ୍କ ସହ ବୈଠକ କଲେ ଧର୍ମେନ୍ଦ୍ର ପ୍ରଧାନ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ''ଏହି କାର୍ଯ୍ୟକ୍ରମ ପାଇଁ ଜଣାଶୁଣା ସାମାଜିକ କର୍ମୀ ସିନ୍ଧୁତାଇ ସପକାଲ ଓ ସ୍ବର୍ଗତ ତର୍କବାଦୀ ସ୍ୱର୍ଗତ ନରେନ୍ଦ୍ର ଡାବୋଲକରଙ୍କ ଠାରୁ ପ୍ରେରଣା ପାଇଥିଲି । ଯେଉଁ ମାନେ କି ଅନ୍ଧବିଶ୍ୱାସ ଓ କଳା ଯାଦୁ ବିରୋଧରେ ପ୍ରଚାର କରୁଥିଲେ'' ।

ସେ ଲୋକଙ୍କୁ ଏହା କହିବାକୁ ଚାହୁଁଛନ୍ତି ଯେ, ''ସାଧାରଣତଃ ସମସ୍ତେ ଭାବନ୍ତି ଶ୍ମଶାନ ଘାଟରେ ଓ ଅନ୍ୟ କିଛି ସ୍ଥାନରେ ଭୂତ ରହିଥାନ୍ତି । କିନ୍ତୁ ଯାହା ସମ୍ପୂର୍ଣ୍ଣ ଭୁଲ ଅଟେ । ଜନ୍ମ ଦିନରେ ନିମନ୍ତ୍ରିତ ଅତିଥିଙ୍କୁ ସେ ଖାଦ୍ୟ ଖାଇବାକୁ ଦେବା ସହ ଅନ୍ଧ ବିଶ୍ବାସରୁ ଦୂରେଇ ରହିବାକୁ କହିଥିଲେ'' ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.