ETV Bharat / bharat

ବିଶ୍ବ ଐତିହ୍ୟରେ ସ୍ଥାନ ପାଇଲା ଭାରତର ପ୍ରାଚୀନ ମନ୍ଦିର, ମୋଦିଙ୍କ ଶୁଭେଚ୍ଛା

author img

By

Published : Jul 25, 2021, 9:20 PM IST

ରବିବାର ତେଲେଙ୍ଗାନାସ୍ଥିତ ଏହି ଶୈବପୀଠ ବିଶ୍ବ ଐତିହ୍ୟ ଭାବରେ ମାନ୍ୟତା ପାଇଥିବା ସୂଚନା ଦେଇଛି ୟୁନେସ୍କୋ । ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା । ଅଧିକ ପଢନ୍ତୁ...

ବିଶ୍ବ ଐତିହ୍ୟରେ ସ୍ଥାନ ପାଇଲା ଭାରତର ପ୍ରାଚୀନ ମନ୍ଦିର

ହାଇଦ୍ରାବାଦ: ବିଶ୍ବ ଐତିହ୍ୟରେ ସ୍ଥାନ ପାଇଛି କାକତିୟ ରୁଦ୍ରେଶ୍ବର ରାମପ୍ପା ମନ୍ଦିର (Kakatiya Rudreshwara (Ramappa) Temple) । ରବିବାର ତେଲେଙ୍ଗାନାସ୍ଥିତ ଏହି ଶୈବପୀଠ ବିଶ୍ବ ଐତିହ୍ୟ ଭାବରେ ମାନ୍ୟତା ପାଇଥିବା ସୂଚନା ଦେଇଛି ୟୁନେସ୍କୋ ।

ତେଲେଙ୍ଗାନାର ୱାରେଙ୍ଗଲରେ ରହିଥିବା ଏହି ଶୈବପୀଠ ରାଜ୍ୟର ଏଭଳି ଏକ ମନ୍ଦିର ଯାହାର ନାମକରଣ ଏହାର ଶିଳ୍ପକାର ରାମପ୍ପାଙ୍କ ନାଁରେ ରଖାଯାଇଛି । ଦ୍ବାଦଶ ଶତାବ୍ଦୀରେ କାକତିୟ ବଂଶର ମହାରାଜଙ୍କ ଦ୍ବାରା ଏହି ମନ୍ଦିର ନିର୍ମାଣ ହୋଇଥିଲା ।

  • Excellent! Congratulations to everyone, specially the people of Telangana.

    The iconic Ramappa Temple showcases the outstanding craftsmanship of great Kakatiya dynasty. I would urge you all to visit this majestic Temple complex and get a first-hand experience of it’s grandness. https://t.co/muNhX49l9J pic.twitter.com/XMrAWJJao2

    — Narendra Modi (@narendramodi) July 25, 2021 " class="align-text-top noRightClick twitterSection" data=" ">

ସବୁଠୁ ଖାସ କଥା ହେଉଛି ଏହି ସମୟରେ ନିର୍ମିତ ଅଧିକାଂଶ ମନ୍ଦିର ନଷ୍ଟ ହୋଇସାରିଛି । ହେଲେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ପରେ ମଧ୍ୟ ଏହି ମନ୍ଦିରକୁ କୌଣସି କ୍ଷତି ପହଞ୍ଚିନାହିଁ । ଏହା ଅନୁସନ୍ଧାନର ବିଷୟ ।

ମନ୍ଦିରର ଇତିହାସ କଥା ଯଦି କୁହାଯାଏ, ତେବେ ଏହାର ନିର୍ମାଣ ୧୧୬୩ରେ କାକତିୟ ନରେଶ ରାଜା ରୁଦ୍ରଦେବ କରାଇଥିଲେ । ଏହି ମନ୍ଦିରର ନିର୍ମାଣରେ ଉନ୍ନତ ଟେକ୍ନୋଲୋଜୀର ବ୍ୟବହାର କରାଯାଇଥିଲା । ଏହାର ପ୍ରଭାବଶାଳୀ ପ୍ରବେଶ ଦ୍ବାର, ଏକ ହଜାର ସ୍ତମ୍ଭ ଓ ଛାତର ଶିଳାଲେଖ ଆକର୍ଷର କେନ୍ଦ୍ର ବିନ୍ଦୁ । ଏହା ଦକ୍ଷିଣ ଭାରତର ସବୁଠୁ ପ୍ରାଚୀନ ମନ୍ଦିର ଭିତରୁ ଗୋଟିଏ ।

ରୁଦ୍ରେଶ୍ବର ଏଭଳି ଏକମାତ୍ର ମନ୍ଦିର ଯାହା ଗୋଟିଏ ତାର ଆକାରରେ ନିର୍ମିତ । ଏହି ମନ୍ଦିରର ଖାସ କଥା ହେଉଛି ଯେ ଏଠାରେ ଗୋଟିଏ ଗର୍ଭଗୃହ ମଧ୍ୟରେ ୩ ଦେବତାଙ୍କୁ ପୂଜା କରାଯାଏ, ଯେଉଁଥିରେ ଶିବ, ବିଷ୍ଣୁ ଭଗବାନଙ୍କ ସୂର୍ଯ୍ୟ ଦେବତା ସାମିଲ ଅଛନ୍ତି । ଏଥିପାଇଁ ଏହାକୁ 'ତ୍ରିକୁଟଲ୍ୟମ' ମଧ୍ୟ କୁହାଯାଏ । ସାଧାରଣତଃ ମହାଦେବ ଓ ଶ୍ରୀହରୀଙ୍କ ସହ ବ୍ରହ୍ମାଙ୍କର ପୂଜାର୍ଚ୍ଚନା କରାଯାଏ, ହେଲେ ଏଠାରେ ଏହି ମନ୍ଦିରରେ ବ୍ରର୍ହ୍ମାଙ୍କ ସ୍ଥାନରେ ସୂର୍ଯ୍ୟ ବିରାଜମାନ ଅଛନ୍ତି ।

କାକତିୟ ରୁଦ୍ରେଶ୍ବର ରାମପ୍ପା ମନ୍ଦିର ବିଶ୍ବ ଐତିହ୍ୟରେ ସାମିଲ ହେବାକୁ ନେଇ ତେଲେଙ୍ଗାନାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.