ETV Bharat / bharat

ପଶ୍ଚିମବଙ୍ଗକୁ ନେଇ କୈଳାସ ବିଜୟବର୍ଗୀୟଙ୍କ ବଡ ବୟାନ

author img

By

Published : Dec 27, 2020, 7:34 PM IST

ପଶ୍ଚିମବଙ୍ଗ ହିଂସାକୁ ନେଇ ପଶ୍ଟିମବଙ୍ଗରେ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟବର୍ଗୀୟଙ୍କ ବଡ ବୟାନ ।

କୈଳାସ ବିଜୟବର୍ଗୀୟଙ୍କ ବଡ ବୟାନ
କୈଳାସ ବିଜୟବର୍ଗୀୟଙ୍କ ବଡ ବୟାନ

କୋଲକାତା: ପଶ୍ଟିମବଙ୍ଗରେ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟବର୍ଗୀୟଙ୍କ ବଡ ବୟାନ । ପଶ୍ଚିମବଙ୍ଗ ହିଂସାକୁ ନେଇ ସେ ଏହି ବୟାନ ଦେଇଛନ୍ତି । ପଶ୍ଚିମବଙ୍ଗ ଦେଶର ଏକ ଭିନ୍ନ ରାଜ୍ୟ ହୋଇ ଉଭା ହୋଇଛି । ଯେଉଁଠି ଗଣତନ୍ତ୍ର ଶାସନ ନାହିଁ ବଂର ହିଟଲର ଶାହି ଅଛନ୍ତି । ଅସମ୍ମାନ ଓ ହିଂସାତ୍ମକ ରାଜନୀତିକୁ ଏଠାରେ ମମତା ସରକାର ପ୍ରଶୟ ଦେଉଛନ୍ତି । ମୁଁ ବିଜେପି ପ୍ରଭାରୀ ହେବା ପରେ ପାଖାପାଖି 300 କାର୍ଯ୍ୟକର୍ତ୍ତା ମୃତ୍ୟୁ ଘଟିଲାଣି ।

କୈଳାସ ବିଜୟବର୍ଗୀୟଙ୍କ ବଡ ବୟାନ

ହିଂସାତ୍ମକ ରାଜନୀତି ବିରୋଧରେ ଗଣତନ୍ତ୍ର ପ୍ରତିଷ୍ଠା କରିବାକୁ ଯାଇ ଲୋକସଭାରେ ସଂଗ୍ରାମ ସମୟରେ ପ୍ରାୟ 135 କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ମମତା ଜୀ'ଙ୍କ ଆଚରଣରୁ ଏହା ଜଣାପଡୁଛି ଯେ, ସେ ଦେଶଠାରୁ ଅଲଗା ହୋଇ ଏକ ଭିନ୍ନ ରାଜ୍ୟ ଗଢିଛନ୍ତି। ଯଦି ସେଠାରେ କେହି ସୋନାର ବଙ୍ଗଳା ନିର୍ମାଣ କରିପାରନ୍ତି ତେବେ ଏହା ମୋଦିଙ୍କ ଅଧିନରେ ବିଜେପି ସରକାରରେ ହିଁ ସମ୍ଭବ ।

ଏହାସହ ଦେଶରେ କେନ୍ଦ୍ର ସରକାଙ୍କ କୃଷି ଆଇନ ବିରୁଦ୍ଧରେ ଚାଲିଥିବା ଚାଷୀ ଆନ୍ଦୋଳନ ନେଇ ମଧ୍ୟ କହିଛନ୍ତି ଯେ, ଏହି କୃଷକ ଆନ୍ଦୋଳନରେ ବେଙ୍ଗଲର କିଛି ସ୍ବାର୍ଥପରାୟଣ ବ୍ୟକ୍ତିବିଶେଷ କୃଷକଙ୍କ କାନ୍ଧର ସାହାରା ନେଇ ଦେଶରେ ହିଂସା ସୃଷ୍ଟି କରିବା ଓ କୃଷକଙ୍କୁ ସରକାରଙ୍କ ବିରୁଦ୍ଧ ପାଇଁ ଉସକାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.