ETV Bharat / bharat

କାବୁଲ ବିସ୍ଫୋରଣ ପରେ ‘ମିଶନ ଦେବୀ ଶକ୍ତି’କୁ ଝଟକା ! ଆଶଙ୍କାରେ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ - ମିଶନ ଦେବୀ ଶକ୍ତି

ବିସ୍ଫୋରଣ ପରେ ବର୍ତ୍ତମାନ ଆଫଗାନିସ୍ତାନରୁ ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିବାର ଅଭିଯାନକୁ ନେଇ ସୃଷ୍ଟି ହୋଇଛି ଆଶଙ୍କା । ଉଦ୍ଧାରକାର୍ଯ୍ୟ ଉପରେ ପଡିଛି ଜବରଦସ୍ତ ପ୍ରଭାବ । ଭାରତର ‘ଦେବୀ ଶକ୍ତି’ ମିଶନକୁ ଲାଗିଛି ବଡ ଝଟକା । ଅଧିକ ପଢନ୍ତୁ...

କାବୁଲ ବିସ୍ଫୋରଣ ପରେ ମିଶନ ଦେବୀ ଶକ୍ତିକୁ ଝଟକା ! ଆଶଙ୍କାରେ ଭାରତୀୟଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ

author img

By

Published : Aug 26, 2021, 10:24 PM IST

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର କବଜା ପରେ ଅନେକ ଦେଶ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖିଛନ୍ତି ନିଜ ନାଗରିକଙ୍କର ଉଦ୍ଧାର କାର୍ଯ୍ୟ । ଏହାରି ମଧ୍ୟରେ କାବୁଲ ବିମାନବନ୍ଦର ବାହାରେ ଭୟଙ୍କର ବିସ୍ଫୋରଣ ହୋଇଛି । ଘଟଣାରେ 18 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 60ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଥିବା କୁହାଯାଉଛି । ଆତ୍ମଘାତୀ ଆକ୍ରମଣ ପଛରେ ଆଇଏସଆଇଏସ ଆତଙ୍କୀ ସଙ୍ଗଠନର ହାତ ରହଛି ।

ବିସ୍ଫୋରଣ ପରେ ବର୍ତ୍ତମାନ ଆଫଗାନିସ୍ତାନରୁ ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିବାର ଅଭିଯାନକୁ ନେଇ ସୃଷ୍ଟି ହୋଇଛି ଆଶଙ୍କା । ଉଦ୍ଧାରକାର୍ଯ୍ୟ ଉପରେ ପ୍ରଭାବ ପଡିଛି । ବିମାନବନ୍ଦର ପାଖକୁ କୌଣସି ନାଗରିକଙ୍କୁ ନଆସିବା ପାଇଁ ଆଡଭାଇଜରୀ ଜାରି କରିଛି ଆମେରିକା । ଏସବୁ ଭିତରେ ଭାରତର ‘ଦେବୀ ଶକ୍ତି’ ମିଶନକୁ ଲାଗିଛି ବଡ ଝଟକା ।

ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆ ସମେତ ତମାମ ଦେଶ ପକ୍ଷରୁ ପୂର୍ବରୁ ଆକ୍ରମଣ ହେବା ନେଇ ଚେତାବନୀ ଦିଆଯାଇଥିଲା । ହେଲେ ଅଚାନକ ଏହି ବିସ୍ଫୋରଣ ସମଗ୍ର ବିଶ୍ବକୁ ଦୋହଲାଇ ଦେଇଛି । କାବୁଲ ଏୟାରପୋର୍ଟକୁ କଣ୍ଟ୍ରୋଲ କରିବା ପାଇଁ ତାଲିବାନ, ତୁର୍କୀ ଓ ଆମେରିକା ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । 31 ଅଗଷ୍ଟ ପୂର୍ବରୁ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରାଇନେବାକୁ ଆମେରିକାକୁ ଚେତାବନୀ ଦେଇସାରିଛି ତାଲିବାନ ।

ଆଫଗାନିସ୍ତାନ ସଙ୍କଟକୁ ନେଇ ଭାରତରେ ହୋଇଛି ସର୍ବଦଳୀୟ ବୈଠକ । ବିଦେଶ ମନ୍ତ୍ରୀ କହିଛନ୍ତି ଯେ ଅପରେସନ ଦେବୀ ଶକ୍ତି ଅଧୀନରେ 6ଟି ବିମାନ ଚଳାଚଳ କରିଥିଲୁ । ଆମେ ଅଧିକାଂଶ ଭାରତୀୟଙ୍କୁ ଫେରାଇ ଆଣିଛୁ। ହେଲେ ଏଥିରେ ସମସ୍ତଙ୍କୁ ଫେରାଇ ଅଣାଯାଇପାରିନାହିଁ । କାରଣ କିଛି ଲୋକ ସଠିକ ସମୟରେ ପହଁଞ୍ଚିପାରିନଥିଲେ । ଆମେ ନିଶ୍ଚିତ ଭାବରେ ସମସ୍ତଙ୍କୁ ସ୍ବଦେଶ ଫେରାଇ ଆଣିବୁ । କିଛି ଆଫଗାନିସ୍ତାନ ନାଗରିକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି ବୈଦେଶିକମନ୍ତ୍ରୀ ।

ଆଫଗାନିସ୍ତାନରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ମିଶନ ଦେବୀ ଶକ୍ତି ଅଭିଯାନ ଚଳାଇଛି ଭାରତ । ଏହା ଅନ୍ତର୍ଗତ ଏବେସୁଦ୍ଧା 600ରୁ ଅଧିକ ନାଗରିକ ଭାରତ ଫେରିଥିବାବେଳେ ଆଉରି ଅନେକଙ୍କୁ ଆଣିବା ବାକି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.