ETV Bharat / bharat

Kabul Airport Attack; କ୍ରୋଧରେ ବାଇଡେନ, ପରିଣାମ ଭୋଗିବ ISIS - ରାଷ୍ଟ୍ରପତି ଜୋ ବାଇଡେନ

କାବୁଲ ବିମାନ ବନ୍ଦର ବାହାରେ ହୋଇଥିବା ବିସ୍ଫୋରଣକୁ ନେଇ ବିଶ୍ବବ୍ୟାପୀ ଆତଙ୍କ ଖେଳି ଯାଇଛି । ଘଟଣାକୁ ନେଇ ଆମେରିକାର ପୁରା କ୍ରୋଧାନ୍ବିତ ହୋଇପଡିଛି । ରାଷ୍ଟ୍ରପତି ଜୋ ବାଇଡେନ ISISକୁ ପରିଣାମ ଭୋଗିବାକୁ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ...

kabul attack
kabul attack
author img

By

Published : Aug 27, 2021, 8:08 AM IST

ନ୍ୟୁୟର୍କ/ନୂଆଦିଲ୍ଲୀ: କାବୁଲ ବିମାନ ବନ୍ଦର ବାହାରେ ହୋଇଥିବା ବିସ୍ଫୋରଣକୁ ନେଇ ବିଶ୍ବବ୍ୟାପୀ ଆତଙ୍କ ଖେଳି ଯାଇଛି । ଘଟଣାକୁ ନେଇ ଆମେରିକାର ପୁରା କ୍ରୋଧାନ୍ବିତ ହୋଇପଡିଛି । ରାଷ୍ଟ୍ରପତି ଜୋ ବାଇଡେନ ISISକୁ ପରିଣାମ ଭୋଗିବାକୁ ଚେତାବନୀ ଦେଇଛନ୍ତି । ରାଷ୍ଟ୍ରକୁ ସମ୍ବୋଧିତ କରି ନିଜ ସେନା ଯବାନ ଓ ସାଧାରଣ ଆଫଗାନୀଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବାଇଡେନ । ଘଟଣାକୁ ଭୁଲିବୁ ନାହିଁ । ଖୋଜି ଖୋଜି ଆତଙ୍କିଙ୍କୁ ମାରିବୁ ଏହି ବିସ୍ଫୋରଣରେ ସମ୍ପୃକ୍ତ କାହାକୁ ଛାଡିବୁ ନାହିଁ ବୋଲି ବାଇଡେନ କହିଛନ୍ତି ।

ଶହୀଦ ଯବାନଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି...

ଘଟଣା ପରେ ତୁରନ୍ତ ୱାର ରୁମକୁ ଆସି ସ୍ଥିତି ସମୀକ୍ଷା କରିଥିଲେ ରାଷ୍ଟ୍ରପତି । ନିଜ ସେନା ଶହୀଦ ଖବର ପାଇବା ମାତ୍ରେ ଲୁହ ଅଟକାଇ ପାରିନଥିଲେ ବାଇଡେନ । ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ଦେଶବାସୀଙ୍କୁ ସମ୍ବୋଧିତ କରି ବାଇଡେନ କହିଛନ୍ତି ଆମେରିକା ସେନା ଉପରେ ଆକ୍ରମଣ ଆମେରିକା କେବେ ଭୁଲିବ ନାହିଁ । ଘଟଣାରେ ଯିଏ ବି ସମ୍ପୃକ୍ତ ଆମେ ଖୋଜି ଖୋଜି ପ୍ରତିଶୋଧ ନେବୁ । ସାଧାରଣ ଆଫଗାନିସ୍ତାନୀ ନାଗରିକଙ୍କ ହତ୍ୟା ଗ୍ରହଣୀୟ ନୁହେଁ । ଆତଙ୍କବାଦ ବିରୋଧରେ ପୁଣି ଲଢେଇ ଆରମ୍ଭ ହେଲା । ଆତଙ୍କିଙ୍କ ବିରୋଧରେ ପ୍ରଚଣ୍ଡ ଆକ୍ରମଣ ହେବ ବୋଲି ବାଇଡେନ ଘୋଷଣା କରିଛନ୍ତି ।

ଆକ୍ରମଣର ମୂଲ୍ୟ ISIS ଭୋଗିବ...

ସମ୍ବୋଧନ ବେଳେ ବାଇଜେନ କହିଛନ୍ତି ଏହି ବର୍ବରତା ଘଟଣାକୁ ଆମେ ଭୁଲିବୁ ନାହିଁ । ଆମେ ଖୋଜିବୁ । ଶିକାର କରିବୁ । ଘଟଣାରେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରି ମାରିବୁ । କାହାକୁ କ୍ଷମା କରିବାର ପ୍ରଶ୍ନ ନାହିଁ । ଆତଙ୍କୀ ଯେଉଁଠି ଥିଲେ ମଧ୍ୟ ଏହାର କଡା ଜବାବ ଦିଆଯିବ ।

ବନ୍ଦ ହେବନାହିଁ ଉଦ୍ଧାର କାର୍ଯ୍ୟ...

ସେପଟେ ବିସ୍ପୋରଣ ପରେ ପ୍ରତିଶୋଧ ପରାୟଣ ହୋଇପଡିଥିବା ରାଷ୍ଟ୍ରପତି ଜୋ ବାଇଡେନ ବଡ ଘୋଷଣା କରିଛନ୍ତି । କହିଛନ୍ତି ଆମେ ୩୧ ଅଗଷ୍ଟ ପରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରଖିବୁ । ଯେ ପର୍ଯ୍ୟନ୍ତ ସମସ୍ତ ଆମେରିକୀୟଙ୍କ ସହ ଦେଶ ଛାଡିବାକୁ ଚାହୁଁଥିବା ଆଫଗାନ ନାଗରିକଙ୍କୁ ଉଦ୍ଧାର କାର୍ଯ୍ୟ ସରିନାହିଁ, ସେ ପର୍ଯ୍ୟନ୍ତ ଉଦ୍ଧାର କରିବୁ ବୋଲି କହିଛନ୍ତି । ଉଦ୍ଧାର କୌଣସି ସମୟ ସୀମାକୁ ଏବେ ଗ୍ରହଣ କରାଯିବ ନାହିଁ ବୋଲି କହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.